ଫେରାର ହେବା ପାଇଁ ପୂର୍ବରୁ ପ୍ଲାନିଂ କରିଥିଲେ Sumit- ତାଙ୍କ ଓକିଲଙ୍କ ବୟାନକୁ ଖଣ୍ଡନ କରିବା ସହ ତପସ୍ଵିନୀଙ୍କ ଏହିଭଳି ମନ୍ତବ୍ୟକୁ ନେଇ ଏବେ ସବୁଆଡେ ଚର୍ଚ୍ଚା, ଦେଖନ୍ତୁ Video ସେ କଣ କହୁଛନ୍ତି ?

ବ୍ରହ୍ମପୁର ଡାକ୍ତର ସୁମିତ ସାହୁ ସ୍ତ୍ରୀ ତପସ୍ଵିନୀ ଓ ପୋଲିସକର୍ମୀଙ୍କୁ ଚକମା ଦେଇ ଫେରାର ହେବା ପରେ ଏହି ଦମ୍ପତ୍ତିଙ୍କ ମାମଲା ଏକ ନୂଆ ମୋଡ ନେଇଛି । ସୁମିତଙ୍କ ଘର ଆଗରେ ଦୀର୍ଘ ଦିନ ଧରି ଧାରଣାରେ ବସି ରହିବା ପରେ କୋର୍ଟ ଉଭୟଙ୍କୁ ଏକାଠି ରହିବା ପାଇଁ ଆଦେଶ ଦେଇଥିଲେ । ସାତଦିନ ପର୍ଯ୍ୟନ୍ତ ସେମାନେ ଚିନିଶିଳ୍ପ ଗେଷ୍ଟହାଉସରେ ରହିଥିଲେ । ସାତଦିନର ଅବଧି ପୂର୍ଣ୍ଣ ହେବା ପରେ କୋର୍ଟ ସେମାନଙ୍କୁ ଆହୁରି ସତଦିନ ଏକାଠି ରହିବା ପାଇଁ ପୁନଃ ଆଦେଶ ଦେଇଥିଲେ ।

କିନ୍ତୁ ସୁମିତ କୋର୍ଟଙ୍କ ଆଦେଶ ଅମାନ୍ଯ କରି ଫେରାର ହୋଇ ଯାଇଛନ୍ତି । ତପସ୍ଵିନୀଙ୍କ କହିବା ମୁତାବକ ସୁମିତଙ୍କୁ ପ୍ରଥମେ ଏକ କଲ୍ ଆସିଥିଲା । ଆଉ ତା’ପରେ ସୁମିତ ଧାଇଁ ଯାଇ ବାହାରେ ବୁଲୁଥିବା ଏକ ସ୍କୁଟି ଉପରେ ବସି ଫେରାର ହୋଇ ଯାଇଥିଲେ । ତପସ୍ଵିନୀ ଏବଂ ବାହାରେ ଥିବା ତିନିଜଣ ପୋଲିସକର୍ମୀ ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ କିନ୍ତୁ ସେ ପଳାଇଥିଲେ । ତପସ୍ଵିନୀ ତାଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ତାଙ୍କ ଫୋନ ବନ୍ଦ ଆସିଥିଲା ।

ପୋଲିସକର୍ମୀ ସୁମିତଙ୍କ ହସ୍ପିଟାଲରେ ଯାଇ ବୁଝାବୁଝି କରିଥିଲେ ଏବଂ ସେଠାରେ ଜାଣିବାକୁ ପାଇଥିଲେ ଯେ ସୁମିତ ଚାରିଦିନ ପାଇଁ ଛୁଟି ନେଇଛନ୍ତି । ତେବେ ସୁମିତ ଫେରାର ହୋଇଛନ୍ତି କି ତାଙ୍କୁ କେହି ଅପହରଣ କରିଛି ଏହିପରି ଅନେକ ଦ୍ଵନ୍ଦ ମଧ୍ୟରେ ଆଜି ସୁମିତଙ୍କ ଓକିଲ ମୁହଁ ଖୋଲିଥିଲେ । ସୁମିତ ଘର ଖୋଜିବାକୁ ଯାଇଥିବା ବେଳେ ତାଙ୍କ ଦେହ ଅସୁସ୍ଥ ହେବାରୁ ସେ ଜଣେ ବନ୍ଧୁଙ୍କ ଘରେ ରହିଛନ୍ତି ବୋଲି ସେ କହିଥିଲେ ।

ତେବେ ତପସ୍ଵିନୀ ଏହି ସହଜରେ କଥାକୁ ଗ୍ରହଣ କରି ନାହାନ୍ତି । ସେ କହିଛନ୍ତି କି, ଯଦି ତାଙ୍କ ଦେହ ଅସୁସ୍ଥ ଥିଲା ତେବେ ସେ ଧାଇଁ ଯାଇ ସ୍କୁଟିରେ ବସି କଣ ପାଇଁ ପଳାଇଲେ ? କାହିଁକି ତାଙ୍କୁ ଥରେ ହେଲେ ବି ସୁମିତ ଫୋନ କରି ଜଣାଇଲେ ନାହିଁ ? ଆସ୍କାରେ ବି ତ ସେ ରହି ପାରିଥାନ୍ତେ, ବାଲିଶିରା କଣ ପାଇଁ ଗଲେ ? ସୁମିତଙ୍କ ଓକିଲଙ୍କ କଥାକୁ ମିଛ ବୋଲି କହିବା ସହ ଏହି ସବୁ ପ୍ରି ପ୍ଲାନିଂ ତଥା ପୂର୍ବରୁ ଯୋଜନା କରାଯାଇଛି ବୋଲି କହିଛନ୍ତି ତପସ୍ଵିନୀ ।

ସେମାନଙ୍କ ପ୍ରଥମ ସାତଦିନ ରହଣି ମଧ୍ୟରେ ତାଙ୍କ ପାଖକୁ କେହି ଆସିପରିବେ ନାହିଁ କି ସେମାନେ କାହା ପାଖକୁ ଯାଇପାରିବେ ନାହିଁ ଏବଂ ଯୋଗାଯୋଗ କରିପାରିବେ ନାହିଁ ବୋଲି କୋର୍ଟ ଆଦେଶ ଦେଇଥିଲେ । କିନ୍ତୁ ଏହାପରେ ଏହି ସମସ୍ତ ସର୍ତ୍ତାବଳୀକୁ କୋର୍ଟ ଉଠାଇ ଦେଇଥିଲେ । ସେଥିପାଇଁ ଏହାର ଫାଇଦା ଉଠାଇ ସୁମିତ ଫେରାର ହୋଇଛନ୍ତି ବୋଲି ତପସ୍ଵିନୀ କହିଛନ୍ତି । ତେବେ ଆପଣଙ୍କୁ କଣ ଲାଗୁଛି କି ଏହିସବୁ ସୁମିତ ପୂର୍ବରୁ ପ୍ଲାନିଂ କରିଥିଲେ ବୋଲି ? ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।