ଶନିବାର ଦିନ କରନ୍ତୁ ଏହିସବୁ ଚମତ୍କାରୀ ଉପାୟ, ବଜରଙ୍ଗବଲିଙ୍କ କୃପାରୁ ସବୁ କାମ ହେବ ପୁରା, ମିଳିବ ତୁରନ୍ତ ଫଳ

ଜୀବନରେ ଯଦି ସଫଳତା ହାସଲ କରିବାର ଅଛି ତେବେ ବ୍ୟକ୍ତିକୁ କଠିନ ପରିଶ୍ରମ କରିବାର ବହୁତ ଜରୁରୀ ଅଟେ । କିନ୍ତୁ କେତେ ଥର ଦେଖାଯାଇଛି କି ବହୁତ ଚେଷ୍ଟା କରିବା ପରେ ବି ବ୍ୟକ୍ତିକୁ ନିଜ ଜୀବନରେ ସଫଳତା ମିଳେ ନାହିଁ । ଜ୍ୟୋତିଷ ଶାସ୍ତ୍ରରେ ଏମିତି ବହୁତ ଉପାୟ ବିଷୟରେ କୁହାଯାଇଛି ଯାହାକୁ କରି ଆପଣ ନିଜର ଜୀବନର ସବୁ ସମସ୍ୟାକୁ ଦୂର କରି ପାରିବେ । ଯଦି ଆପଣଙ୍କୁ ଜୀବନରେ ସବୁ କାର୍ଯ୍ୟକୁ ସଠିକ ଭାବରେ ପୁରା କରିବାର ଅଛି ଏବଂ ନିଜର ମନୋକାମନାକୁ ପୁରା କରିବାର ଅଛି ତେବେ ଶନିବାର ଦିନ ବହୁତ ହିଁ ଉତ୍ତମ ଅଟେ ।

ଆଜି ଆମେ ଆପଣଙ୍କୁ ଏହି ପୋସ୍ଟ ମାଧ୍ୟମରେ ଶନିବାର ଦିନ କରାଯାଉଥିବା କିଛି ଏମିତି ଉପାୟ ବିଷୟରେ ସୂଚନା ଦେବୁ ଯାହାର ସାହାର୍ଯ୍ୟରେ ଆପଣ ସବୁ ସମସ୍ୟାକୁ ସବୁଦିନ ପାଇଁ ଦୂର କରି ପାରିବେ । ଆପଣଙ୍କ ଉପରେ ବଜରଙ୍ଗବଳିଙ୍କର କୃପା ସବୁବେଳେ ରହିବ ।

ଆସନ୍ତୁ ଜାଣିବା ଶନିବାର ଦିନ କେଉଁ ସବୁ ଚମତ୍କାରୀ ଉପାୟ ଗୁଡିକ କରିବା

·    ଶନିବାର ଦିନ ଓସ୍ଥ ଗଛ ତଳେ ଚିନି ମିଶ୍ରିତ ଅଟା ଦିଅନ୍ତୁ, ଯଦି ଆପଣ ଏହିଭଳି କରୁଛନ୍ତି ତେବେ ଆପଣଙ୍କର ସବୁ ମନୋକାମନା ବହୁତ ଶୀଘ୍ର ପୁରା ହୋଇଯିବ ।

·    ଯଦି ଆପଣ ଶନିବାର ଦିନ କୌଣସି ହନୁମାନ ମନ୍ଦିରକୁ ଯାଇ ହନୁମାନଙ୍କୁ ଲାଲ ଫୁଲର ଫୁଲମାଳା ଅର୍ପଣ କରୁଛନ୍ତି ତେବେ ଏହା ଦ୍ଵାରା ଆପଣଙ୍କର ଜୀବନରେ ଚାଲୁଥିବା ଟଙ୍କା ସମ୍ବନ୍ଧିତ ସମସ୍ତ ସମସ୍ୟା ଦୂର ହୋଇଯିବ ।

·    ଶନିବାର ଦିନ ଘରେ ପ୍ରସ୍ତୁତ ପ୍ରଥମ ରୁଟିକୁ ଗାଈକୁ ଖାଇବାକୁ ଦିଅନ୍ତୁ ଏବଂ ଖାଇବାକୁ ଦେବା ପରେ ଗାଈ ଚାରି ପଟେ ୭ ଥର ପରିକ୍ରମା କରନ୍ତୁ । ଏହି ସମୟରେ ଆପଣ ନିଜର ମନୋକାମନାକୁ ପୁରା କରିବା ପାଇଁ ପ୍ରାର୍ଥନା କରନ୍ତୁ ।

·    ଆପଣ ଶନିବାର ଦିନ ଦ୍ଵିପହର ସମୟରେ କିମ୍ବା ସନ୍ଧ୍ୟା ସମୟରେ ପୋଖରୀ କିମ୍ବା ନଦୀରେ ମାଛମାନଙ୍କୁ ଅଟାର ୧୦୮ଟି ଗୋଳି ଖାଇବାକୁ ଦିଅନ୍ତୁ । ଏହା ଦ୍ଵାରା ମାତା ଲକ୍ଷ୍ମୀ ଆପଣଙ୍କ ଉପରେ ପ୍ରସନ୍ନ ହେବେ ।

·    ଯଦି ଶନିବାର ଦିନ ଆପଣ ଘରୁ ବାହାରକୁ ଯାଉଛନ୍ତି ତେବେ ମାତା ଏବଂ ପିତା ଏବଂ ଘରର ବୟସ୍କ ଲୋକଙ୍କର ଆଶୀର୍ବାଦ ନିଅନ୍ତୁ ।

·    ଯଦି ଆପଣ ଶନିବାର ଦିନ ସନ୍ଧ୍ୟା ସମୟରେ ହନୁମାନ ମନ୍ଦିରରେ ୧୧ ବତ୍ତୀ ଥିବା ଦୀପ ଜଳାନ୍ତି ତେବେ ଆପଣଙ୍କର ସବୁ ମନୋକମନା ପୂର୍ଣ୍ଣ ହେଇଥାଏ।