ସ୍ଵାମୀ ଘରୁ ବାହାରକୁ ଯିବା ବେଳେ ସ୍ତ୍ରୀ ଯଦି ଏହି ଗୋଟିଏ ଜିନିଷ ତାଙ୍କୁ ଦେଇ ଦିଅନ୍ତି ତେବେ ହୋଇଥାଏ ଧନର ବର୍ଷା

ପତି ପତ୍ନୀଙ୍କ ସମ୍ପର୍କ ଦୁନିଆର ଏକ ପବିତ୍ର ଓ ନିଆରା ସମ୍ପର୍କ । ଦୁହେଁ ପରସ୍ପରର ହାତ ଧରି ବାଟ ଚାଲିଥାନ୍ତି ଓ ଜୀବନର ସମସ୍ତ ଝଡଝଞ୍ଜାକୁ ଏକାଠି ସାମ୍ନା କରିଥାନ୍ତି । ସେଥିପାଇଁ ଉତ୍ତମ ଜୀବନସାଥି ଟିଏ ପାଇବା ପାଇଁ ସମସ୍ତେ ଇଚ୍ଛା କରିଥାନ୍ତି । ଯେପରିକି ଜୀବନର ଉତ୍ଥାନ ପତନ ସବୁଥିରେ ବିନା ଦ୍ଵିଧାରେ ସେ ତାଙ୍କ ସାଥ୍ ଦେଇ ପାରୁଥିବେ । ଜ୍ଯୋତିଷ ଅନୁସାରେ ଉଭୟଙ୍କ ମଙ୍ଗଳ ପରସ୍ପର ସହ ଜଡିତ ରହିଥାଏ । ସେଥିପାଇଁ କେତୋଟି କାର୍ଯ୍ୟ ରହିଛି ତାହା ପାଳନ କରିବା ଉଚିତ ।

ସ୍ତ୍ରୀ ଙ୍କୁ ଘରର ଲକ୍ଷ୍ମୀ ବୋଲି କୁହାଯାଏ । ତେଣୁ ଘରର ଲକ୍ଷ୍ମୀଙ୍କୁ କେବେ ମଧ୍ୟ ଅସମ୍ମାନ କରନ୍ତୁ ନାହିଁ କି ତାଙ୍କ ମନରେ ଦୁଃଖ ଦିଅନ୍ତୁ ନାହିଁ । ସେ ଖୁସି ରହିଲେ ଆପଣଙ୍କ ଘର ସଉଖ ସମୃଦ୍ଧିରେ ଭରି ଉଠିବ । ବିଶେଷ ଘରୁ ବାହାରକୁ ଯିବା ବେଳେ ସ୍ତ୍ରୀ ଙ୍କ ମନରେ ଦୁଃଖ ଦିଅନ୍ତୁ ନାହିଁ କି ଝଗଡା କରନ୍ତୁ ନାହିଁ । ଜ୍ଯୋତିଷ ଅନୁସାରେ ଯଦି ସ୍ଵାମୀ କୌଣସି କାର୍ଯ୍ୟରେ ଘରୁ ବାହାରକୁ ଯାଉଛନ୍ତି ଆଉ ଏହି ସମୟରେ ତାଙ୍କ ସ୍ତ୍ରୀ ତାଙ୍କୁ କିଛି ପଇସା ଦିଅନ୍ତି ତେବେ ଏହା ସ୍ବାମୀଙ୍କ ପାଇଁ ଅତ୍ୟନ୍ତ ଶୁଭ ସାବ୍ୟସ୍ତ ହୋଇଥାଏ ।

ଏହାଦ୍ବାରା ସମସ୍ତ କାର୍ଯ୍ୟରେ ସଫଳ ମିଳିଥାଏ ଓ ଧନ ଲାଭ ମଧ୍ୟ ହୋଇଥାଏ । ଘରୁ ବାହାରିବା ସମୟରେ ଯଦି ସ୍ତ୍ରୀ ଙ୍କ ମୁହଁ ହସ ହସ ରୁହେ ତାହା ସ୍ବାମୀଙ୍କ ପାଇଁ ଅତ୍ୟନ୍ତ ଶୁଭ ସାବ୍ୟସ୍ତ ହୋଇଥାଏ । ତେଣୁ ସ୍ବାମୀମାନେ ମନେ ରଖିବା ଉଚିତ ଯେ ଘରୁ ବାହାରକୁ ଯିବା ବଳେ କେବେବି ସ୍ତ୍ରୀ ଙ୍କ ମନରେ ଦୁଃଖ ଦିଅନ୍ତୁ ନାହିଁ ବରଂ ତାଙ୍କୁ ଖୁସ୍ ରଖନ୍ତୁ ଓ ଭଲରେ ଭଲରେ ଘରୁ ବାହାରକୁ ଯାଆନ୍ତୁ ।

ଦେଖିବେ ଯାହା ଚିନ୍ତା କରିଛନ୍ତି ସେଥିରେ ନିଶ୍ଚୟ ଶୁଭଫଳ ପ୍ରାପ୍ତ ହେବ । ଏହା ଏକ ସାମାନ୍ଯ କଥା ଲାଗୁଥିଲେ ମଧ୍ୟ ଏହାର ବହୁତ ମହତ୍ଵ ରହିଛି । ଏପରି ହେଲେ ଆପଣଙ୍କର କ୍ଷତି ହୋଇଥାଏ ଓ କୌଣସି କାର୍ଯ୍ୟରେ ସଫଳତା ମିଳି ନଥାଏ । କିନ୍ତୁ ଏଥିପାଇଁ ଆପଣ ସ୍ତ୍ରୀ ଙ୍କୁ ଟଙ୍କା ମାଗିବେ ନାହିଁ ବରଂ ସେ ଜାଦୁ ଏହା ଆପଣଙ୍କୁ ତାଙ୍କ ଅଦୁ ଯାଚିକି ଦେବେ ତା’ହେଲେ ଯାଇ ଶୁଭ ହୋଇଥାଏ । ଏହି ସବୁ ଅକସ୍ମାତ ହେବା ହିଁ ଶୁଭଫଳ ପ୍ରଦାନ କରିଥାନ୍ତି ।

ଆପଣ ଯଦି ନମାଗି ସ୍ତ୍ରୀ ଟଙ୍କା ପଇସା ଆପଣଙ୍କୁ ଦିଅନ୍ତି ତେବେ ଜାଣି ନିଅନ୍ତୁ ଆଜିର ଦିନଟି ଆପଣଙ୍କ ପାଇଁ ବେଶ ମଙ୍ଗଳ ରହିବ । ସ୍ତ୍ରୀ ମାନେ ମଧ୍ୟ ଏଥିପ୍ରତି ଧ୍ୟାନ ଦେବା ଉଚିତ ଯେ ସ୍ଵାମୀ ମନେ ଘରୁ ବାହାରିବା ବେଳେ କେବେ ହେଲେ ତାଙ୍କ ସହ ଝଗଡା କରନ୍ତୁ ନାହିଁ । ସ୍ଵାମୀ ଘରୁ ଯିବା ବେଳେ ଯଦି ସେମାନେ ହସ ହସ ମୁହଁ ରଖନ୍ତି ତେବେ ଏହି ଛୋଟିଆ କାମଟି ତାଙ୍କ ଜୀବନକୁ ଚମକାଇ ଦେଇଥାଏ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।