ମୋତେ ଯଦି ଘରୁ ବାହାର କରିବାକୁ କହିବୁ ତେବେ ତୋ ନାଁରେ ମୁଁ ରେପକେସ ଦେବି । ମୋତେ ଟଙ୍କା ଦେ ନହେଲେ ତୋ ନାଁରେ ମୁଁ ରେପକେସ ଦେବି । ମୋତେ ଏଇ ଟେଣ୍ଡରଟା ଦେ ନହେଲେ ତୋ ନାଁରେ ମୁଁ ରେପକେସ ଦେବି । ମୋତେ ହୀରା ସୁନା ମିଶା ରାଣୀ ହାର ଦେ ନହେଲେ ତୋ ନାଁରେ ମୁଁ ରେପକେସ ଦେବି । ତୋର ଏଇ ଜାଗା ମୋତେ ଦେଇଦେ ନହେଲେ ତୋ ନାଁରେ ମୁଁ ରେପକେସ ଦେବି ।

ମୋ ସମ୍ପର୍କୀୟ ନିର୍ବାଚନ ଲଢିବାକୁ ଚାହୁଁଛି ତୁ ଟିକେଟ ଦେ ନହେଲେ ତୋ ନାଁରେ ମୁଁ ରେପକେସ ଦେବି । ରେପକେସ ଦେବି କହି ସମସ୍ତଙ୍କୁ ଏମିତି ଡରାଉଥିଲେ ଅର୍ଚ୍ଚନା । ସବୁ ବଡବଡିଆ ନେତା, ବିଲଡର ସମସ୍ତଙ୍କୁ ରେପକେସ ନାଁରେ ଧମକାଉଥିଲେ । ଏମିତି ଖବର ସାମ୍ନାକୁ ଆସିବା ପରେ ଅର୍ଚ୍ଚନା କେତେଥର ରେପ ହୋଇଛନ୍ତି ବୋଲି ଲୋକେ ପଚାରୁଛନ୍ତି । ଅର୍ଚ୍ଚନା ୨୦୧୮ରେ ଭୁବନେଶ୍ବର ଖଣ୍ଡଗିରି ଅଞ୍ଚଳର ଜଗନ୍ନାଥବିହାରର ପ୍ରମୋଦ ସ୍ଵାଇଁଙ୍କ ଘରେ ଭଡାରେ ରହୁଥିଲେ ।
ଆଉ ପ୍ରଯୋଜକ ପ୍ରମୋଦ ସ୍ଵାଇଁ ଅର୍ଚ୍ଚନାଙ୍କ କାମ ବିଷୟରେ ଜାଣିବା ପରେ ତାଙ୍କୁ ଘର ଛାଡିବାକୁ କହିଥିଲେ । ହେଲେ ଅର୍ଚ୍ଚନା ଓଲଟା ତାଙ୍କୁ ଘରୁ ବାହାର କରି ଦେଇଥିଲେ । ପ୍ରମୋଦ ସ୍ଵାଇଁ ଘର ମାଲିକ ହୋଇ ମଧ୍ୟ ଅର୍ଚ୍ଚନା ଭୟରେ ଘରୁ ବାହାରି ଆସିଥିଲେ । ପ୍ରମୋଦଙ୍କ ନାଁରେ ରେପକେସ ଠୁଙ୍କି ଦେବେ ବୋଲି ଅର୍ଚ୍ଚନା ଧମକାଉଥିଲେ ବୋଲି ସେ ଭୟରେ ଘରଛାଡି ପଳାଇଥିଲେ ।

ସେତେବେଳେ ଖଣ୍ଡଗିରି ପୋଲିସର ସହାୟତା ନେଇ ଅର୍ଚ୍ଚନାକୁ ଘରୁ ବାହାର କରିଥିଲେ ପ୍ରମୋଦ । ଇଏ ସେହି ଅର୍ଚ୍ଚନା ନାଗ ଯିଏ ସମସ୍ତଙ୍କୁ ରେପକେସ ଧମକ ଦେଉଥିଲେ । ଆଉ ଯେକୌଣସି ପ୍ରତିଷ୍ଠିତ ବ୍ୟକ୍ତି ରେପକେସକୁ ଭୟ କରିବ । ସେଥିପାଇଁ ଭୟରେ ଅଜାଡି ଦେଉଥିଲେ ପୁଳା ପୁଳା ଟଙ୍କା, ଯେଉଁ ଟଙ୍କାରେ ଏହି ମିଛ ସାମ୍ରାଜ୍ୟ ଗଢିଥିଲେ ଅର୍ଚ୍ଚନା । ଏହି ଘର ଦିନରେ ଶୁଟିଙ୍ଗ ପାଇଁ ୨୦ ହଜାର ଟଙ୍କାରେ ଭଡା ଲାଗୁଥିଲା ।
ଆଉ କିଭଳି ଲୋକଙ୍କୁ ବ୍ଲାକମେଲ କରି ଟଙ୍କା ଆଣୁଥିଲା ଅର୍ଚ୍ଚନା ତାହା ଏବେ ଗୋଟିଏ ପରେ ଗୋଟିଏ ପ୍ରମାଣିତ ହେବାରେ ଲାଗିଛି । ନିଜ ମାୟାଜାଲରେ ବଡବଡିଆ ନେତା, ଅଭିନେତା, ପ୍ରଯୋଜକ ଓ ମନ୍ତ୍ରୀଙ୍କୁ ଫସେଇ ଅର୍ଚ୍ଚନା ରାଜ୍ କରୁଥିଲେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।