ସକାଳୁ ସକାଳୁ ଏହି ୩ ଟି କାମ କରିବା ଦ୍ୱାରା ଆସିଥାଏ ଭୟଙ୍କର ଦରିଦ୍ରତା, ରାଗି ଯାଆନ୍ତି ମା’ ଲକ୍ଷ୍ମୀ- Vastu Tips

ମନୁଷ୍ୟକୁ ସବୁବେଳେ ଅନ୍ୟପାଖରେ ଅଭିଯୋଗ କରିବାର ଏହା ଶୁଣିଥିବେକି ତାର କୌଣସି ଉର୍ଣ୍ଣତି ହେଉ ନାହିଁ ଦାରିଦ୍ର୍ୟତା ବଢି ବଢି ଚାଲିଛି । କିନ୍ତୁ ଏହା ପଛାରେ  ଥିବା ଅସଲି ରହସ୍ୟ ମନୁଷ୍ୟକୁ ଜଣାନଥାଏ । ଆମ ଧର୍ମ ଶାସ୍ତ୍ରରେ ଏପରି କିଛି ନିୟମ ରହିଛି ଯାହାକୁ ଆମ ଗୁରୁଜନମାନେ ଆମକୁ ସବୁବେଳେ କୁହନ୍ତି । କିନ୍ତୁ ଆଜିକାଲି କେହି ଏହାପ୍ରତି ଧ୍ୟାନ ଦେଉନାହାନ୍ତି ।ଯେତେବେଳେ ମନୁଷ୍ୟର ଧନ ଅଭାବ ହୋଇଥାଏ ସେତେବେଳେ ଏହା ପଛରେ ଥିବା ରହସ୍ୟ ବିଷୟରେ ଜାଣିବାକୁ ଇଛକରନ୍ତି ।

ଘରେ ଦାରିଦ୍ର୍ୟତା ପାଇଁ ମନୁଷ୍ୟ ନିଜେ ହିଁ ଦାୟୀ ହୋଇଥାଏ । ଯଦି ଆପଣ ସକାଳୁ ଉଠି ଏପରି କିଛି କାମ କରିଥାନ୍ତି ତେବେ ଘରେ ଦାରିଦ୍ର୍ୟତା ବୃଦ୍ଧି ହୋଇଥାଏ । ତେବେ ଆସନ୍ତୁ ଜାଣିବା ସକାଳୁ ଉଠି କେଉଁ କାର୍ଯ୍ୟ କରିବା ଉଚିତ ନୁହେଁ ।

୧ – ଦର୍ପଣରେ ନିଜ ଚେହେରା ଦେଖିବା

ସକାଳୁ ଉଠି ପ୍ରଥମେ ଦର୍ପଣରେ ନିଜ ଚେହେରାକୁ ଦେଖିବା ଉଚିତ ନୁହେଁ । ଦର୍ପଣ ନକରାତ୍ମକ ଶକ୍ତିର ଉତ୍ସ ହୋଇଥାଏ । ସକାଳୁ ଦର୍ପଣରେ ଚେହେରା ଦେଖିବା ଦ୍ୱାରା ଦାରିଦ୍ରତା , ଦୁର୍ଭାଗ୍ୟ ଓ ସମସ୍ୟା ବୃଦ୍ଧି ହୋଇଥାଏ । ଏଥିପାଇଁ ସକାଳୁ ଉଠି ଦର୍ପଣ ଦେଖିବା ଉଚିତ ନୁହେଁ ।

୨ – ସକାଳୁ ଉଠି ଭୋଜନ କରିବା

ସକାଳୁ ଉଠି କିଛି ବ୍ୟକ୍ତି ଚାହା କିମ୍ବା ଜଳଖିଆ ଖାଇଥାନ୍ତି । ଶାସ୍ତ୍ର ଅନୁସାରେ ସକାଳୁ ଉଠି ବିନା ସ୍ନାନ କରି ତଥା ସୁର୍ଯ୍ୟଙ୍କୁ ଜଳ ଅର୍ପଣ ନକରି ଭୋଜନ କରିବା ଉଚିତ ନୁହେଁ । କାହିଁକି ନା ସୁର୍ଯ୍ୟ ଦ୍ୱାରା ହିଁ ଆମକୁ ଅନ୍ନ ମିଳିଥାଏ । ଏଥିପାଇଁ ସୂର୍ଯ୍ୟକୁ ଜଳ ଅର୍ପଣ ବିନା ଖାଦ୍ୟ ଖାଇବା ଅନୁଚିତ ।

୩ – ସକାଳୁ ଉଠି କଟୁ ବଚନ କହିବା

କିଛି ଘରେ ସକାଳୁ ଉଠି ଏପରି ପରିବେଶ ସୃଷ୍ଟି ହୋଇଥାଏ ଯାହାକି ସକାଳୁ ଉଠିବାର ତୁରନ୍ତ ପରେ କଟୁ ବଚନ କହିବା , କ୍ଳେଶ , ଅପଶବ୍ଦ କହିବା ଆରମ୍ଭ ହୋଇଯାଇଥାଏ । ସେ ସ୍ୱାମୀ ସ୍ତ୍ରୀ ମଧ୍ୟରେ ହେଉ କି ପରିବାର ଅନ୍ୟ କୌଣସି ସଦସ୍ୟଙ୍କ ମଧ୍ୟରେ ହେଉ । ଏମିତି ଘରେ ଲକ୍ଷ୍ମୀ ବାସ କରନ୍ତି ନାହିଁ ଓ ଦାରିଦ୍ର୍ୟତା ବୃଦ୍ଧି ପାଇଥାଏ । ଏଥିପାଇଁ ସକାଳୁ ଉଠି ମିଠା ବଚନ କହିବା ଉଚିତ ।

୪ – ନିଜ ଭାଗ୍ୟକୁ ଗାଳିଦେବା

କିଛି ଲୋକ ଥାଆନ୍ତି ସକାଳୁ ଉଠି ନିଜ ଧନ ବିଷୟରେ ଚିନ୍ତା କରିବାକୁ ଲାଗିଥାନ୍ତି । କେତେ ଧନ ମିଳିଲା ଓ କେତେ ଧନ କ୍ଷତି ହେଲା ଏହି ବିଷୟରେ ଚିନ୍ତା କରିଥାନ୍ତି । କିନ୍ତୁ ଏପରି କରିବା ଉଚିତ ନୁହେଁ କାହିଁକିନା ଏପରି ଚିନ୍ତା କରିବା ଦ୍ୱାରା ଆମ ଭାଗ୍ୟରେ ନକରାତ୍ମକ ପ୍ରଭାବ ପଡିଥାଏ । ଏଥିପାଇଁ ସକାଳୁ ଉଠି ଭଗବାନଙ୍କୁ ଧ୍ୟାନ କରିବା ଉଚିତ । ଏହାଦ୍ବାର ପୁରା ଦିନଟି ଅତି ଖୁସିରେ ବିତିଥାଏ ।

ଏଥିପାଇଁ ସକାଳୁ ଉଠି ଏହି ସବୁ କାର୍ଯ୍ୟ କରିବା ଉଚିତ ନୁହେଁ ସକାଳୁ ଉଠି ସବୁବେଳେ ଭଗବାନଙ୍କୁ ଦର୍ଶନ କରିବା ଉଚିତ । ନିଜ ଘରର ସାମନାରେ ଭଗବାନଙ୍କର ଫୋଟ ଲଗାନ୍ତୁ ଯାହାକୁ କି ସକାଳୁ ଉଥିବା ମାତ୍ରେ ଭଗବାନଙ୍କର ଦର୍ଶନ କରିହେବ । ସକାଳଲୁ ଉଠି ପୃଥିବୀ ମାକୁ ସ୍ପର୍ଶ କରି ପ୍ରଣାମ କରି ଦିନ ଆରମ୍ଭ କରିବା ଉଚିତ ।

ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।