ଆଜିର ରାଶିଫଳ, 13 ଅଗଷ୍ଟ 2020, ଗୁରୁବାର, ମା ଲକ୍ଷ୍ମୀଙ୍କ କୃପା ବର୍ଷିବ ଆଜି ଏହି ୭ଟି ରାଶି ଉପରେ, ହେବ ଧନଲାଭ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୧୩ ଅଗଷ୍ଟ ୨୦୨୦ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ

ଆଜି ଆପଣଙ୍କ ଜୀବନରେ କିଛି ପରିବର୍ତ୍ତନ ଆସିବାର ସମ୍ଭାବନା ଅଛି । ଆପଣଙ୍କ କାରବାରରେ ବୃଦ୍ଧି ହେବ । ଜୀବନ ସାଥିଙ୍କ ସହ ଆଖ ପାଖ ଜାଗାକୁ ବୁଲିବାକୁ ଯାଇ ପାରନ୍ତି ଓ ସେଥିପାଇଁ ଆପଣଙ୍କ ମଧ୍ୟରେ ଭଲ ସମ୍ପର୍କ ରହିବ । ଆପଣଙ୍କ ପୁରୁଣା ଅତି ନିଜର ବନ୍ଧୁ ସହିତ ଭେଟ ହୋଇପାରେ । ଆଜି ଆପଣଙ୍କ ଦିନ ଭଲରେ କଟିବ । କର୍ମ କ୍ଷେତ୍ରରେ ସଫଳତା ମିଳିବା ସହିତ ଭଲ ଲାଭ ପ୍ରାପ୍ତ ହେବ । ପରିବାରରେ ଖୁସିର ଲହରୀ ଖେଳିବ ଓ ଘରର ଦାୟିତ୍ୟ ବଢିବ । ଆପଣଙ୍କ ଉନ୍ନତି ହେବାର ସମ୍ଭାବନା ଅଛି ।

ବୃଷ

ପୂର୍ବରୁ କିଛି ଭାବିଥିବା କାମ ଆଜି ଆପଣଙ୍କ ଦ୍ଵାରା ପୂର୍ଣ୍ଣ ହେବ । ଆଜି ଆପଣ କୌଣସି ଏକ ନୂଆ ବ୍ୟବସାୟରେ ଟଙ୍କା ଲଗାଇବା ଦ୍ଵାରା ଲାଭପ୍ରଦ ହେବ । ଆପଣ ଆଜି ବହୁତ ଜିନିଷରେ ଲାଭବାନ ହେବା ସହିତ ଆପଣଙ୍କ ମନ ବହୁତ ଖୁସିରେ ରହିବ । କିଛି ମହତ୍ଵ ପୂର୍ଣ୍ଣ କାମରେ ଚିନ୍ତା କରିବା ପରେ ସେହି ବିଷୟରେ ଯୋଜନା କରିବେ ଓ ସେଥିରେ ସଫଳତା ମଧ୍ୟ ମିଲିବ । ଯାହାଦ୍ୱାରା ସମାଜରେ ମାନ ସମ୍ମାନ ମିଳିବାର ଅଛି ଓ ଘରେ ଖୁସିର ବାତାବରଣ ରହିବ । ଆପଣଙ୍କୁ ଆଜି ହଠାତ ଧନ ପ୍ରାପ୍ତି ହେବାର ସୁଯୋଗ ଅଛି ।

ମିଥୁନ

ଆପଣଙ୍କ ଜୀବନକୁ ସୁଖମୟ କରିବାକୁ ଚାହୁଁଥିଲେ ଆଜି ହିଁ ବହୁତ ଭଲ ଦିନ ଅଟେ । ଘରର କୌଣସି ବଡ ନିଷ୍ପତି ନେଇପାରନ୍ତି । ବର୍ତ୍ତମାନ ଆପଣଙ୍କ ଘରକୁ ଏକ ନୂଆ ଖୁସି ଆସିବାର ଶୁଭ ସଙ୍କେତ ଅଛି । ଯାହା ଆପଣଙ୍କ ପରିବାରରେ ଥିବା ଖାଲି ଜାଗାକୁ ପୂରଣ କରିବ ଅର୍ଥାତ ଆପଣ ବାପା ହେବାର ଖୁସି ଖବର ପାଇ ପାରନ୍ତି । ପରିବାରରେ ଖୁସି ଓ ଶାନ୍ତି ରକ୍ଷା ହେବ । ଆଜି କୌଣସି ଏକ ପାଖରେ ଥିବା ଧାର୍ମିକ ସ୍ଥଳକୁ ଯାଇ ପାରନ୍ତି । ନୂଆ ଲୋକଙ୍କ ସହ ମିଳାମିଶା କରିପାରନ୍ତି ।

କର୍କଟ

କିଛି ଖାସ କାମ ପାଇଁ ଆପଣଙ୍କ ମନରେ ନୂଆ ବିଚାର ଆସିବ । ଆପଣ ସେହି କର୍ମରେ ବହୁତ ଶୀଘ୍ର କାମ ଆରମ୍ଭ କରନ୍ତୁ । ଆଜି ଦିନ ସରିବା ଭିତରେ କୌଣସି କାମ ଆପଣଙ୍କ ହୋଇପାରିବ ନାହିଁ । ଘରେ ସୁଖ ଶାନ୍ତି ରହିବ । କାମ ପୂର୍ଣ୍ଣ ନ ହେବା କାରଣରୁ ବହୁତ ଚିନ୍ତାରେ ରହିବେ । କୌଣସି ଏକ ଧାର୍ମିକ ସ୍ଥଳକୁ ଯାଇ ଦାନ କରିଲେ ଆପଣଙ୍କ ଆତ୍ମକୁ ଶାନ୍ତି ମିଳିବ । ସାଙ୍ଗ କିମ୍ବା ଗୁରୁଜନ ମାନଙ୍କ ସହାୟତା ମିଳିପାରେ ।

ସିଂହ

କୌଣସି ଜାଗାରେ ଅସୁବିଧା ହୋଇଥିବା ସ୍ଥାନରେ ବୁଝି ବିଚାରୀ କାମ କରିବାକୁ ଚେଷ୍ଟା କରନ୍ତୁ । କୌଣସି କାମରେ ନିଜର ସ୍ତ୍ରୀଙ୍କ ନିର୍ଦେଶ ଦ୍ଵାରା ଆପଣଙ୍କ ଲାଭ ହେବ । ସାଙ୍ଗ କିମ୍ବା ଗୁରୁଜନମାନଙ୍କ ସହାୟତା ମିଳିପାରେ । ହଠାତ ଧନ ମିଳିବାର ସମ୍ଭାବନା ଅଛି । ଆପଣ ଯେଉଁ କାମ କରନ୍ତୁ ନା କାହିଁକି ସେଥିରେ ଆପଣଙ୍କୁ ସଫଳତା ମିଳିବ । ପରିବାରେ ଖୁସି ରହିବା ସହିତ ଆପଣ ମଧ୍ୟ ଖୁସିରେ ରହିବେ । ପରିବାର ସହ ଆପଣଙ୍କ ପୁରା ଦିନ କଟିବେ ।

କନ୍ୟା

ବ୍ୟାବସାୟ କାର୍ଯ୍ୟରେ ନିଜ ପରିସ୍ଥିତି ଭଲ ରହିବ । ନିଜକୁ ବହୁତ ସତେଜ ହେବାର ଅନୁଭବ କରିବେ । ସାଙ୍ଗ କିମ୍ବା ଗୁରୁଜନମାନଙ୍କ ସହାୟତା ମିଳିପାରେ । ନୂଆ ଲୋକଙ୍କ ସହ ମିଳାମିଶା କରିପାରନ୍ତି । ପରିବାରରେ କିଛି ମଙ୍ଗଲ କାମ ମଧ୍ୟ ହୋଇପାରେ । ହଠାତ ଧନ ମିଳିବାର ସମ୍ଭାବନା ଅଛି । ଆପଣ ଯେଉଁ କାମ କରନ୍ତୁ ନା କାହିଁକି ସେଥିରେ ଆପଣଙ୍କ ସଫଳତା ମିଳିବ । ଆପଣକର ମାନସିକ ଚିନ୍ତା ବଢିପାରେ । ବ୍ୟବାସାୟରେ କିଛି ଛୋଟ ମୋଟ ସମସ୍ୟା ଦେଖା ଦେଇପାରେ କିନ୍ତୁ କଠିନ ପରିଶ୍ରମ କରିବା ଦ୍ଵାରା ଲାଭ ପାଇପାରିବେ ।

ତୁଳା

ଆପଣଙ୍କ ଆଜି ପୁରା ଦିନ ମଧ୍ୟମ ଧରଣ ରହିପାରେ । କୌଣସି କାମ ଓ କଥାବାର୍ତା ଉପରେ ସଂଯମତା ରଖିବାକୁ ଚେଷ୍ଟା କରନ୍ତୁ । ଯାହା ଦ୍ଵାରା କି ଲୋକଙ୍କ ନଜର ପୁରା ଆପଣଙ୍କ ପ୍ରତି ରହିବ । କଠିନ ପରିଶ୍ରମ ଦ୍ଵାରା ଆପଣଙ୍କୁ ବହୁତ ଲାଭ ମିଳିବ । ସ୍ଵାମୀ ଓ ସ୍ତ୍ରୀଙ୍କ ସମ୍ପର୍କରେ ମଧୁର ରହିବା ସଙ୍ଗେ ସଙ୍ଗେ ଆପଣଙ୍କ ଭାଗ୍ୟ ମଧ୍ୟ ଫିଟିବାର ସୁଯୋଗ ଅଛି । ପରିବାରେ କିଛି ମଙ୍ଗଲ କାମ ହେବାର ସୁଯୋଗ ଅଛି । ମନ ସ୍ଥିର ରଖି ଯଦି କାମ କରନ୍ତି ତେବେ ଯାଇ ଆପଣ କର୍ମ କ୍ଷେତ୍ରରେ ନିଶ୍ଚିନ୍ତ ସଫଳତା ଲାଭ କରିବେ ।

ବିଚ୍ଛା

ନୂଆ କାମ ବିଷୟରେ ଜାଣିବା ପାଇଁ ବହୁତ ଇଛା ରହିବ । ନିଜେ କରିଥିବା କଠିନ ପରିଶ୍ରମ ଦ୍ଵାରା ପରିବାରରେ ନଜରେ ନିଜେ ଏକ ଭଲ ଲୋକ ବୋଲି ବିବେଚିତ ହେବା ସହିତ ସଫଳତା ମିଳିବ । କୌଣସି ଏକ କାମରେ ଆପଣଙ୍କୁ ଲାଭ ପ୍ରଦ ହେବ । ସାଙ୍ଗ କିମ୍ବା ଗୁରୁଜନ ମାନଙ୍କ ସହାୟତା ମିଳିପାରେ । ନୂଆ ଲୋକଙ୍କ ସହ ମିଳାମିଶା କରିପାରନ୍ତି । ସମାଜରେ ଆପଣଙ୍କ ମାନ ସମାନ ମିଳିବ ଓ ପୂର୍ବରୁ ଭାବିଥିବା କାର୍ଯ୍ୟରେ ସାହାର୍ଯ୍ୟ ମିଳିବ । ନିଜକୁ ଉଚ୍ଚ ସ୍ଥାନରେ ରଖିବାକୁ ଯାଇ କେବେ ହେଲେ ନିଜ ଲୋକଙ୍କୁ ଅସୁବିଧାରେ ପକାନ୍ତୁ ନାହିଁ ।

ଧନୁ

ଆତ୍ମବିଶ୍ଵାସ ହେତୁ ବହୁତ ସଫଳତା ଅର୍ଜନ କରିବେ । ମାତା ପିତାଙ୍କ ସହଯୋଗ ଓ ତାଙ୍କ ଆଶୀର୍ବାଦ ଥିବା ହେତୁ ଆପଣଙ୍କୁ ସମାଜରେ ମାନ ସମ୍ମାନ ବଢିବ । ଆର୍ଥିକ ସ୍ଥିତି ମଧ୍ୟମ ଧରଣ ହୋଇଯିବ । ଆପଣ କିଛି ମନୋରଞ୍ଜନ କାର୍ଯ୍ୟରେ ମନ ଥିବା ହେତୁ କୌଣସି ଜାଗାରେ ଆପଣଙ୍କୁ ଏକ ସୁଯୋଗ ମିଳିପାରେ । ଆଜି ଯେକୌଣସି କାମ କରନ୍ତୁ ନା କାହିଁକି ସେଥିରେ ଆପଣ ନିଶ୍ଚିନ୍ତ ସଫଳତା ଅର୍ଜନ କରିବେ । ମନ ସ୍ଥିର ରଖି ଯଦି କାମ କରନ୍ତି ତେବେ ଯାଇ ଆପଣ କର୍ମ କ୍ଷେତ୍ରରେ ସଫଳତା ଲାଭ କରିବେ ।

ମକର

କାର୍ଯ୍ୟରେ ଆପଣଙ୍କୁ ସହାୟତା ମିଳିବ । ଅଳ୍ପ କଷ୍ଟ ଅନୁଭବ ହେବ । ଯଦି ଆପଣ ବର୍ତ୍ତମାନ ଜମି କିମ୍ବା ଘର କିଣୁଛନ୍ତି ତେବେ ଆପଣଙ୍କୁ ଆଗକୁ ବହୁତ ଲାଭ ହେବ । ନୂଆ ଲୋକଙ୍କ ସହ ମିଳାମିଶା କରିପାରନ୍ତି । ପରିବାରରେ କିଛି ମଙ୍ଗଲ କାମ ମଧ୍ୟ ହୋଇପାରେ । ଆର୍ଥିକ କ୍ଷେତ୍ରରେ ଅଧିକ ଖର୍ଚ ହେବ ଓ ଅଯଥା ଟଙ୍କା ଖର୍ଚ ହେବ । କୌଣସି ଏକ ସାମାଜିକ ସଂଗଠନରେ ନିୟୋଜିତ ହୋଇପାରନ୍ତି । ଆଜି ଟଙ୍କା ଦେବା ନେବା ଠାରୁ ବଞ୍ଚିତ ରୁହନ୍ତୁ ।

କୁମ୍ଭ

କାର୍ଯ୍ୟ କ୍ଷେତ୍ରରେ କିଛି ଉନ୍ନତି ମିଳିବାର ସମ୍ଭାବନା ଅଛି । ଆଜି ଆପଣଙ୍କ ଭାଗ୍ୟ ପୁରା ସାଥ ଦେବ । ସେଥିପାଇଁ କାର୍ଯ୍ୟରେ ଆପଣଙ୍କ ଭଲ ଲାଭ ମିଳିବ । ଆର୍ଥିକ ସମସ୍ୟା ଭଲ ରହିବା ସହିତ କୌଣସି କାମରେ ଶୁଭ ସଙ୍କେତ ମିଳିବ ଓ କୌଣସି ବି ଅବସରକୁ ହାତ ଛଡା କରିବେ ନାହିଁ । ଆଜି ଏମିତି ଏକ ଲୋକ ସହିତ ଭେଟ ହେବ ଯାହା ଦ୍ଵାରା ଆପଣଙ୍କ ବ୍ୟବସାୟରେ ବହୁତ ଲାଭଦାୟକ ହେବ । ନିଜର ଆତ୍ମବିଶ୍ଵାସ ବଢିବା ସାଙ୍ଗରେ କିଛି ଅଧା ଥିବା କାର୍ଯ୍ୟ ପୂର୍ଣ୍ଣ ହେବ ।

ମୀନ

ନିଜର ଆତ୍ମବିଶ୍ଵାସ ବଢିବା ସହିତ ପୂର୍ବରୁ ରହିଥିବା କିଛି କାର୍ଯ୍ୟ ବର୍ତ୍ତମାନ ପୂର୍ଣ୍ଣ ହେବ । କାର୍ଯ୍ୟ କ୍ଷେତ୍ରରେ ସମସ୍ୟା ବଢିବାର ସମ୍ଭାବନା ଅଛି । ଜିୟଲୋଜି ପଢୁଥିବା ପିଲାମାନଙ୍କ ଦିନ ଠିକ ରହିବ । ଗଣେଶ ପ୍ରଭୁଙ୍କ ଆଶୀର୍ବାଦରୁ ଆପଣ ନିଜ କର୍ମରେ ସଂପୂର୍ଣ୍ଣ ଖୁସି ରହିବେ । ନିଜ ପାର୍ଟନର ଓ ପରିବାରରୁ ଆପଣଙ୍କୁ ଭଲ ପାଇବା ମିଳିବ । ଯାହା ଦ୍ୱାରା କି ଆପଣ ବହୁତ ଖୁସି ଅନୁଭବ କରିବେ । ନିଜ ପ୍ରେମ ଜୀବନରେ ମଧ୍ୟ ମଧ୍ୟମ ଧରଣ ରହିବ । ଦୈନିକ ରାଶିଫଳ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।