ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।
ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ 24 ଏପ୍ରିଲ 2023 ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।
ମେଷ ରାଶି : ସହଯୋଗୀ, ସହ କର୍ମୀ, ବରିଷ୍ଠ ବ୍ୟକ୍ତି ମାନଙ୍କ ସହିତ ସମ୍ପର୍କ ନିବିଡ଼ ହେବ । ବ୍ୟବସାୟ ରେ କମ ପରିଶ୍ରମରେ ଆଶାଜନକ ଫଳ ପ୍ରାପ୍ତି ହେବ । ବୁଦ୍ଧିମତା କାରଣରୁ ପ୍ରଚୁର ଅର୍ଥ ଲାଭ ହେବ । କର୍ମଜୀବୀ ମାନଙ୍କ ପାଇଁ ସହକର୍ମୀ ଓ ପଦାଧିକାରୀ ମାନେ ସହଯୋଗ କରିବେ । ଆକସ୍ମିକ ଅର୍ଥ ଲାଭ, ସୁନାମ ପ୍ରାପ୍ତି, ସମ୍ମାନ ବୃଦ୍ଧି, କର୍ମୋନ୍ନତି ବାସସ୍ଥାନ ବା ଯାନବାହାନର ନବୀକରଣ ଇତ୍ୟାଦି ନାନାବିଧ ଶୁଭଫଳ ପ୍ରାପ୍ତି ହେବ ।
ବୃଷ ରାଶି : ସ୍ୱାସ୍ଥ୍ୟ ଠିକ୍ ରହିବ । ବିଦ୍ୟାର୍ଥି ମାନେ ନିଜ ଲକ୍ଷ୍ୟ ସ୍ଥଳରେ ପହଞ୍ଚି ପାରିବେ । ମହିଳା ମାନେ ଧର୍ମ କ୍ଷେତ୍ର ପ୍ରତି ମନ ବଳାଇବେ । ଗୁରୁଜନ ଓ ଉଚ୍ଚ ପଦସ୍ଥ ବ୍ୟକ୍ତିଙ୍କ ଠାରୁ ସମ୍ମାନ ମିଳିବ । ବ୍ୟବସାୟରେ ନାନା ପ୍ରକାର ସୁବିଧା ସୁଯୋଗ ମିଳିବ ଓ ପୁରୁଣା ପ୍ରାପ୍ୟ ମଧ୍ୟ ଆଦାୟ ହୋଇ ପାରେ । ପରୀକ୍ଷା ପ୍ରତିଯୋଗିତା କ୍ଷେତ୍ରରେ ବିଜୟୀ ହୋଇ ହସଖୁସି ରେ ସମୟ ବିତାଇବେ । ସରକାରୀ ସାହାଯ୍ୟ ମିଳିପାରେ । ପରିବାରରେ ଯେତେ ସମସ୍ୟା ଥିଲେ ମଧ୍ୟ ଶାନ୍ତି ଅନୁଭବ କରିବେ ।
ମିଥୁନ ରାଶି : ଚାକିରୀ କ୍ଷେତ୍ରରେ ପଦୋନ୍ନତି ହେବ ଓ ସ୍ଥାନାନ୍ତର ମଧ୍ୟ ହୋଇପାରେ । ମହିଳା ମାନେ ଆନୁଷ୍ଠାନିକ କାମ ହାସଲ କରିବା ପାଇଁ ବନ୍ଧୁଙ୍କ ସାହାଯ୍ୟ ଉପରେ ନିର୍ଭର କରିବେ । ପୁରୁଣା ନିବେଶ ଲାଭ ଦେବ । ସ୍ୱାସ୍ଥ୍ୟ ଦିଗରୁ ଆଶ୍ଵସ୍ତି ଲାଭ କରିବେ । ପ୍ରତିଦ୍ୱନ୍ଦିତା ପରୀକ୍ଷା ରେ ସଫଳତା ଲାଭ କରିବେ । ବନ୍ଧୁ ମିତ୍ରମାନେ ସମର୍ଥନ ଓ ପରିବାର ଲୋକଙ୍କର ସାହାଯ୍ୟ ସହଯୋଗ ହେତୁ ଖୁସି ହେବେ ।
କର୍କଟ ରାଶି : କୃଷି ଜୀବି ମାନେ ଆନନ୍ଦିତ ହେବେ । ରାଜନୈତିକ କ୍ଷେତ୍ରରେ ସମ୍ମାନ ବୃଦ୍ଧି ହେବ ଓ ସୁନାମ ଅର୍ଜନ କରିବେ । ଅଚାନକ ଭାବରେ ଧନ ପ୍ରାପ୍ତି କରିବାର ସୁଯୋଗ ମିଳିବ । ଗୃହରେ କୌଣସି ଶୁଭ କର୍ମ ସମ୍ପାଦନ କରି ପାରନ୍ତି । ପାରିବାରିକ ଜୀବନ ଆନନ୍ଦମୟ ହେବ । ମହିଳା ମାନେ ବନ୍ଧୁଙ୍କୁ ଆପ୍ୟାୟିତ କରିବାରେ ସମର୍ଥ ହେବେ । ବିଭିନ୍ନ ଦିଗରୁ ସାହାଯ୍ୟ ସହଯୋଗ ମିଳିବ ।
ସିଂହ ରାଶି : ନିବେଶ ପାଇଁ ସମୟ ଉପଯୁକ୍ତ ଅଟେ । ଅଚାନକ ଧନ ପ୍ରାପ୍ତି, ଜାଗା, ଜମି ଓ ଉଚ୍ଚସ୍ତରୀୟ ବାହନ କ୍ରୟ କରିବେ । ସହକର୍ମୀ ମାନଙ୍କ ସହ ବାଦ ବିବାଦ ର ଅବସାନ ଘଟିବ । ଲକ୍ଷ୍ୟ ପୂରଣ ହେବାରେ କୌଣସି ଅସୁବିଧା ହେବନାହିଁ । ବ୍ୟବସାୟ ବାଣିଜ୍ୟ ଓ ପରିବହନ କ୍ଷେତ୍ରରେ ସୁଫଳ ପ୍ରାପ୍ତିହେବ । ମହିଳା ମାନେ ନୂତନ ବନ୍ଧୁଙ୍କୁ ପାଇ ଖୁସି ହେବେ । ବିଦ୍ୟା କ୍ଷେତ୍ରରେ ଆତ୍ମବିଶ୍ୱାସ ବୃଦ୍ଧି ପାଇବ ଓ ପ୍ରଶଂସା ପାଇବେ । ରାଜନୈତିକ କ୍ଷେତ୍ରରେ ପ୍ରଶଂସିତ ହେବେ ।
କନ୍ୟା ରାଶି : ଦୂର ଯାତ୍ରା କରି ପରିଶ୍ରମର ଉଚିତ୍ ମୂଲ୍ୟ ପାଇବେ । ପ୍ରେମିକ ପ୍ରେମିକା ମାନଙ୍କର ପ୍ରେମ-ପ୍ରସଙ୍ଗରେ ମଧୁରତା ଆସିବ । ଉଚ୍ଚ ଶିକ୍ଷା ହାସିଲ କରିବା ପାଇଁ ପ୍ରୟାସରତ ରହିବେ । କାରୋବାର ର ଗତି ରୀତିରେ ପରିବର୍ତ୍ତନର ଆଶଙ୍କା ନାହିଁ । ଏସ୍ ଆରାମ ସୁଖ ସନ୍ତୁଷ୍ଟି ପାଇବାରେ ବାଧା କିଛି ନାହିଁ । ଯେତେ ସମସ୍ୟା ଲାଗିଲେ ମଧ୍ୟ କାମକୁ ଅବହେଳା କରିବେ ନାହିଁ ।
ତୁଳା ରାଶି : ବନ୍ଧୁଙ୍କୁ ଦେଇଥିବା ପ୍ରତିସୂତି ରକ୍ଷାକରିବା ଫଳରେ ମନ ଭଲ ରହିବ । ଅତି ଭଲ ସମ୍ପର୍କ ଥିବା ବନ୍ଧୁଙ୍କ ଠାରୁ ଆର୍ଥିକ ସାହାଯ୍ୟ ମିଳିବ । ଆଧ୍ୟାତ୍ମିକ ଭାବଧାର ରେ ଉଦବୁଦ୍ଧ ହୋଇ ସତସଙ୍ଗ ଓ ଧର୍ମ ଚର୍ଚ୍ଚା ଦିଗକୁ ମନ ବଳେଇବେ । ପ୍ରେମ-ପ୍ରସଙ୍ଗରେ ଆଶା ଜନକ ଫଳପ୍ରାପ୍ତି ହେବ । କୌଣସି କାରଣ ବଶତଃ ଦୂର ବା ନିକଟ ଯାତ୍ରାକୁ ନଯିବା ଉଚିତ୍ । ଅଭାବ ଅସୁବିଧା ଥାଇ ମଧ୍ୟ କୌଣସି କାମ ଅଟକିବ ନାହିଁ ।
ବିଛା ରାଶି : ପରିବାର ହିତ ପାଇଁ ଅଧିକ ଖର୍ଚ୍ଚାନ୍ତ ହେବେ । କୋର୍ଟ କଚେରୀ ମାମଲାରେ ଆପଣଙ୍କ ପକ୍ଷ ରେ ନିସ୍ପତି ହେବ । ବାଣିଜ୍ୟ କ୍ଷେତ୍ରରେ ପ୍ରତିଦ୍ଵନ୍ଦିତାରେ ଉନ୍ନତ ମାନର ଫଳ ପାଇବେ । ସମୟ ଅନୁକୂଳ ହେଲେ ମଧ୍ୟ କାର୍ଯ୍ୟ ପୁରଣରେ ବାଧା ଆସିବ ଓ ବିଳମ୍ବ ହେବ । ବ୍ୟବସାୟ କ୍ଷେତ୍ରରେ ଦ୍ଵିଗୁଣା ଲାଭ ପାଇବେ । ପାରିବାରିକ ସମସ୍ୟା ସମାଧାନ କରି ଶାନ୍ତି ପାଇବେ । ପ୍ରେମିକ ପ୍ରେମିକା ମାନଙ୍କର ପ୍ରେମ-ପ୍ରସଙ୍ଗରେ ମଧୁରତା ଆସିବ ।
ଧନୁ ରାଶି : ଯାତ୍ରାର କାର୍ଯ୍ୟକ୍ରମ ବଦଳି ଯିବ । ପାରିବାରିକ କ୍ଷେତ୍ରରେ କ୍ରୋଧକୁ ଦମନ କରି ହସ ଖୁସିର ବାତାବରଣ ସୃଷ୍ଟି ହେବ । ମିଷ୍ଟାନ ଭୋଜନ, ଉଚ୍ଚ ଆଶା ପୂରଣ ହେବ । ରାଜନୀତିରେ ଶତୃ ନାଶ, ଧନ ପ୍ରାପ୍ତି, ମିତ୍ର ଲାଭ, ପ୍ରଶଂସିତ ହେବା ସହ ଉଚ୍ଚ ସମ୍ମାନ ପାଇବେ । ବାଦ ବିବାଦ, ମାଲି ମୋକଦ୍ଦମା, ପ୍ରତିଯୋଗୀତା ପରୀକ୍ଷା ଓ ସାକ୍ଷାତ କାରରେ କୃତ କାର୍ଯ୍ୟ ହେବେ ।
ମକର ରାଶି : ସହକର୍ମୀ ମାନଙ୍କ ସହ ଶତ୍ରୁତା ମେଣ୍ଟିଯିବ ଓ ମାନସିକ ସ୍ଥିରତା ଦେଖା ଦେବ । ମହିଳା ମାନେ ନୂତନ ବନ୍ଧୁଙ୍କୁ ପାଇ ଖୁସି ହେବେ । କର୍ମ କ୍ଷେତ୍ରରେ ପ୍ରଶଂସିତ ହେବେ । ବିଦ୍ୟାର୍ଥୀ ଙ୍କୁ ପଢା ଉପରେ ଫୋକସ କରିବାର ଜରୁରାତ ଅଛି । ଆପଣଙ୍କ ପାଇଁ ଦିନ ଉତ୍ତମ ରହିବ । ସ୍ୱାସ୍ଥ୍ୟ କୁ ନେଇ ସତର୍କ ରୁହନ୍ତୁ । ସନ୍ଧ୍ୟାରେ ଆପଣ ପିଲା ମାନଙ୍କ ସହ ଭଲ ଟାଇମ ସ୍ପେନ୍ଡ କରିବେ । ଭାଇ ଓ ବନ୍ଧୁଙ୍କ ସାଥ ମିଳିବ ।
କୁମ୍ଭ ରାଶି : ଆପଣଙ୍କ ପାଇଁ ଦିନ ମିଶ୍ରିତ ଫଳ ଦେବାର ଅଛି । ଆୟରେ ସାଧନ ବଢିବ । ଉଚ୍ଚ ଶିକ୍ଷା କରୁଥିବା ବିଦ୍ୟାର୍ଥୀ ଙ୍କୁ ଆସୁଥିବା ସମସ୍ୟାରୁ ରିହାତି ମିଳିବ । ସ୍ୱାସ୍ଥ୍ୟ କୁ ନେଇ ଯଦି ଆପଣ କୌଣସି ପୁରୁଣା ରୋଗରେ ପୀଡିତ ଅଛନ୍ତି ତେବେ ଆଜି ସେଥିରୁ ଆରାମ ପାଇବେ । ସନ୍ଧ୍ୟା ଭିତରେ ଆପଣ ନିଜର ସବୁ କାମ ପୁରା କରିବେ । ଅଧିକାଂଶ ସମସ୍ୟାରୁ ମୁକ୍ତି ପାଇବେ । ଆପଣ ତୀବ୍ର ଗତିରେ ପ୍ରଗତି କରି ନୂଆ ପରିଚୟ ସୃଷ୍ଟି କରିବ ଓ ସଫଳ ହେବେ ।
ମୀନ ରାଶି : ଆପଣ ସାମାଜିକ ରୂପରେ ସକ୍ରିୟ ରହିବେ । ଆପଣଙ୍କୁ ନିଜର ନିସ୍ପତି ଭଲ ଭାବେ ବିଚାର କରି ନେବାକୁ ହେବ । ଆଜି ଆପଣ ଅନ୍ୟ କାହାରି କଥା ଉପରେ ଧ୍ୟାନ ଦିଅନ୍ତୁ ନାହି । ଯଦି ଆପଣ ଚାକିରି କରିଛନ୍ତି ତେବେ ସହଯୋଗୀ ଙ୍କ ସାଥ ମିଳିବ । କମ କାର୍ଯ୍ୟ ରେ ବାଧା ଆସିବା କାରଣରୁ ଆପଣଙ୍କ ମୁଡ ଖରାପ ହୋଇପାରେ । ସନ୍ତାନ ମାନେ ଆପଣଙ୍କର କଥା ଶୁଣିବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।