ଦର୍ଶକ ବନ୍ଧୁ ଗତ କାଲି ଥିଲା ପବିତ୍ର ରଥଯାତ୍ରା ପର୍ବ । ଆଉ ଏହି ପର୍ବ ଆମ ଓଡିଶାରେ ବେଶ ଧୂମ ଧାମରେ ପାଳନ କରାଯାଇଥାଏ । ଆଉ ଏହି ବର୍ଷ ରଥଯାତ୍ରା ରେ କଣ ସବୁ ଘଟି ଯାଇଛି । କାହାର ଜୀବନ ଚାଲି ଯାଇଛି ତ ଆଉ କେହି ଗୁରୁତର ଭାବେ ଆହତ ହୋଇ ମେଡିକାଲ ରେ ଛଟପଟ ହେଉଛି । ଗତ କାଲି ରଥଯାତ୍ରା ସମୟରେ କାଳ ସାଜିଥିଲା ବିଜୁଳି ଘଡଘଡି । କିଛି ଭକ୍ତ ଯେବେ ରଥ ଟାଣୁଥିଲେ ସେତେବେଳେ ଦୁଇ ଜଣ ଭକ୍ତଙ୍କୁ ବିଜୁଳି ମାରିଥିଲା । ଆଉ ଦୁଇ ଜଣ ଆରପାରିକୁ ଚାଲିଗଲେ ।
ଆଉ ବାକି 15 ଜଣ ଏବେ ମେଡିକାଲ ରେ ଗୁରୁତର ଭାବେ ଆହତ ହୋଇ ପଡିଛନ୍ତି । ଆଉ ଜଣେ ମରଣ ସହ ଲଢୁଛି । ତେବେ ଏଭଳି ଘଟଣା କାହିଁଙ୍କି ଘଟି ଯାଉଛି । ପୁରୀ, ଢେଙ୍କାନାଳ, ଝାଡଖଣ୍ଡ, ଗୁଜୁରାଟ ଭଳି ରାଜ୍ୟରେ ଏମିତି କିଛି ଦ୍ରୁଶ୍ଯ ଗତ କାଲି ଦେଖିବାକୁ ମିଳିଛି । ଯେଉଁଠି ଅନେକ ଜଣକ ଆହତ ହୋଇଥିବା ବେଳେ ଆଉ କିଛି ଜଣଙ୍କର ଜୀବନ ଚାଲି ଗଲାଣି ।
ଗତ କାଲି ମହାପ୍ରଭୁ ଜଗନ୍ନାଥଙ୍କର ରଥଯାତ୍ରା ଅବସର ରେ ଗୋଟିଏ ପଟେ ଭକ୍ତଙ୍କର ଅପୂର୍ବ ଉଶ୍ଚାହ ଦେଖିବାକୁ ମିଳିଥିବା ବେଳେ ଅନ୍ୟ ପରେ ଦେଖିବାକୁ ମିଳିଛି ଦୁଃଖମୟ ସ୍ଥିତି । ରାଜ୍ୟ ଓ ଦେଶ ର ଅନେକ ସ୍ଥାନରେ କିଛି ଭକ୍ତ ମାନଙ୍କର ଜୀବନ ଚାଲିଯିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ଦେଇଛି ।
ଅନେକ ଜଣ ଆହତ ହୋଇ ଏବେ ମେଡିକାଲ ରେ ଜୀବନ ସହ ସଂଘର୍ଷ କରୁଛନ୍ତି । ଏ ଘଟଣା ହେଉଛି ଝାଡଖଣ୍ଡ ର । ଝାଡଖଣ୍ଡର ହଜାରିବାଗ ରେ ଅନୁଷ୍ଠିତ ହୋଇଥିବା ରଥଯାତ୍ରା ସମୟରେ ଏକ ବଡ ଅଘଟଣ ଘଟି ଯାଇଛି । ହଜାରିବାଗ ର ସିଲିବାର ଅଞ୍ଚଳରେ ରଥ ଟଣା ବେଳେ ଅଚାନକ ବଜ୍ରପାତ ମାଡି ଆସିଥିଲା । ଫଳରେ ଘଟଣା ସ୍ଥଳରେ ଡି ଜଣଙ୍କର ଅକାଳ ମୃତ୍ୟୁ ହୋଇଥିବା ବେଳେ 15 ଜଣ ଆହତ ହୋଇଥିଲେ ।
ଆଉ ଏବେ ବି ଜଣଙ୍କର ଅବସ୍ଥା ଗୁରୁତର ଅଛି । ତେବେ ସମସ୍ତ ଆହତ ଙ୍କୁ ସିଲୁବାର ସ୍ଥିତ ମେଡିକାଲ ରେ ଚିକିତ୍ସା କରା ଯାଉଛି । ଏପଟେ କାଲି ପୁରୀ ରେ ଶ୍ରୀ ବଳଭଦ୍ର ଙ୍କ ତାଳଧ୍ଵଜ ରଥ ଟଣା ସମୟରେ ନିରିଚି କୁଟ ଛକରେ ଭକ୍ତ ଙ୍କ ମଧ୍ୟରେ ଠେଲା ପେଲା ଦେଖିବାକୁ ମିଳିଥିଲା । ଫଳରେ ଏକାଧିକ ଭକ୍ତ ଆହତ ହୋଇଥିଲେ । ଏହା ପରେ ସମସ୍ତ ଆହତ ଙ୍କୁ ପୁରୀ ମେଡିକାଲ ରେ ଚିକିତ୍ସା ପାଇଁ ଭର୍ତ୍ତି କରା ଯାଇଥିଲା ।
ଏହା ଛଡା ଢେଙ୍କାନାଳ ରେ ମଧ୍ୟ ରଥ ଟଣା ସମୟରେ ଜଣଙ୍କର ଜୀବନ ଚଳାଇ ଯାଇଛି । ସେପଟେ ଗୁଜୁରାଟ ରେ ଅହମଦାବାଦ ଠାରୁ ରଥ ଟଣା ଚାଲିଥିବା ବେଳେ ଅଚାନକ ଗୋଟେ ବିଲଡିଙ୍ଗ ଘୁଷୁଡି ପଡିଥିଲା ଯାହା ଫଳରେ ଘଟଣା ସ୍ଥଳରେ 11 ଜଣ ଆହତ ହୋଇଛନ୍ତି । ଆଉ ଏସବୁ ଦେଖି ଭକ୍ତଙ୍କ ଆଖିରୁ ଲୁହ ଗାଡି ଯାଉଛି । ତାହେଲେ ବନ୍ଧୁଗଣ ଆପଣଙ୍କର ଏଭଳି ଘଟଣାକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।