ଭଗବାନ କାର୍ତ୍ତିକ କହିଛନ୍ତି ମୁର୍ତ୍ୟୁ ପୂର୍ବର ସଂକେତ, ମୃତ୍ୟୁର ୩ ବର୍ଷ ପୂର୍ବରୁ ମିଳିଥାଏ ଏହି ସବୁ ସଂକେତ

ମୁର୍ତ୍ୟୁ ଏକ ଏମିତି ସତ୍ୟ ଅଟେ ଯାହା ବିଷୟରେ ସମସ୍ତେ ଜାଣିଛନ୍ତି ତଥାପି ସେହି ବିଷୟରେ ବିଭନ୍ନ ପ୍ରକାରର ପ୍ରଶ୍ନ ମନରେ ଆସି ଥାଏ । ସ୍କନ୍ଦ ପୁରାଣରେ କାଶୀ ଖଣ୍ଡରେ ମୁର୍ତ୍ୟୁ ସବନ୍ଧିତ ସଂକେତ ବିଷୟରେ କୁହା ଯାଇଛି । କିଛି ଲକ୍ଷଣ ବିଷୟରେ ଆମେ ସମସ୍ତେ ଜାଣିଥାଉ, କିନ୍ତୁ ତାହା ଆମକୁ ସେତେବେଳେ ଦେଖିବାକୁ ମିଳିଥାଏ ଯେତେବେଳେ ମୁର୍ତ୍ୟୁ ଏକଦମ ନିକଟତର ହୋଇଥାଏ ।

ହେଲେ ଅଗସ୍ତ, ଭଗବାନ କାର୍ତ୍ତିକଙ୍କୁ ପଚାରିଥିଲେ କି କେଉଁ ବ୍ୟକ୍ତିଙ୍କୁ କେମିତି ଜଣା ପଡିବ କି ତାହାର ମୁର୍ତ୍ୟୁ ନିକଟତର ଅଛି । ଭଗବାନ କାର୍ତ୍ତିକ ସେହି ସଙ୍କେତ ବିଷୟରେ ବି କହିଛନ୍ତି ।

ତିନି ବର୍ଷ ପୂର୍ବରୁ ମିଳିଥାଏ ସଙ୍କେତ

କାର୍ତ୍ତିକ ଭଗବାନ କୁହନ୍ତି କି ମରିବା ପୂର୍ବରୁ ନାସିକା ଦ୍ଵାର ମାନେ ନାକରୁ ସଙ୍କେତ ମିଳିବାକୁ ଲାଗେ । ଯେମିତି କି ମଣିଷର ଡାହାଣ ନାକରୁ ପୁରା ଦିନ କିମ୍ବା ରାତିସାରା ଅଖଣ୍ଡ ରୂପରେ ବାୟୁର ସଂଚାର ହୋଇଥାଏ, ସେହି ବ୍ୟକ୍ତିର ତିନି ବର୍ଷରେ ହିଁ ଆୟୁ ସମାପ୍ତ ହୋଇଯାଏ । ଯେଉଁ ବ୍ୟକ୍ତିର ନାକର ଦକ୍ଷିଣୀ ସୁର ଦିନ ଲଗାତାର ଦୁଇ କିମ୍ବା ତିନି ଦିନ ପର୍ଯ୍ୟନ୍ତ ଚାଲି ଥାଏ, ତାହାର ଜୀବନ ଏକ ବର୍ଷ ଭିତରେ ହିଁ ଶେଷ ହୋଇଯାଏ ।

ତିନି ଦିନ ପୂର୍ବର ସଙ୍କେତ

ଯଦି କୌଣସି ବ୍ୟକ୍ତିର ନାକର ଦୁଇ ସୁରରୁ ନିରନ୍ତର ଶ୍ୱାସ ଉର୍ଜା ଏକା ସହିତ ୧୦ ଦିନ ପର୍ଯ୍ୟନ୍ତ ଚାଲିଥାଏ, ଏମିତିରେ ବ୍ୟକ୍ତିର ଆୟୁ ତିନି ଦିନରେ ହିଁ ଶେଷ ହୋଇଯାଏ । ଯଦି ନାକର ଦୁଇ କଣାରୁ ନିଶ୍ଵାସ ଯାଏ ନାହିଁ ଏବଂ ସବୁବେଳେ ମୁହଁରୁ ନିଶ୍ଵାସ ନେବାକୁ ପଡିଥାଏ ତେବ ଗୋଟିଏ ଦିନରେ ହିଁ ମଣିଷର ମୁର୍ତ୍ୟୁ ହୋଇପାରେ ।

ଜ୍ୟୋତିଷଙ୍କ ଠାରୁ ମିଳୁଥିବା ସଙ୍କେତ

ଜ୍ୟୋତିଷଙ୍କ ଠାରୁ ବି ମୁର୍ତ୍ୟୁର ସଙ୍କେତ ମିଳିଥାଏ । ଯେତେବେଳ ସୂର୍ଯ୍ୟ ସପ୍ତମ ରାଶିରେ ଥିବେ ଏବଂ ଚନ୍ଦ୍ରମାର ଜନ୍ମ ନକ୍ଷତ୍ର ଉପରକୁ ଆସିଯାନ୍ତି ଓ ଏମିତିରେ ନାକରୁ ନିଶ୍ଵାସ ଚାଲିବାର ଲାଗେ ତେବେ ସେହି ସମୟରେ ସୂର୍ଯ୍ୟଦେବଙ୍କ ଠାରୁ ଅଧିଷ୍ଠିତ କାଳର ପ୍ରାପ୍ତି ହୋଇଥାଏ । ଯଦି ଏହି ସମୟରେ କୌଣସି ଲୋକ କଳା କିମ୍ବା ହଳଦିଆ ବସ୍ତ୍ର ପିନ୍ଧିଥିବା ଅବସ୍ଥାରେ ଦେଖାଯାଏ ଏବଂ ପୁଣି ତୁରନ୍ତ ହିଁ ଗାୟବ ହୋଇଯାଏ ତେବେ ଏମିତିରେ ମଣିଷ କେବଳ ଦୁଇ ବର୍ଷ ହିଁ ବଞ୍ଚି ଥାଏ ।

ସ୍ନାନ କରିବା

ଯଦି ଗାଧୋଇବା ସମୟରେ ବିନା ପୋଛାପୋଛି କରି ଛାତିରୁ ତୁରନ୍ତ ପାଣି ସୁଖୀଯାଏ କିମ୍ବା ହାତ ଗୋଡର ପାଣି ବି ଜଲ୍ଦି ସୁଖୀ ଯାଏ ତେବେ ଏମିତିରେ ଲୋକମାନଙ୍କର ଜୀବନ କେବଳ ତିନି ମାସ ହିଁ ବଞ୍ଚି ଥାଏ ।