ହଜାରେ ବର୍ଷ ପୂର୍ବରୁ କରା ହେଇଥିବା ଏହି 8ଟି ଭବିଷ୍ୟବାଣୀ ଧୀରେ ଧୀରେ ସତ ହେଉଅଛି, ଜାଣନ୍ତୁ କଣ ଆପଣ ବି ତ ନୁହନ୍ତି..

ହଜାର ବର୍ଷ ପୂର୍ବରୁ କରାଯାଇଥିବା ଭବିଷ୍ୟବାଣୀ : ହିନ୍ଦୁ ଧର୍ମ ବିଷୟରେ କୁହାଯାଇଛି କି ଏହା ବିଶ୍ଵ ର ସବୁଠାରୁ ବଡ ଧର୍ମ ଅଟେ । କହିବାକୁ ଗଲେ ହିନ୍ଦୁ ଧର୍ମ ସନାତନ ଧର୍ମରୁ ଆସିଥିଲା । ହିନ୍ଦୁ ଧର୍ମ ଭାରତ ରେ ସବୁଠାରୁ ବେଶି ମାନନ୍ତି ଏବଂ ନେପାଳ ଭଳି ଅନ୍ୟ ଦେଶରେ ମଧ୍ୟ ଲୋକମାନେ ହିନ୍ଦୁ ଧର୍ମ କୁ ବହୁତ ମାନନ୍ତି ।

ଆମ ହିନ୍ଦୁ ଧର୍ମ ବିଷୟରେ ବହୁ ଧର୍ମଗ୍ରନ୍ଥ ରେ କୁହାଯାଇଛି । ମହାଭାରତ ହିନ୍ଦୁ ଧର୍ମ ର ସବୁଠାରୁ ପ୍ରଚଳିତ ଏବଂ ପ୍ରବିତ୍ର ମନା ଯାଇ ଥାଏ । ଏଥିରେ ମନୁଷ୍ୟ ଜୀବନ ସହିତ ଜଡିତ କିଛି ଏମିତି କଥା କୁହାଯାଇଛି ଯେ, ଯାହାକୁ ପାଳନ କରିବା ଦ୍ଵାରା ବ୍ୟକ୍ତି ଜୀବନରେ କେବେ ବି ଅସୁବିଧା ଆସିବ ନାହିଁ । ଏହା ସହିତ ସେଥିରେ ଏମିତି କିଛି କଥା କୁହାଯାଇଛି ଯେ, ଯାହା ଆଜିକାଲି ପୂରାପୂରି ସତ ହେଉଛି ।

୫୦୦୦ ବର୍ଷ ପୂର୍ବରୁ ହେଇଥିବା ଭବିଷ୍ୟବାଣୀ

ଆପଣଙ୍କୁ କହିଦେଉଛୁ ଯେ ମାହାଭାରତର ଧର୍ମଗ୍ରନ୍ଥ ର ରଚନା ଆଜିଠାରୁ ପ୍ରାୟତଃ ୫୦୦୦ ବର୍ଷ ପୂର୍ବରୁ ବୋଲି କୁହାଯାଏ । ଏହି ଗ୍ରନ୍ଥରେ କୁହାଯାଇଛି ଯେ ଏହି କଳି ଯୁଗରେ କଣ କଣ ସବୁ ହବ ? ଆଜି ଆମେ ଶ୍ରୀମତଭାଗବତ ର ୧୦ଟି ଭବିଷ୍ୟବାଣୀ ବିଷୟରେ କହିବାକୁ ଯାଉଛୁ ।

ହଜାର ବର୍ଷ ପୂର୍ବରୁ ହୋଇଥିବା ଭବିଷ୍ୟବାଣୀ

· କଳିଯୁଗରେ ମହିଳା ଏବଂ ପୁରୁଷ ବିବାହ ନକରି ନିଜ ସହମତିରେ ଏକାଠି ରହିବେ । କଳିଯୁଗରେ ଛଳ କପଟ ଦ୍ଵାରା ବ୍ୟାପାର ହବ । ପ୍ରଥମେ ବ୍ରାହ୍ମଣ ମାନେ ବହୁତ କିଛି କରୁଥିଲେ । କିନ୍ତୁ କଳିଯୁଗରେ ନିଜ ଶରୀରରେ ଏକ ସୂତା ପକେଇ ଲୋକମାନେ ନିଜକୁ ବ୍ରାହ୍ମଣ ବୋଲି କହିବେ ।

· ଧର୍ମ, ସତ୍ଯୱାଦିତା, ସ୍ୱଚ୍ଛତା, ସହିଷ୍ଣୁତା, ଦୟା, ଜୀବନ ର ଅୱଧି ଶାରୀରିକ ଶକ୍ତି ଏବଂ ସ୍ମୃତି ସବୁ ଧୀରେ-ଧୀରେ କମି ଯିବ ।

· କଳି ଯୁଗରେ ବ୍ୟକ୍ତି ସବୁଠାରୁ ଧନୀ ହବ । ସେ ହିଁ ସବୁଠାରୁ ବୁଦ୍ଧିମାନ ଏବଂ ସମାନ୍ନିତ ହବ ।

· ଯେଉଁ ବ୍ୟକ୍ତି ଲାଞ୍ଚ ଦେବାର ସକ୍ଷମ ନାହିଁ ତାକୁ ନ୍ୟାୟ ମିଳିବ ନହିଁ । କଳି ଯୁଗରେ ଚାଲାକ ଏବଂ ଧୁତ୍ର ବ୍ୟକ୍ତି ହିଁ ବିଦ୍ଵାନ ମନା ଯିବ ।

· ଏହି ସମୟରେ ଯିଏ ମୁର୍ତ୍ୟୁ ବରଣ କରିବ ସିଏ କଳିଯୁଗରେ ଅଧାର୍ମିକ ଏବଂ ପାପୀ ମନା ଯିବ । ବାହାଘରକୁ ଲୋକମାନେ ଏକ ବୁଝାମଣା ବୋଲି ମାନିବେ । ଏହି ସମୟରେ ଲୋକମାନେ କେବଳ ସ୍ନାନ କରି ନିଜକୁ ଶୁଦ୍ଧ ବୋଲି ମାନିବେ ।

· କଳିଯୁଗରେ ଲୋକମାନେ ଦୂର ଦୂର ରେ ଥିବା ନଦୀ ପୋଖରୀକୁ ତୀର୍ଥ ସ୍ଥଳ ବୋଲି ମାନିବେ ଏବଂ ପାଖରେ ଥିବା ମାତା ପିତା ଙ୍କୁ ନିନ୍ଦା କରିବେ । ଏହି ସମୟରେ ପେଟ ଭର୍ତି କରିବା ପାଇଁ ଲୋକଙ୍କ ଲକ୍ଷ୍ୟ ହେବ । ମୁଣ୍ଡରେ ବଡ ବଡ ଚୁଟି ରଖିବା ସୁନ୍ଦରତା ହେଇଯିବ ।

· କେବେ କେବେ ବର୍ଷା ହବନି ତ କେବେ ମରୁଡି ପଡି ଯିବ ଏବଂ କେବେ କେବେ ଥଣ୍ଡା ଭୟାନକ ଭାବେ ବଢି ଯିବ । ଏବଂ ବେସୀ ଗରମ ମଧ୍ୟ ପଡିବ । ଏହି ପରିସ୍ଥିତି ରେ ବ୍ୟକ୍ତି ର ସବୁ କିଛି କ୍ଷୟକ୍ଷତି ହୋଇଯିବ ।

· ଅକାଳ ଏବଂ ଅଧିକ କରଜ ପାଇଁ ଲୋକ ଘର ଦ୍ଵାର ଛାଡି ରାସ୍ତାରେ ଏବଂ ପାହାଡରେ ରହିବାକୁ ବାଧ୍ୟ ହେବେ। ଏହା ସହିତ ଆଦିମାନବ ଭଳି ଜୀବନ ବଞ୍ଚିବା ପାଇଁ ମଧ୍ୟ ବାଧ୍ୟ ହେବେ।