ସ୍ଵପ୍ନରେ ଶାରୀରିକ ସମ୍ପର୍କ ରଖୁଥିବାର ଅର୍ଥ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ, ଦେଖନ୍ତୁ ଏହି ସମ୍ବନ୍ଧରେ କଣ କହୁଛି Swapna Shastra ?

ଆମେ ଅନେକ ପ୍ରାକାରରର ସ୍ଵପ୍ନ ଦେଖିଥାଉ । ତନ୍ମଧ୍ୟରୁ କେବେ କେବେ ଆମେ ସ୍ଵପ୍ନରେ ନିଜକୁ ସମ୍ଭୋଗ କରୁଥିବାର ଦେଖିଥାଉ । ସ୍ଵପ୍ନ ଶାସ୍ତ୍ରରେ ପ୍ରତ୍ଯେକ ସ୍ଵପ୍ନର ଭିନ୍ନ ଭିନ୍ନ ଅର୍ଥ ଥିବା ଉଲ୍ଲେଖ ରହିଛି । ସ୍ଵପ୍ନରେ ସମ୍ଭୋଗ କରୁଥିବାର ଦେଖିବାର ବାସ୍ତବ ଅର୍ଥ ମଧ୍ୟ ଏହି ସ୍ଵପ୍ନ ଶାସ୍ତ୍ରରେ ନିହିତ ଅଛି । ତେବେ ଆଜି ଆମେ ଆପଣଙ୍କୁ ସ୍ୱ୍ପାନରେ ନିଜକୁ ସମ୍ଭୋଗ କରୁଥିବାର ଦେଖିବାର ପ୍ରକୃତ ଅର୍ଥ କଣ ତାହା ଜଣାଇବୁ ।

ଆମେ ସ୍ଵପ୍ନରେ କେବେ କେବେ ପରିଚିତ ଲୋକଙ୍କ ସହ ସମ୍ଭୋଗ କରୁଥିବାର ଦେଖିଥାଉ ତ ଆଉ କେବେ ଅପରିଚିତ ଲୋକଙ୍କ ସହ ସମ୍ଭୋଗ କରୁଥିବାର ଦେଖିଥାଉ । ତେବେ ସ୍ଵପ୍ନ ଶାସ୍ତ୍ର ଅନୁସାରେ ସ୍ଵପ୍ନରେ ନିଜକୁ ପରିଚିତ ବ୍ୟକ୍ତିଙ୍କ ସହ ସମ୍ଭୋଗ କରୁଥିବାର ଦେଖିବା ଏକ ଶୁଭ ସଂକେତ ଅଟେ । ଯଦି ଆପଣ ବିବାହଯୋଗ୍ୟ ଅଟନ୍ତି କିମ୍ବା ଆପଣଙ୍କ ଘରେ ବିବାହ କଥା ଚାଲିଛି ତେବେ ତାହା ଅତି ଶୀଘ୍ର ହୋଇଯିବ ବୋଲି କୁହାଯାଏ ।

ଯଦି ଆପଣ ବିବାହଯୋଗ୍ୟ ଅବସ୍ଥାରେ ନାହାନ୍ତି କିମ୍ବା ପ୍ରଥମରୁ ବିବାହିତ ଅଟନ୍ତି ତେବେ ଏହି ସ୍ଵପ୍ନର ଅର୍ଥ ହେଉଛି ଆପଣଙ୍କ ପାଖକୁ ଧନର ଆଗମନ ହେବାକୁ ଯାଉଛି ଏବଂ ମାତା ଲକ୍ଷ୍ମୀ ଆପଣଙ୍କ ଘରେ ବିରାଜମାନ ହେବାକୁ ଯାଉଛନ୍ତି । କିନ୍ତୁ ଯଦି ନବ ବିବାହିତ ବ୍ୟକ୍ତିଙ୍କୁ ଏହି ସ୍ଵପ୍ନ ଦେଖାଦିଏ ତେବେ ଏହା ତାଙ୍କ ଉପରେ ପ୍ରେତ ବାଧାର ସଂକେତ ହୋଇପାରେ କିମ୍ବା କୌଣସି ନକରାତ୍ମକ ଶକ୍ତିର ପ୍ରଭାବ ଆପଣଙ୍କ ଉପରେ ବଢୁଛି ।

ଯଦି ଆପଣ ସ୍ଵପ୍ନରେ ନିଜକୁ ସ୍ଵାମୀ କିମ୍ବା ସ୍ତ୍ରୀଙ୍କ ସହ ସମ୍ଭୋଗ କରୁଥିବାର ଦେଖୁଛନ୍ତି ତେବେ ଏହାର ଅର୍ଥ ଆପଣ ଦାମ୍ପତ୍ୟ ଜୀବନ ଖୁବ ଖୁସିରେ ବିତାଉଛନ୍ତି । କିମ୍ବା ଆପଣଙ୍କ ଜୀବନସାଥୀ ଠାରୁ ଆପଣଙ୍କୁ ଯାହା ଆଶା ଥିଲା ତାହା ଆପଣଙ୍କୁ ମିଳୁନାହିଁ । ଯଦି ଆପଣ ସ୍ଵପ୍ନରେ ପୂର୍ବ ପ୍ରେମିକ କିମ୍ବା ପ୍ରେମିକାଙ୍କ ସହ ସମ୍ଭୋଗ କରିଥାନ୍ତି ତେବେ ଏହାର ମଧ୍ୟ ତିନୋଟି ଅର୍ଥ ରହିଛି । ପ୍ରଥମରେ ଆପଣଙ୍କ ପୂର୍ବ ପ୍ରେମିକଙ୍କ ସହ ଶାରୀରିକ ସମ୍ପର୍କ ଖୁବ ଭଲ ଥିଲା, ଦ୍ବିତୀୟରେ ପୂର୍ବ ସାଥିଙ୍କ ତୁଳନାରେ ଆପଣ ନୂଆ ସାଥିଙ୍କୁ ସେତିକି ପ୍ରେମ କରିପାରୁ ନାହାନ୍ତି ।

ତୃତୀୟରେ ବର୍ତ୍ତମାନ ସମୟରେ ଆପଣଙ୍କ ଶାରୀରିକ ଆବଶ୍ୟକତା ପୂରଣ ହୋଇପାରୁ ନାହିଁ । ଅନେକ ସମୟରେ ଦେଖାଯାଇଛି ଯେ ଶୁକ୍ଳ ପକ୍ଷରେ କୌଣସି ପରିଚିତଙ୍କ ସହ ଏମିତି ସ୍ଵପ୍ନ ଦେଖିବାକୁ ମିଳେ ଓ ଅପରିଚିତଙ୍କ ସହ ଏମିତି ସ୍ଵପ୍ନ କୃଷ୍ଣ ପକ୍ଷରେ ଦେଖିବାକୁ ମିଳେ ।

ଯଦି ଆପଣ ଏପରି ସ୍ଵପ୍ନର ଅଶୁଭ ପ୍ରଭାବ ଅନୁଭବ କରୁଛନ୍ତି ତେବେ ଏକ ସୂତାରେ ସାତୋଟି ଗଣ୍ଠି ପକାଇ ସେଥିରେ ଅଳ୍ପ ସୋରିଷ ତେଲ ଲଗାଇ ଦିଅନ୍ତୁ । ଏହାକୁ ରାତିରେ ମୁଣ୍ଡ ତଳେ ରଖି ଶୋଇଯାନ୍ତୁ ଓ ସକାଳେ ଉଠି ଏହାକୁ କୌଣସି ଏକ ଗଛ ମୂଳେ ପୋତି ଦିଅନ୍ତୁ । ସମ୍ଭବତଃ ଏହା ଆପଣଙ୍କ ସମସ୍ଯାର ସମାଧାନ କରିପାରିବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।