ଭାଇ Soumya ଙ୍କ ମୃତ୍ୟୁ ପରେ Sonali ର ସବୁ ଗୁମର ଖୋଲି କହିଦେଲେ ସୌମ୍ଯଙ୍କ ଭଉଣୀ, କହିଲେ ‘ସେଦିନ ସେମାନେ ରାତିରେ ହୋଟେଲରେ…’ ଦେଖନ୍ତୁ Video

ଭୁବନେଶ୍ବର ନନ୍ଦନବିହାର ସ୍ଥିତ ଭଡାଘରୁ ସୌମ୍ଯରଞ୍ଜନ ପାଣିଗ୍ରାହୀଙ୍କ ମୃତଦେହ ମିଳିବା ପରେ ଭାଙ୍ଗି ପଡିଛନ୍ତି ସୌମ୍ଯଙ୍କ ପରିବାର । ମୃତ୍ଯୁ ପୂର୍ବରୁ ସୌମ୍ଯ ଏକ ସୁଇଆସାଇଡ ନୋଟ ଲେଖି ସେଥିରେ ତାଙ୍କ ଆତ୍ମହତୟା ପାଇଁ ପ୍ରେମିକା ସୋନାଲି ନନ୍ଦଙ୍କୁ ଦାୟୀ କରିଛନ୍ତି । ପ୍ରେମିକା କିପରି ତାଙ୍କୁ ଧୋକା ଦେଉଥିଲେ ଓ କିପରି ସାରସ୍ଵତ ନାମକ ଯୁବକଙ୍କ ପାଇଁ ତାଙ୍କ ହୃଦୟ ସହ ଖେଳିଲେ ସେସବୁ କଥା ନିଜ ସୁଇଆସାଇଡ ନୋଟରେ ସୌମ୍ଯ ଲେଖିଛନ୍ତି ।

ସୌମ୍ଯଙ୍କ ଭଉଣୀ ଭାଇର ମୃତ୍ୟୁ ପରେ ସୋନାଲିଙ୍କୁ ବିଲକୁଲ ମଧ୍ୟ କ୍ଷମା କରିପାରୁ ନାହାନ୍ତି । ସେ ନିଜ ବୟାନ ଦେବା ସମୟରେ ଭାଇ ଓ ସୋନାଲିଙ୍କ ସମ୍ପର୍କକୁ ନେଇ କିଛି କଥା ଜଣାଇଥିଲେ । ସେ କହିଛନ୍ତି କି ନିକଟରେ ସୋନାଲିଙ୍କ ଜନ୍ମଦିନ ପାଳନ କରିଥିଲେ ସୌମ୍ଯ । ଏଥିପାଇଁ ସୋନାଲିଙ୍କ ପାଇଁ ମେଫେୟାର ହୋଟେଲରେ ବୁକିଂ କରିଥିଲେ ସୌମ୍ଯ ଓ ସେମାନେ ଦୁହେଁ ଯାଇ ସେଠି ରହିଥିଲେ ।

ସେ ପରୋକ୍ଷରେ କହିଥିଲେ କି ସୋନାଲି ଏବଂ ତାଙ୍କ ଭାଇନାଙ୍କ ମଧ୍ୟରେ ସବୁକିଛି ସରିଛି । ଏହା ସହ ସୋନାଲିଙ୍କ ପାଇଁ ସୌମ୍ଯ ବହୁତ କିଛି କରିଛନ୍ତି ବୋଲି ତାଙ୍କ ଭଉଣୀ କହିଛନ୍ତି । ଏତେ ସବୁ କରିବା ପରେ ମଧ୍ୟ ସୋନାଲି ଧୋକା ଦେବାରୁ ସୌମ୍ଯ ସହି ନପାରି ଏହିଭଳି ଏକ ପଦକ୍ଷେପ ନେଲେ । ସୌମ୍ଯଙ୍କ ଭଉଣୀ କହିଛନ୍ତି କି ତାଙ୍କ ଭାଇ ଆତ୍ମହତୟା କରିବାର ଅନ୍ୟ କୌଣସି କାରଣ ନାହିଁ ।

କେବଳ ସୋନାଲି ଧୋକା ଦେବା ହେତୁ ହିଁ ନିଜ ଜୀବନ ନେଇଗଲେ ସୌମ୍ଯ । ସୌମ୍ଯ ଆତ୍ମହତୟା କରିବାର ପୂର୍ବ ରାତିରେ ତାଙ୍କ ଭଉଣୀ ଓ ଭିଣୋଇଙ୍କ ସହ ଅନେକ ସମୟ ଧରି କଥା ହୋଇଥିଲେ । ସେମାନେ ସୌମ୍ଯଙ୍କୁ ଅନେକ ବୁଝାଇଥିଲେ । କିନ୍ତୁ ସୌମ୍ଯ କହିଥିଲେ କି ସେ ସୋନାଲିଙ୍କୁ ଛାଡି ରହି ପାରିବେ ନାହିଁ, ସେ କାହିଁକି ତାଙ୍କ ସହ ଏମିତି କରିଲେ । ସୌମ୍ଯ କାଳେ ଏମିତି କିଛି ଷ୍ଟେପ ନେବେ ସେଥିପାଇଁ ପୂର୍ବରୁ ଡରୁଥିଲେ ତାଙ୍କ ଭଉଣୀ ।

ଆଉ ନେଇଏ ସୌମ୍ଯଙ୍କୁ ବୁଝାଇଥିଲେ ମଧ୍ୟ । କିନ୍ତୁ ସୌମ୍ଯ ଓଲଟା କହିଥିଲେ କି ସେମିତି କିଛି ବି ସେ ଭାବୁ ନାହାନ୍ତି । ଆଉ ସକାଳେ ଭାଇର ସୁଇଆସାଇଡ ଖବର ଶୁଣି ସେ ବିଶ୍ଵାସ କରି ପାରି ନଥିଲେ । ଏଥିପାଇଁ ସୋନାଲିଙ୍କୁ ନିଶ୍ଚିତ ଭାବେ ଦଣ୍ଡ ମିଳୁ ଓ ତାଙ୍କୁ ତୁରନ୍ତ ତଦନ୍ତ ପରିସରଭୁକ୍ତ କରାଯାଉ ବୋଲି ସୌମ୍ଯଙ୍କ ଭଉଣୀ କହିଛନ୍ତି । ଯେପରି ଆଉ କେଉଁ ପରିବାରକୁ ଏହି କଷ୍ଟ ଦେଇ ଯିବାକୁ ହେବନି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।