ହୀରାକୁଦ ବନ୍ଧ କୁ ଏବେ ଦଇବ ସାହା ହେବ । ବିନା ଦରମାରେ ଖଟୁଛନ୍ତି CLR କର୍ମଚାରୀ । ଫାଟକ ଖୋଲିବାକୁ ନାହାନ୍ତି କ୍ରେନ ଅପରେଟର । ହଁ ଦର୍ଶକ ବନ୍ଧୁ ସାରା ରାଜ୍ୟରେ ମୌସୁମୀ ସକ୍ରିୟ ହେବା ସହ ବର୍ଷା ମଧ୍ୟ ଆରମ୍ଭ ହୋଇଯାଇଛି । ଆଉ ବର୍ଷା ଦିନ ଆରମ୍ଭ ହେବା ମାତ୍ରେ ହୀରାକୁଦ ଡ୍ୟାମ କଥା ଚର୍ଚ୍ଚାକୁ ଆସେ । ଜଳ ଭଣ୍ଡାରରେ କେତେ ପାଣି ପଶିଲା ଓ ବନ୍ୟା ଜଳ ନିଷ୍କାସନ ପାଇଁ କେତେ ଗେଟ ଖୋଲିଲା ଏହା ଉପରେ ସବୁ ଲୋକଙ୍କର ନଜର ଥାଏ ।
କାରଣ ବର୍ଷା ଦିନା ସିଏଲ ହୀରାକୁଦ ଡ୍ୟାମ ଜଳ ପରିଚାଳନା ଚିନ୍ତା ମାଡିବସେ । ଉପର ମୁଣ୍ଡରେ ଅଧିକ ବର୍ଷା ହେଲେ ମହାନଦୀରେ ବନ୍ୟା ଜଳ ଆସିଥାଏ । ଏପରି ସ୍ଥିତିରେ ବୁର୍ଲା ମୁଖ୍ୟ ବନ୍ଧ ବିଭାଗରେ ଅଛନ୍ତି ହାତ ଗଣତି କର୍ମଚାରୀ । ଜରୁରୀ ସ୍ଥିତିରେ ବନ୍ୟା ଜଳ ନିଷ୍କାସନ ପାଇଁ ହୀରାକୁଦ ଡ୍ୟାମର ଗେଟ ଖୋଲିବାକୁ ଜଣେ ହେଲେ କ୍ରେନ କର୍ମଚାରୀ ନାହାନ୍ତି ।
ଜଣେ ମାତ୍ର ପମ୍ପ ଡ୍ରାଇଭର ଥିବା ବେଳେ ଅନ୍ୟ ପଟେ ଚୌକିଦାର ପମ୍ପ ଚଳାଇଥାନ୍ତି । ଚୁକ୍ତି ଭିତ୍ତିକ କର୍ମଚାରୀଙ୍କ ଉପରେ ଭରସା କରି ବସିଛନ୍ତି କର୍ତ୍ତୁପଖ । କୌଣସି କର୍ମଚାରୀଙ୍କୁ ଗତ 4 ମାସ ହେଲାଣି ଦରମା ମିଳି ନାହିଁ । ବୁର୍ଲା ମୁଖ୍ୟବନ୍ଧ ବିଭାଗରେ ଏବେ 199 ଜଣ ଠିକା ସଂସ୍ଥାର କର୍ମଚାରୀ ବିନା ଦରମାରେ ଖଟୁଥିବା ବେଳେ ଭବିଷ୍ୟତକୁ ନେଇ ଚିନ୍ତାରେ ଅଛନ୍ତି ।
ଏଠାରେ ଖାଲିଥିବା ପଦ ପୂରଣ ନ ହେଉଥିବାରୁ ହିରାକୁଦ ବନ୍ଧ ଜଳ ପରିଚାଳନରେ ସମସ୍ୟା ସୃଷ୍ଟି ହୋଇପାରେ ବୋଲି ଆଶଙ୍କା କରାଯାଉଛି । ଏଠାରେ କହି ରଖୁଛୁ ହୀରାକୁଦ ନଦୀବନ୍ଧରେ ମୋଟ 98ଟି ଫାଟକ ରହିଛି । ସେଥିମଧ୍ୟରୁ 64ଟି ସ୍ଲୁଇସ ଗେଟ ଓ 24ଟି କ୍ରେଷ୍ଟ ଫାଟକ ରହିଛି । ଏହି ଫାଟକ ଖୋଲିବା ଓ ବନ୍ଦ କରିବା ପାଇ ଉଭୟ ପରେ ମୋଟ 8ଟି କ୍ରେନ ରହିଛି ।
5ଟି କ୍ରେନ ହୀରାକୁଦ ବନ୍ଧ ବାମ ପଟେ ଓ 3ଟି କ୍ରେନ ଡାହାଣ ପଟ ବୁର୍ଲାରେ ରହିଛି । ଏହି 8ଟି କ୍ରେନକୁ ଚଲାଇବା ପାଇଁ 8 ଜଣ କ୍ରେନ ଅପରେଟର ଓ ହେଲ୍ପର ରହିବାର ନିୟମ ରହିଛି । ଏବେ ମୋଟ 16 ଜଣଙ୍କ ସ୍ଥାନରେ କେହି ଜଣେ ହେଲେ କ୍ରେନ ଅପରେଟର ନାହାନ୍ତି । ଫାଉଣ୍ଡେସନ ଗ୍ୟାଲେରୀରେ ପମ୍ପ ଚଳାଇବା ପାଇଁ ଅଧିକ ସଂଖ୍ୟକ ପମ୍ପ ଡ୍ରାଇଭର ଜରୁରତ ରହିଛି ।
ମାତ୍ର ଜଣେ ପମ୍ପ ଅପରେଟର ରହିଥିବା ଅନ୍ୟ ସିଟରେ ଚୌକିଦାର ଓ ହେଲ୍ପର କାମ ଚଳାଉଛନ୍ତି । ଫାଉଣ୍ଡେସନ ଗ୍ୟାଲେରୀ ବନ୍ଧରେ ଏକ ପ୍ରମୁଖ ଅଂସ ହେଲେ ଏଥିରେ ଜମା ହେଉଥିବା ଜଳକୁ ବାହାର କରିବାକୁ କାମଚଳା ନୀତି ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି । ଏବେ ବନ୍ଧର ଜଳ ମାପିବା ପାଇଁ ମାତ୍ର ଜଣେ ଗେଜ ରିଡର ରହିଛନ୍ତି । ଦିନକୁ 4ଟି ସିଫ୍ଟରେ କାମ କିପରି କରାଯିବ ତାହାକୁ ନେଇ ପ୍ରଶ୍ନ ଉଠିଛି । ବାର୍ଷିକ ମରାମତି ନାମରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି ହେଲେ ଆଜି ଯାଏଁ ବନ୍ଧର ଫାଟକ ବନ୍ଧ କରାଯାଇ ନାହିଁ । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟି ଲାଇକ କରନ୍ତୁ, ଧନ୍ୟବାଦ ।