ଦୀର୍ଘଦିନ ଧରି ତପସ୍ୟା ସାଧିବା ପରେ ଏବେ ବୋଧହୁଏ ତପସ୍ଵିନୀଙ୍କୁ ଫଳପ୍ରାପ୍ତି ହେବାକୁ ଯାଉଛି । ଗତକାଲି କୋର୍ଟଙ୍କ ମହାନିର୍ଦ୍ଦେଶ କ୍ରମେ ଏବେ ଚିନିଶିଳ୍ପ ଗେଷ୍ଟହାଉସରେ ରାତି ବିତାଇଛନ୍ତି ତପସ୍ଵିନୀ ଓ ସୁମିତ । ଏହିଭଳି ସେମାନଙ୍କୁ ସାତ ଦିନ ପର୍ଯ୍ୟନ୍ତ ରହିବାକୁ ହେବ । ଆଉ ଏହାପରେ ସେମାନଙ୍କ ଭାଗ୍ୟ ପୁନଃ ନିର୍ଦ୍ଧାରିତ ହେବ । ତେବେ ସେମାନଙ୍କ ରହିବା ପାଇଁ ଏକ ଭଡାଘର ବୁଝିବେ ନିଜେ ଆସିକା ଆଇଆଇସି ନିଜେ ବୋଲି କୋର୍ଟ ଆଦେଶ ଦେଇଛନ୍ତି ।
କେବଳ ଘର ନୁହେଁ ବରଂ ସେ ଘରେ ଯେପରି ତପସ୍ଵିନୀ ଓ ସୁମିତଙ୍କୁ ମାନସିକ ଶାନ୍ତି ମିଳିପାରିବ, ସେଥିପ୍ରତି ମଧ୍ୟ ଧ୍ୟାନ ଦେବାକୁ କହିଛନ୍ତି ମାମନୀୟ କୋର୍ଟ । ଏହାସହ ଘରେ ସମସ୍ତ ସୁବିଧା ଯଥା ପିଇବା ପାଣି, ବିଦ୍ୟୁତ ସେବା ଓ ପରିଷ୍କାର ପରିଚ୍ଛନତା ଆଦି ଉପଲବ୍ଧ ହେବା ସହ ଏମାନେ ଯେପରି ସ୍ଵାମୀ ସ୍ତ୍ରୀ ଭଳି ପରସ୍ପର ସହ ଭଲରେ ରହିବେ ସେଥିପାଇଁ ସମସ୍ତ ସୁବିଧା କରିବାକୁ କହିଛନ୍ତି କୋର୍ଟ ।
ସୁମିତ ଯେପରି ତପସ୍ଵିନୀଙ୍କ ପ୍ରତି ଜଣେ ସ୍ଵାମୀର ସମସ୍ତ କର୍ତ୍ତବ୍ୟ ତୁଲାଇବେ ଓ ତପସ୍ଵିନୀ ମଧ୍ୟ ଜଣେ ସ୍ତ୍ରୀ ପରି ସୁମିତଙ୍କୁ ସବୁ କାର୍ଯ୍ୟରେ ସହଯୋଗ ରହିବେ ଓ ସେମାନଙ୍କ ମଧ୍ୟରେ ଯେପରି କୌଣସି ପାରିବାରିକ ହିଂସା ନହୁଏ ସେଥିପ୍ରତି ଧ୍ୟାନ ଦେବାକୁ ପୋଲିସ ଓ ସୁରକ୍ଷାକର୍ମୀଙ୍କୁ ମୁତୟନ ରହିବାକୁ ତଥା ନଜର ରଖିବାକୁ କହିଛନ୍ତି କୋର୍ଟ । ଅନେକ ଦିନ ସୁମିତଙ୍କ ଘର ଆଗରେ ନଖାଇ ପିଇ ଶୀତ କାକରରେ ବସି ରହି ଧାରଣା ଦେବା ପରେ ତପସ୍ଵିନୀଙ୍କ ମନୋସ୍କାମନା ପୂରଣ ହେଉଥିବାର ଦେଖିବାକୁ ମିଳୁଛି ।
ଶ୍ଵଶୁର ଘରକୁ ଯିବା ପାଇଁ ଜିଦ୍ ଧରି ବସିଥିଲେ ତପସ୍ଵିନୀ । ଆଉ ଏଥିପାଇଁ ସୁମିତଙ୍କ ଘର ଆଗରେ ସେ ବସି ରହୁଥିଲେ । ଏହାସହ କୋର୍ଟରେ ମଧ୍ୟ ଆବେଦନ କରିଥିଲେ କି ସେ ସ୍ଵାମୀଙ୍କ ସହ ରହିବାକୁ ଚାହାନ୍ତି ବୋଲି । କିନ୍ତୁ ସୁମିତ ଓ ତାଙ୍କ ଘରଲୋକ ମଧ୍ୟ ନିଜ ଜିଦ୍ ରେ ଅଟଳ ଥିଲେ । ଡିମ୍ପଲଙ୍କୁ ଘରକୁ ନେବାକୁ ଥରେ ବି କବାଟ ଖୋଲି ନଥିଲେ । ସେପଟେ ମଧ୍ୟ ତପସ୍ଵିନୀଙ୍କୁ ଛାଡପତ୍ର ଦେବାକୁ ଚାହାନ୍ତି ଓ କୋର୍ଟଙ୍କ ଆଦେଶ ଅନୁଯାୟୀ ଚାଲିବାକୁ ଚାହାନ୍ତି ବୋଲି କହିଥିଲେ ।
ଆଉ ଡିମ୍ପଲ ଦୁଇ ଦୁଇଥର କୋର୍ଟ ଶୁଣାଣି ପରେ ବି ହତାଶ ହୋଇ ଫେରିଥିଲେ । ତେବେ ବର୍ତ୍ତମାନ କୋର୍ଟଙ୍କ ମହା ନିଷ୍ପତ୍ତି ପରେ ଡିମ୍ପଲ ଓ ତାଙ୍କ ପ୍ରଶଂସକ ମାନେ ଖୁବ୍ ଖୁସି ହେଉଛନ୍ତି । ସେମାନେ ଦୁହେଁ ପରସ୍ପର ସହ ଏକାଠି ସାରା ଜୀବନ ରୁହନ୍ତୁ ବୋଲି ଅନେକ ଶୁଭଚିନ୍ତକ ଶୁଭେଚ୍ଛା ମଧ୍ୟ ଦେଉଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।