ଏମିତି ହତାନ୍ତୁ ଦାନ୍ତରୁ ତମ୍ବାକୁ, ଗୁଟୁଖା, ପାନ ମସଲା ର ଦାଗ, ମୋତି ଭଳି ଚମକିବ ଦାନ୍ତ

ଆଜି ଆମେ ଲୋକମାନଙ୍କର ସେହି ସମସ୍ୟା ର ସମାଧାନ କହିବାକୁ ଯାଉଛୁ ଯାହାଦ୍ୱାରା ଲୋକମାନେ ସବୁବେଳେ ଚିନ୍ତା ରେ ରହୁଛନ୍ତି । ଆମର ଦେଶରେ ତମ୍ବାଖୁ, ଗୁଟଖା ଏବଂ ପାନ ମସଲା ଖାଇବା ର ସଂଖ୍ୟା ବହୁତ ବେଶି ଅଟନ୍ତି । ଏହି ଲୋକମାନେ ନିଜ ଦାନ୍ତ ଉପରେ ପଡୁଥିବା ହଳଦିଆ ଏବଂ କଳା ଦାଗ ପାଇଁ ଚିନ୍ତିତ ଥାନ୍ତି । ଦାନ୍ତରେ ପଡୁଥିବା ହଳଦିଆ ଏବଂ କଳା ଦାଗ ର କାରଣ ତମ୍ବାଖୁରେ ଥିବା ନିକୋଟିନ ଅଟେ । ନିକୋଟିନ ଧୀରେ ଧୀରେ ଜମି ଦାନ୍ତକୁ ପୁରାପୁରୀ ସଢେଇ ଦେଇଥାଏ ।

ଯାହାକୁ ବ୍ରସ ଦ୍ଵାରା ବାହାର କରି ହୁଏ ନାହିଁ । ଆପଣଙ୍କୁ କହିଦେଉଛୁ କି ୱ୍ହାଇଟ୍ନର, ଶାଇନର ଏବଂ ବିଶେଷ କେମିକଲ୍ସ ଦ୍ଵାରା ଦାନ୍ତକୁ ପୁଣି ଥରେ ଚମକାଇ ଯାଇପାରିବ । ଡେଂଟଲ ବ୍ଲୀଚିଂଗ ଦ୍ଵାରା ଦାନ୍ତକୁ ଗୁଟଖା, ତମ୍ବାଖୁ ଆଦି ଦାଗ ରୁ ଆରାମରେ ସଫା କରହେବ । ଏହା ଏକ ଏମିତି ଉପାୟ ଅଟେ ଯାହାଦ୍ୱାରା ଦାନତକୁ ପୂରାପୂରି ସଫା କରାଯାଇପାରିବ ଏବଂ ଏହାର କୌଣସି ସାଇଡ ଇଫେକ୍ଟ ହୁଏ ନାହିଁ । ଡେଂଟଲ ବ୍ଲୀଚିଂଗ ପରେ ଡେଂଟିସ୍ଟ ଦ୍ଵାରା ଦିଆଯାଇଥିବା କ୍ରିମ ଲଗାଇବାକୁ ପଡିବ ।

ଦାନ୍ତ ବହୁତ ସେଂସିୱିଟ ହୋଇଥାଏ, ଏଥିପାଇଁ ଏହା ଉପରେ କିଛି ବି ଔଷଧ ଲଗାଇବା ପୂର୍ବରୁ ଡାକ୍ତରଙ୍କ ଠାରୁ ପ୍ରଥମେ ପଚାରି ଦିଅନ୍ତୁ । ବ୍ଲୀଚିଂଗ ପରେ କିଛି ଦିନ ପର୍ଯ୍ୟନ୍ତ ଡାକ୍ତରଙ୍କ କହିବା ଅନୁସାରେ ଔଷଧ ନେବା ଦରକାର ଏବଂ ଖାଇବା ପିଇବା ସେମିତି ହିଁ ହେବା ଦରକାର । ତମ୍ବାଖୁ, ଗୁଟଖା ଏବଂ ପାନ ମସଲା ଖାଉଥିବା ଲୋକମାନଙ୍କର ମାଢିରେ ବ୍ୟଥା, ବେକ ରେ କାସ ଇତ୍ୟାଦି ଅସୁବିଧା ହୋଇ ଥାଏ ତେବେ ତୁରନ୍ତ ଡାକ୍ତର ସହ ସମ୍ପର୍କ କରନ୍ତୁ । କାରଣ ଏହା କୌଣସି ଭଲ ଲକ୍ଷଣ ନୁହେଁ ।

ଏହା ଥିଲା ଡାକ୍ତର ଉପାୟ କିନ୍ତୁ ବର୍ତ୍ତମାନ ଆମେ ଆପଣଙ୍କୁ ଦାନ୍ତରୁ ସବୁ ଦାଗ ହଟେଇବା ପାଇଁ ଘରେଲୁ ଉପାୟ କହିବୁ । ଏଥିପାଇଁ ଆପଣଙ୍କୁ ବେକିଂଗ ସୋଡା ଲଗାଇ ବ୍ରଶ ରେ ଦାନ୍ତ କୁ ଘସନ୍ତୁ । ବେକିଂଗ ସୋଡା ରେ ଟିକେ ଲୁଣ ମିଶାନ୍ତୁ ପୁଣି ଏହାକୁ ଦାନତରେ ଘଷିବା ଦ୍ଵାରା ଦାନ୍ତଗୁଡିକ ଜଲ୍ଦି ଏବଂ ପୁରା ସଫା ହୋଇଯିବ ।

ଦାନ୍ତ ରୁ ଦାଗ ହଟାଇବା ପାଇଁ ଖାଇବା ପରେ ଗୋଟେ ଚ୍ଯୂଇଂଗମ କୁ ମୁହଁରେ ପକାଇ ୨୦ ମିନିଟ ପର୍ଯ୍ଯନ୍ତ ଚୋବାନ୍ତୁ । ଦାନ୍ତକୁ ଚମକାଇବା ପାଇଁ ଦାଗ ଗୁଡିକୁ ହଟାଇବା ପାଇଁ ଲେମ୍ବୁ କିମ୍ବା ସ୍ଟ୍ରବେରୀ ରଗଡନ୍ତୁ।