ଆଜିର ରାଶିଫଳ, 23 ଅକ୍ଟୋବର 2020, ଶୁକ୍ରବାର, ମା ଦୂର୍ଗାଙ୍କ କୃପା ରହିବ ଏହି ୪ଟି ରାଶି ଉପରେ, ଆର୍ଥିକ ସ୍ଥିତିରେ ହେବ ଉନ୍ନତି

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୨୩ ଅକ୍ଟୋବର ୨୦୨୦ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ

ଅଫିସ କାର୍ଯ୍ୟରେ ବାହାରକୁ ଯାଇପାରନ୍ତି । ପରିବାରରେ ନିଜ ନିଜ ମଧ୍ୟରେ ମଧୁର ସମ୍ପର୍କ ରହିବା ଦ୍ଵାରା ସବୁ କାର୍ଯ୍ୟରେ ପରିବାରର ସହଯୋଗ ମିଳିବ । ସନ୍ତାନ ପକ୍ଷରୁ ଖୁସି ମିଳିବ । କାର୍ଯ୍ୟ କ୍ଷେତ୍ରରେ ସଫଳତା ମିଳିବାରୁ ମନ ଖୁସି ରହିବ । କାରବାର ବିସ୍ତାର କରିବେ ତଥା ନୂଆ କାର୍ଯ୍ୟ ଆରମ୍ଭ କରିପାରିବେ । କାର୍ଯ୍ୟ ବ୍ୟବସାୟ ଭଲ ଚାଲିବା ଦ୍ଵାରା ନିଜର ଆର୍ଥିକ କ୍ଷେତ୍ର ସୁଦୃଢ ହେବ । ଅନାବଶ୍ୟକ ଆର୍ଥିକ କାରବାର କରନ୍ତୁ ନାହିଁ । ନିଜ କାର୍ଯ୍ୟ ବ୍ୟବସାୟରେ ସମ୍ପର୍କୀୟଙ୍କୁ ସାମିଲ କରନ୍ତୁ ନାହିଁ ।

ବୃଷ

ଆପଣଙ୍କୁ ଅଫିସରେ ମନମୁତାବକ କାର୍ଯ୍ୟ ମିଳିବ । କାର୍ଯ୍ୟ ବ୍ୟବସାୟରେ ଉନ୍ନତି ହେବ । ପ୍ରିୟ ଲୋକଙ୍କ ସହ ଦେଖା ହୋଇ ଆପଣ ଖୁସି ହେବେ । ମିତ୍ରଙ୍କ ସହଯୋଗ ମିଳିବ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । କାର୍ଯ୍ୟ ଭାର ଅଧିକ ରହିବ କିନ୍ତୁ ପରିଶ୍ରମ ଦ୍ଵାରା ଏଥିରେ ସଫଳତା ମିଳିବ । ମନ ବିଚଳିତ ଥିବାରୁ କୌଣସି ନିସ୍ପତି ନେବାରେ ସମସ୍ୟା ଦେଖାଯିବ ।  ପାରିବାରିକ କ୍ଷେତ୍ରରେ କୌଣସି ଚାଲେଞ୍ଜ ଆସିପାରେ ।

ମିଥୁନ

କୌଣସି ଜରୁରୀ ଜିନିଷ କିଣିବାରେ ଖର୍ଚ କରିବେ । ମିତ୍ରଙ୍କ ସହ ଯୋଗ ମିଳିବ । ପରିବାର ରେ ଖୁସି ଦେଖା ଯିବ । ଛାତ୍ର ମାନଙ୍କୁ ପଢା ରେ ସଫଳତା ମିଳିବ । ଆପଣ ଆପଣଙ୍କ ଅର୍ଥ ବ୍ୟବସ୍ଥାକୁ ସଜାଡି ନେବେ । ବ୍ୟବସାୟ ଭଲ ଚାଲିବ ଓ ଚାକିରି ରେ ପଦୋନ୍ନତି ମିଳିବ ନିଜ କାର୍ଯ୍ୟ ବ୍ୟବସ୍ତା କୁ ନେଇ ସଚେତ ରୁହନ୍ତୁ । ଖରାପ ସାଙ୍ଗ ମାନଙ୍କଠାରୁ ଦୂରେଇ ରୁହନ୍ତୁ ।

କର୍କଟ

ଆପଣ ଆପଣଙ୍କ ପରିବାର ସହ ସମୟ ବିତାଇବେ । ଘରେ ଖୁସିର ବାତାବରଣ ରହିବ । ଘରେ କୌଣସି ମାଙ୍ଗଳିକ କାର୍ଯ୍ୟ କ୍ରମ ହୋଇପାରେ ସେଥିପାଇଁ ଆପଣ ଆପଣଙ୍କ  ସବୁ ସମସ୍ୟା କୁ ଦୂରେଇ ଘରେ ଶୁଖ ସମୃଦ୍ଧି ରଖିବାକୁ ଚେଷ୍ଟା କରିବେ । ଆପଣଙ୍କୁ ସବୁ କାର୍ଯ୍ୟ ରେ ସଫଳତା ମିଳିବ । କାରବାର ଭଲ ଚାଲିବ ଓ ଧନ ଲାଭ ମିଳିବ । ମିତ୍ର ଓ ପରିଜନ ଙ୍କ ସଯୋଗରେ କାର୍ଯ୍ୟରେ ସଫଳତା ପାଇବେ । ପିତାଙ୍କ ସହ ସମ୍ବନ୍ଧ ଖରାପ ହୋଇପାରେ ତଥା ସନ୍ତାନଙ୍କ ପକ୍ଷରୁ ସମସ୍ୟା ଉପୁଜିପାରେ ।

ସିଂହ

ଆପଣଙ୍କୁ ଆଗରୁ କରିଥିବା କୌଣସି କାର୍ଯ୍ୟ ରେ ଲାଭ ମିଳିବ । ସାହସ ଓ ପରାକ୍ରମ ଫଳରେ ଆପଣଙ୍କୁ ପଦ ଓ ପୋଜିସନ ମିଳିବ । କାର୍ଯ୍ୟରେ ସହକର୍ମୀଙ୍କ ସହଯୋଗ ମିଳିବ । ବ୍ୟବସାୟରେ ଅଧିକ ନିବେଶ କରନ୍ତୁ ନାହିଁ ତାକି ଆପଣଙ୍କର ଆର୍ଥିକ ସ୍ଥିତି ଭଲ ରହିବ । କୌଣସି ଅପ୍ରୀତିକର କାର୍ଯ୍ୟ କରନ୍ତୁ ନାହିଁ ନଚେତ ଆପଣଙ୍କ ଚିନ୍ତା ବଢିବା ସହ ଆର୍ଥିକ ସମସ୍ୟା ଉପୁଜିପାରେ ।

କନ୍ୟା

ଆପଣ କୌଣସି ଧାର୍ମିକ କାର୍ଯ୍ୟ କ୍ରମର ଆୟୋଜନ କରିବେ । ସାମାଜିକ କାର୍ଯ୍ୟରେ ନିଜକୁ ନିଯୋଜିତ କରିବେ ଓ ପର ଉପକାର କରିବେ ଯାହାଫଳରେ ସମାଜରେ ମାନ ସମ୍ମାନ ବଢିବ । କାରବାର ଭଲ ଚାଲିବ ସହ ଧନ ଲାଭ ମିଳିବ । ଅନାବଶ୍ୟକ ଧନକୁ ନେଇ ଛୋଟ ମୋଟ ସମସ୍ୟା ଆସିପାରେ । ଆପଣଙ୍କ ଜୀବନ ଶୈଳୀରେ ସୁଧାର ଆସିବ ଏହା ଦ୍ଵାରା ଜୀବନରେ ପ୍ରତେକ କ୍ଷେତ୍ରରେ ସକରାତ୍ମକ ପ୍ରଭାବ ପଡିବ ।

ତୁଳା

ଆପଣଙ୍କୁ ଆପଣଙ୍କ କ୍ୟାରିୟର କୁ ନେଇ କୌଣସି ନିଷ୍ପତି ନେବାକୁ ପଡିବ । ବୈଦିକ କାର୍ଯ୍ୟ ବା ସାହିତ୍ୟ ଲେଖନ ଭଳି ପ୍ରବୃତି ପାଇଁ ସମୟ ଅନୁକୂଳ ଅଛି । ପରିବାର ପରିବେଶ ଭଲ ରହିବ । କଠିନ ପରିଶ୍ରମ କରିବା ଦ୍ଵାରା କାର୍ଯ୍ୟରେ ସଫଳତା ପାଇବେ କିନ୍ତୁ ଖର୍ଚ ବଢିବାରୁ ଆର୍ଥିକ ସ୍ଥିତି କମଜୋର ହୋଇପାରେ । ଆର୍ଥିକ ବ୍ୟବସ୍ତା ପ୍ରତି ସଚେତନ ରହନ୍ତୁ । ମାତା ପିତା ଙ୍କ ସହ ତିକ୍ତତା ହୋଇପାରେ । ମାତା ପିତାଙ୍କ ସ୍ୱାସ୍ଥ୍ୟ ଅବନତି ହୋଇପାରେ ଯାହା ଦ୍ଵାରା ଆର୍ଥିକ ସମସ୍ୟା ଦେଖାଯାଇପାରେ ।

ବିଚ୍ଛା

ଅଫିସରେ ସହକର୍ମୀଙ୍କ ସହଯୋଗ ମିଳିବ । ଆର୍ଥିକ ସ୍ଥିତି ଭଲ ରହିବ । କୌଣସି ଭଲ ମିତ୍ରଙ୍କ ସହଯୋଗରେ ଆପଣଙ୍କୁ  ସଫଳତା ମିଳିବ । ଭାଗ୍ୟ ସାଥ ଥିବାରୁ ସ୍ବାଉ କାର୍ଯ୍ୟରେ ସଫଳତା ମିଳିବ । ବ୍ୟବସାୟିକ ଗତିବିଧି ଦ୍ଵାରା ଭଲ ଲାଭ ମିଳିବ । ପରିବାର ସହ ସମ୍ପର୍କ ଭଲ ରହିବ । କୌଣସି ବିବାଦ ଉପୁଜେ ଏହାକୁ ସମାଧାନ କରିପାରିବେ । ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ ।

ଧନୁ

ଲୋକ ମାନେ ଆଜି ଆପଣଙ୍କ କଥାକୁ ଧ୍ୟାନ ଦେଇ ଶୁଣିବେ ।ଆପଣ କୌଣସି କାମରେ  ବାହାରକୁ ଯିବାରେ ସଫଳ ହେବେ । ଭୂମି ,ବାହାନ ଆଦିର କିଣିବାରେ ସଫଳ ହେବେ । ବ୍ୟବସାୟକୁ ଆଗକୁ ବଢାଇବାରେ ସଫଳ ହେବେ ପ୍ରଥମରୁ ଚିନ୍ତା ବଢିପାରେ କିନ୍ତୁ ସମୟ ଅନୁସାରେ ସେଥିର ସୁଧାର ଆସିବ । ଘରୋଇ ବିବାଦ ତଥା କୌଣସି ଅଚଳ ସମ୍ପତି କୁ ନେଇ ବିବାଦ ଆସିପାରେ । ଏଥି ପାଇଁ ଆପଣଙ୍କୁ ପରିବାରର ସବୁ ସଦସ୍ୟଙ୍କ ଭଲ ସମ୍ପର୍କ ରଖିବା ପାଇଁ ଚେଷ୍ଟା କରନ୍ତୁ ।

ମକର

ଆପଣ ଯେଉଁ କାମରେ ହାତ ଦେବେ ସେହି କାର୍ଯ୍ୟଟି ପୁରୁଣ ହୋଇଯିବ । କାମର ଶୀଘ୍ରତା ରହିପାରିବ । ଆପଣ କୌଣସି  କାର୍ଯ୍ୟ କୁ ପୁରୁଣ କରିସାରିବା ପରେ ଶାନ୍ତି ଅନୁଭବ କରିବେ । ଧନ ସମ୍ପତ୍ତି ପ୍ରାପ୍ତିର ଯୋଗ ରହିଛି । ଚେଷ୍ଟା କରିବା ଦ୍ଵାରା ଧନ ସଞ୍ଚୟ କରିବାରେ ସଫଳ ହେବେ ।ପଦ ପୋଜିସନ ମିଳିବ । ଯଦି ଆପଣ କୌଣସି କାର୍ଜ୍ୟ ଆରମ୍ଭ କରୁଛନ୍ତି ତେବେ ସେଥିରେ ସଫଳ ହେବେ । ବ୍ୟବସାୟ ବୃଦ୍ଧି କରିବେ କିନ୍ତୁ ନୁଆ ବ୍ୟବସାୟ କରନ୍ତୁ ନାହିଂ । କାର୍ଯ୍ୟ ଭାର ଅଧିକ ହେବାରୁ ଥକା ଅନୁଭବ କରିବେ , ଆପଣଙ୍କ ଆଳସ୍ୟ ଯୋଗୁଁ କାର୍ଯ୍ୟରେ ସମସ୍ୟା ଦେଖା ଯାଇପାରେ । ଏଥିରେ ଆପଣଙ୍କ ମାନ ସମ୍ମାନ ହାନି ହେବ ।ଏଥିପାଇଁ ଆଳସ୍ୟ ତ୍ୟାଗ କରନ୍ତୁ ।

କୁମ୍ଭ

ଆପଣଙ୍କ ଜୀବନ ସାଥି ଆପଣଙ୍କୁ  କୌଣସି ଖୁସି ଖବର ଦେବେ । ପରିବାରରେ ଖୁସି ର ପରିବେଶ ରହିବ । ନିଜ ଜୀବନ କାଳରେ ଭଲ ଉପଲବ୍ଧି ପ୍ରାପ୍ତ କରି ଆଗକୁ ବଢିବା ପାଇଁ ଚେଷ୍ଟା କରିବେ । ବ୍ୟବସାୟରେ ସଫଳତା ମିଳିବା ଦ୍ଵାରା ଧନ ମିଳିବ । କିନ୍ତୁ ଅନାବଶ୍ୟକ ଖର୍ଚ ବଢିବାରୁ ଆର୍ଥିକ ସ୍ଥିତି କମଜୋର ହୋଇପାରେ । ସବୁ ପ୍ରକାର ଅସୁବିଧାକୁ ଦୂର କରିବା ଆପଣଙ୍କ ପାଇଁ ଲାଭଦାୟକ ହୋଇପାରେ । ଘରୋଇ କାର୍ଯ୍ୟରେ ପରିବାରର ସହଯୋଗିତା ଆବଶ୍ୟକ ସେଥିପାଇଁ ନିଜ ନିଜ ଭିତରେ ମିଶି କୌଣସି କାର୍ଯ୍ୟକୁ କରିବା ଆପଣଙ୍କ ପାଇଁ ଭଲ ହେବ ।

ମୀନ

କୌଣସି ପ୍ରିୟ ଲୋକଙ୍କ ପାଖରେ ନିଜ ସମସ୍ୟା କଥା କହି ମନ ହାଲୁକା ହୋଇପାରେ । ବ୍ୟବସାୟିକ କ୍ଷେତ୍ରରେ ଲାଭ ମିଳିବାର ଯୋଗ ରହିଛି । କିନ୍ତୁ କାମ ଅଧିକ ରହିବ ପରନ୍ତୁ ଚେଷ୍ଟା କରନ୍ତୁ ସବୁ କାର୍ଯ୍ୟରେ ସଫଳତା ମିଳିବ। ଉଚ ପଦାଧିକାରୀ ଆପଣଙ୍କର କାର୍ଯ୍ୟ ପ୍ରତି ପ୍ରସନ୍ନ ରହିବେ । ସନ୍ତାନ ପକ୍ଷ କୁ ନେଇ ଚିନ୍ତା ଉତ୍ପନ୍ନ ହୋଇପାରେ । ସମୟ ଓ ପରିସ୍ଥିତି ଅନୁସାରେ କାର୍ଯ୍ୟ କରିବା ଆପଣଙ୍କ ପାଇଁ ଭଲ ରହିବ । ତେଣୁ ଆପଣ କୌଣସି କାର୍ଯ୍ୟ ବୁଝି ବିଚାରି କରନ୍ତୁ ତଥା ଘର ପରିବାର ସମସ୍ତଙ୍କ ସହିତ ମିଳିମିଶି ରହିବାକୁ ଚେଷ୍ଟା କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।