ବଞ୍ଚିବାକୁ ସଂଘର୍ଷ କରୁଥିବା ସଞ୍ଜୟଙ୍କ ଲାଗି ମା’ ଓ ସ୍ତ୍ରୀ କାନି ପତେଇ ସାହାଯ୍ୟ ମାଗୁଛନ୍ତି । ସ୍ଥାନୀୟ ସରପଞ୍ଚ ମଧ୍ୟ ସଞ୍ଜୟଙ୍କ ପରିବାରକୁ ସାହାଯ୍ୟ କରିବା ପାଇଁ ଦୁଆର ଦୁଆର ବୁଲି ଭିକ ମାଗୁଛନ୍ତି । ଓଡିଶାବାସୀ ମଧ୍ୟ ସେମାନଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି । ଏତିକି ବେଳେ ଗରିବଙ୍କ ଦୁଃଖ ସୁଖରେ ସବୁବେଳେ ଆଗେଇ ଆସୁଥିବା ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡା ମଧ୍ୟ ସାହାଯ୍ୟର ହାତ ବଢେଇଛନ୍ତି । ବିଭିନ୍ନ ସମୟରେ ବିବାଦରେ ଛନ୍ଦି ହୋଇ ରହୁଥିବା ରାଣୀ ପଣ୍ଡା ସଞ୍ଚୟଙ୍କ ପରିବାରରେ ପହଞ୍ଚି ତାଙ୍କୁ ସାହାଯ୍ୟ କରିଛନ୍ତି ।

ଏନେଇ ରାଣୀ କହିଛନ୍ତି ଯେ, ସେ ସଞ୍ଜୟଙ୍କ ପାଇଁ ବହୁତ ଦୁଃଖିତ । ଜଣେ ମା’ର ରୋଜଗାରିଆ ପୁଅ ଯେତେବେଳେ ଶଯ୍ୟାଶାୟୀ ହୋଇଯାଏ ସେହି ପରିବାର ଗୁଜୁରାନ ମେଣ୍ଟିବା କେତେ କଷ୍ଟ ହୁଏ ଯେଉଁମାନେ ଅଙ୍ଗେ ନିଭାଉଛନ୍ତି ସେମାନେ କେବଳ ଜାଣିଛନ୍ତି । ତେଣୁ ଖବର ପାଇବା ପରେ ରାଣୀ ପଣ୍ଡା କେନ୍ଦ୍ରପଡା ମାଟିରେ ଯାଇ ପହଞ୍ଚିଛନ୍ତି । ସଞ୍ଜୟଙ୍କ ପରିବାରକୁ ଭେଟିବା ସହ ତାଙ୍କ ଦ୍ଵାରା ଯେତିକି ଯାହା ସାହାଯ୍ୟ ହୋଇପାରିଛି ସେତିକି ସାହାଯ୍ୟ କରିଛନ୍ତି ରାଣୀ ପଣ୍ଡା ।
ରାଣୀ ନିଜେ ସାହାଯ୍ୟ କରିବା ସହ ଓଡିଶାବାସୀଙ୍କୁ ଅନୁରୋଧ କରିଛନ୍ତି କି, ସଞ୍ଚୟଙ୍କ ଫୋନପେ ନମ୍ବରରେ କିଛି କିଛି ସାହାଯ୍ୟ ଦେବା ପାଇଁ । ଗୋଟେ ମା’ ର ପୁଅ ଭଲ ହୋଇ ତା’ କୋଳକୁ ଫେରି ଆସୁ ବୋଲି ରାଣୀ ପ୍ରାର୍ଥନା କରିଛନ୍ତି । ରାଣୀ କହିଛନ୍ତି କି ଓଡିଶାରେ ସାଢେ ଚାରିକୋଟିରୁ ଉର୍ଦ୍ଧ୍ଵ ଜନତା ଅଛନ୍ତି ।

ସମସ୍ତେ ଯଦି କେବଳ ଟଙ୍କାଟିଏ ଲେଖାଏଁ ବି ଦେବେ ତେବେ ସଞ୍ଜୟଙ୍କ ପରିବାରର ଯେତିକି ଆବଶ୍ୟକ ଅଛି ତାହା ଶୀଘ୍ର ପୂର୍ଣ୍ଣ ହୋଇଯିବ । ନିକଟରେ ସାଂସଦ ଅନୁଭବ ମହାନ୍ତିଙ୍କୁ ବିବାହ କରିବେ ବୋଲି ବିବାଦୀୟ ମନ୍ତବ୍ୟ ଦେଇଥିଲେ ରାଣୀ । ଆଉ ଏବେ ଅନୁଭବଙ୍କ କର୍ମଭୂମି କେନ୍ଦ୍ରାପଡାରେ ପହଞ୍ଚି ସାହାଯ୍ୟ କରିଛନ୍ତି । ଏନେଇ ରାଣୀ କହିଛନ୍ତି, ଅନୁଭବ ତାଙ୍କ କାର୍ଯ୍ୟରେ ବ୍ୟସ୍ତ ଅଛନ୍ତି । ସେ ନ ଆସନ୍ତୁ ମୁଁ ତ ଆସିଛି । ସେ ଆସିବା ଯାହା ମୁଁ ଆସିବା ସେଇଆ ।
ଏହାସହ ରାଣୀ କେନ୍ଦ୍ରାପଡା ବାସୀଙ୍କୁ କହିଛନ୍ତି, ଆପଣଙ୍କ ଜୀବନରେ କିଛି ବି ଦୁଃଖ ଆସିଲେ ମୋ ପାଖରେ ଖବର ପହଞ୍ଚାନ୍ତୁ । ମୋ ଦ୍ଵାରା ଯେତିକି ହୋଇପାରିବ ମୁଁ ନିଶ୍ଚୟ ସାହାଯ୍ୟ କରିବି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।