ନିୟମିତ ହଳଦୀ ବ୍ୟବହାର କରିବା ଦ୍ଵାରା ମିଳିଥାଏ ଏହିସବୁ ଉପକାର। ଜାଣନ୍ତୁ!

ନିୟମିତ ହଳଦୀ ବ୍ୟବହାର କରିବା ଦ୍ଵାରା ମିଳିଥାଏ ଏହିସବୁ ଉପକାର।

ହଳଦୀ କେବଳ କୀଟାଣୁନାଶକ ତାହା ନୁହେଁ ବରଂ ଏହା ପ୍ରଜ୍ଵଳନରୁ ମଧ୍ୟ ରକ୍ଷା କରେ। ଏହା ତ୍ଵଚା ପାଇଁ ଅତ୍ୟନ୍ତ ଉପକାରୀ। ପୁରାତନ କାଳରୁ ଭାରତୀୟ ନାରୀମାନେ ସୁନ୍ଦର ଏବଂ ସ୍ଵାସ୍ଥ୍ୟ ତ୍ଵଚା ପାଇଁ ହଳଦୀ ବ୍ୟବହାର କରିଆସୁଛନ୍ତି।

ତ୍ଵଚା ପାଇଁ ହଳଦୀର ଉପକାରୀତା-

  • ହଳଦୀ ତ୍ଵଚା ପାଇଁ ବହୁତ ଉପକାରୀ ଏବଂ ଅଧିକାଂଶ ବିଉଟି ପ୍ରଡକ୍ଟ ରେ ବ୍ୟବହାର ହୁଏ।
  • ହଳଦୀ ଚର୍ମ ପ୍ରଦାହ ଓ କଳା ଦାଗ ପାଇଁ ବହୁତ ଦରକାରୀ।
  • ଯେତେବେଳେ ଅନ୍ୟ ଚେରମୂଳି ସହ ଏହାକୁ ବ୍ୟବହାର କରାଯାଏ, ଏହାର ଔଷଧୀୟ ଗୁଣ ବ୍ରଣ କମ୍ କରିବାରେ ସାହାଜ୍ୟ କରେ।
  • ହଳଦୀ ଶୁଷ୍କ ଚର୍ମକୁ ବାହାର କରି ଏହାର ନିବାରଣ କରେ। ଫଳରେ ଆପଣ ସତେଜ ଦେଖାଯାନ୍ତି |
  • ହଳଦୀ ଖାଇବା ଦ୍ଵାରା ରକ୍ତ ପରିଷ୍କାର ହୁଏ ଓ ତ୍ଵଚାକୁ ପୋଷଣ ମିଳେ।

ହଳଦୀର ବ୍ୟବହାର :-

ବିଭିନ୍ନ ଚେରମୁଳି ଉପାଦାନ ସହ ବ୍ୟବହାର କରାଯାଇ ବିନା କୌଣସି ପାର୍ଶ୍ଵ ପ୍ରତିକ୍ରିୟାରେ ଏକ ସୁନ୍ଦର ଓ କୋମଳ ତ୍ଵଚା ପାଇ ପାରିବେ।

ହଳଦୀ ବ୍ୟବହାରରେ ଘରୋଇ ଉପଚାର-

(୧) ବାହାର ସୂର୍ଯ୍ୟ କିରଣରୁ ଆସିବା ପରେ-

  • ସମାନ ପରିମାଣର ହଳଦୀ ଗୁଣ୍ଡ ଓ ଚାଉଳ ଗୁଣ୍ଡ ନେଇ ସେଥିରେ ଟମାଟୋ ଓ କ୍ଷୀର ମିଶାଇ ପେଷ୍ଟ୍ ତିଆରି କରନ୍ତୁ ଏବଂ ମୁହଁରେ ଓ ବେକରେ ଲଗାନ୍ତୁ।
  • ଏହାକୁ ଅଧଘଣ୍ଟା ଛାଡି ଦିଅନ୍ତୁ।
  • ଏହା ପରେ ନଖ ଉଷୁମ ପାଣିରେ ମୁହଁ ଓ ବେକ ଧୋଇ ଦିଅନ୍ତୁ।
  • ଖରାଦିନ ପାଇଁ ଏହା ଅତ୍ୟନ୍ତ ଉପକାରୀ। ଅଧିକ ଭଲ ଫଳ ପାଇବା ପାଇଁ ସପ୍ତାହକୁ ୨ ଥର ଲଗାଇଲେ ଭଲ।

(୨) ରାତିରେ ଫେସ ପ୍ୟାକ ପାଇଁ ହଳଦୀ-

  • ହଳଦୀ ଗୁଣ୍ଡ ସହ କ୍ଷୀର ମିଶାଇ ପେଷ୍ଟ୍ ତିଆରି କରନ୍ତୁ।
  • ଏହାକୁ ମୁହଁ ଓ ବେକରେ ଲଗାଇ ରାତି ସାରା ଛାଡି ଦିଅନ୍ତୁ।
  • ସକାଳୁ ମୁହଁ ଧୋଇ ଦିଅନ୍ତୁ।
  • ଏକ ସୁନ୍ଦର, ଗୋରା ଏବଂ କୋମଳ ତ୍ଵଚା ପାଇଁ ସପ୍ତାହରେ ୨ ଥର ବ୍ୟବହାର କରନ୍ତୁ।

(୩) ବ୍ରଣ ପାଇଁ ହଳଦୀ-

  • ହଳଦୀ ଗୁଣ୍ଡ, ଚନ୍ଦନ କାଠ ଗୁଣ୍ଡ, କିଛି ପରିମାଣରେ ଲେମ୍ବୁ ରସ ଓ ପାଣି ନେଇ ପେଷ୍ଟ୍ ତିଆରି କରନ୍ତୁ।
  • ଏହାକୁ ମୁହଁରେ କିଛି ସମୟ ପାଇଁ ଲଗାନ୍ତୁ ଓ ଧୋଇ ଦିଅନ୍ତୁ।
  • ଭଲ ପରିଣାମ ପାଇଁ ନିୟମିତ ବ୍ୟବହାର କରନ୍ତୁ।

(୪) ଗାଧୋଇବା ପୂର୍ବରୁ-

  • ହଳଦୀ ଗୁଣ୍ଡ, ବେସନ ଓ ପାଣି ମିଶାଇ ମିଶ୍ରଣ ତିଆରି କରନ୍ତୁ।
  • ଗାଧୋଇବା ପୂର୍ବରୁ ଏହାକୁ ଶରୀର ସାରା ଲଗାନ୍ତୁ।
  • ନିୟମିତ ବ୍ୟବହାର ଦ୍ଵାରା ଏକ ସୁସ୍ଥ, କୋମଳ, ନମ୍ର ତ୍ଵଚା ପାଇ ପାରିବେ।