51 ବର୍ଷର ଏହି ମହିଳା ଇଣ୍ଟରନେଟ ରେ ମଚେଇଲେ ଧମାଲ୍, କହିଲେ କି କେବଳ ଏହି 3 ଟି ଜିନିଷରୁ ମିଳିଲା ଏମିତି ସୌନ୍ଦର୍ଜ୍ୟ ଓ ଫିଟନେସ

୫୦ ବର୍ଷ ମହିଳା ର କଥା କହିଲେ ଆପଣଙ୍କ ମୁଣ୍ଡରେ ଏହି ସବୁ କଥା ଆସେ, ମୁହଁ ର ଚର୍ମ ଝୁଲିଯାଇଥିବ, ବୁଢୀ ହୋଇଥିବ , କିନ୍ତୁ ଆପଣ ଏହି ମହିଳା କୁ ଦେଖି ୨୦-୨୧ ବର୍ଷର ମହିଳା କୁ ବି ଭୁଲି ଯିବେ । କିଛି ଦିନ ହବ ଇଣ୍ଟରନେଟ ରେ ସୋଶଲ ମିଡିୟା ର କ୍ଵିନ ପୁଷ୍ପା ଦେବୀଙ୍କ ଫଟୋ ବହୁତ ଭାଇରାଲ ହୋଇଥିଲା । ବୟସକୁ ପଛରେ ପକାଉଥିବା ତାଙ୍କର ସୁନ୍ଦରତା, କୁ ଦେଖି ଲୋକମାନେ ବିଶ୍ଵାସ କରି ପାରିଲେନି । ତାଙ୍କୁ ୫୧ ବର୍ଷ, କିନ୍ତୁ ଲୋକମାନେ ତାଙ୍କୁ ୨୦-୨୧ ବର୍ଷ ର ମହିଳା ବୋଲି ଭାବୁଛନ୍ତି ।

କେତେକ ଲୋକମାନେ ତାଙ୍କର ଫଟୋ ଦେଖିବା ପରେ ପୁଷ୍ପା ଙ୍କୁ ତାଙ୍କର ପୁଅର ପ୍ରେମିକା ବୋଲି ଭାବିନେଲେ । ଏହି ସୁନ୍ଦରତାର ପଛରେ ଅଛି ଏହି ତିନୋଟି କାରଣ – ସବୁଦିନ ବ୍ୟାୟମ, ସ୍ୱାସ୍ଥ୍ୟ କର ଖାଦ୍ୟ ଏବଂ ଖୁସି ରହିବା ।

ଇଂଡୋନେଶିୟା ର ପୁଷ୍ପା ଦୁଇଟି ପିଲାର ମା ଅଟନ୍ତି । କିନ୍ତୁ ଏହା ପରେ ବି ତାଙ୍କ ସୁନ୍ଦରତା ରେ କିଛି ବି ପରିବର୍ତ୍ତନ ହୋଇ ନାହିଁ । କେତେକ ଲୋକମାନେ ଯେତେବେଳେ ପୁଷ୍ପାଙ୍କୁ ତାଙ୍କ ପୁଅ ସହିତ ଦେଖିଲେ, ଏବଂ ଏହା ଜାଣି ଆଶ୍ଚର୍ଯ୍ୟ ହୋଇଗଲେ ଯେ ପୁଷ୍ପା ତାଙ୍କ ସାଙ୍ଗ ନୁହନ୍ତି ବରଂ ତାଙ୍କ ମା ଅଟନ୍ତି । ପୁଷ୍ପା ଜଣେ ଜଣାଶୁଣା ସେଲିବ୍ରିଟି ହେବା ସଙ୍ଗେ ସଙ୍ଗେ ସେ ଟିଭି ରେ ମଧ୍ୟ ଅଭିନୟ କରିଛନ୍ତି । ପୁଷ୍ପାଙ୍କର ସୋଶଲ ମିଡିୟା ରେ ଭଲ ଫ୍ୟାନ ଥିବାରୁ ସେ ଏହାର ଲାଭ ନିଜ ବ୍ୟବସାୟ ରେ ଉଠାଉଛନ୍ତି । ସେ ବିଭିନ୍ନ ଲୋକମାନଙ୍କୁ ଠିକ ସେ କସରତ କରିବାପାଇଁ ଏବଂ ଠିକ ଖାଦ୍ୟ ଖାଇବା ପାଇଁ ନିଜର ମତ ଦେଉଛନ୍ତି ।

ପୁଷ୍ପା ଏକ ସାକ୍ଷାତକାରରେ କହିଥିଲେ ଯେ ତାଙ୍କ ସୁନ୍ଦରତା ପୂରା ପ୍ରାକୃତିକ ଅଟେ । ଲୋକମାନେ ତାଙ୍କୁ କହନ୍ତି କି ତାଙ୍କର ଯେତେ ବୟସ ବଢୁଛି ସେ ସେତେ ସୁନ୍ଦର ଦେଖା ଯାଉଛନ୍ତି । ଏହାର କାରଣ ହେଉଛି ତାଙ୍କର ଖୁସି ରହିବା । ମୋର ଦୁଇଟି ପୁଅ ବଡ ହୋଇଗଲେଣି ଏବଂ ମୁ ମୋର ମନ ମୁତାବିକ ବ୍ୟବସାୟ କରୁଛି । ଏବଂ ସେ ଏହା ମଧ୍ୟ କହିଲେ କି ସେ ନିଜ ଶରୀରକୁ ଫିଟ ରଖିବା ପାଇଁ ସବୁଦିନ କସରତ, ପହଁରିବା ଏବଂ ବ୍ୟାଡମିଟନ ଖେଳନ୍ତି ।

ଆଶା କରୁଛୁ ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଶେୟାର କରି ଅନ୍ୟମାନଙ୍କୁ ଜଣାନ୍ତୁ ଏବଂ କମେନ୍ଟ କରି ଆପଣଙ୍କ ମତାମତ ନିଶ୍ଚୟ ଦିଅନ୍ତୁ