ପୂଜା କରିବା ପରେ କାହିଁକି କରାଯାଏ ମନ୍ଦିର ର ପରିକ୍ରମା, ଜାଣନ୍ତୁ ଏହା ପଛରେ ଥିବା ଗଭୀର ରହସ୍ୟ

ସାଧାରଣ ଭାବରେ ଆପଣ ଯେତେ ବେଳେ ମନ୍ଦିରକୁ ପୂଜା କରିବାକୁ ଯାଆନ୍ତି ସେତେବେଳେ ନିଶ୍ଚିତ ଭାବରେ ମନ୍ଦିରକୁ ପରିକ୍ରମା କରୁଥିବେ । ଆପଣ କଣ କେବେ ଚିନ୍ତା କରିଛନ୍ତି କି ଏହି ମନ୍ଦିରକୁ କାହିଁକି ପରିକ୍ରମା କରାଯାଏ । ତେବେ ଆସନ୍ତୁ ଜାଣିବା ଏପରି କାହିଁକି କରାଯାଏ । ହିନ୍ଦୁଶାସ୍ତ୍ର ଅନୁସାରେ ମାନ୍ୟତା ଅଛି କି ଯେଉଁ ଜାଗାରେ ଦେବ ମୂର୍ତିଙ୍କର ପ୍ରାଣ ପ୍ରାତିଷ୍ଠା ହୋଇଥାଏ ସେଠାରୁ କିଛି ଦୂର ପର୍ଯ୍ୟନ୍ତ ଦୈବିକ ପ୍ରଭାବ ଥାଏ ।

ଏଥି ପାଇଁ ମନ୍ଦିର ର ପରିକ୍ରମା କରାଯାଏ । ଏହାଦ୍ୱାରା ଦିବ୍ୟ ଶକ୍ତି ସହଜରେ ପ୍ରାପ୍ତ ହୋଇଥାଏ । ଏହିପରି ମନ୍ଦିର କରିବା ଦ୍ଵାରା ବିଶେଷ ଊର୍ଜା ମିଳିଥାଏ ଯାହାଫଳରେ କି ସକାରାତ୍ମକ ପ୍ରଭାବ ମିଳିଥାଏ । ଜାଣନ୍ତୁ ଏହି ପରିକ୍ରମା କିପରି କରାଯାଏ ।

ହିନ୍ଦୁ ଶାସ୍ତ୍ର ଅନୁସାରେ ଦେବମୂର୍ତି ମାନଙ୍କର ପରିକ୍ରମା ସବୁବେଳେ ଡାହାଣ ଦିଗରୁ କରାଯାଏ । ଏହା ଏଥି ପାଇଁ କରାଯାଏ କି ଦିବ୍ୟ ଶକ୍ତିର ଆଭାମଣ୍ଡଳ ର ଗତି ଦକ୍ଷିଣାବର୍ତୀ ହୋଇଥାଏ । ଯଦି ଏହାର ଓଲଟା ଅର୍ଥାତ ବାମ ପଟରୁ ପରିକ୍ରମା କାରାଯାଏ ତେବେ ଆମର ତେଜ ନଷ୍ଟ ହୋଇଯାଏ । ଏଥିପାଇଁ ମନ୍ଦିରର ପରିକ୍ରମା ବାମ ପଟରୁ କରାଯାଏ ନାହିଁ ।

ସାଧାରଣତଃ ଦେବୀ ଦେବତାଙ୍କର ଗୋଟିଏ ପରିକ୍ରମା ଯାଏ । ଭଗବାନଙ୍କର ପରିକ୍ରମା କରିବାଦ୍ବାରା ଅକ୍ଷୟ ପ୍ରାପ୍ତ ହୋଇଥାଏ । ମନୁଷ୍ୟର ସବୁ ପାପ ନଷ୍ଟ ହୋଇଯାଏ ।  କିନ୍ତୁ ଶାସ୍ତ୍ର ଅନୁସାରେ ବିଭିର୍ଣ୍ଣ ପ୍ରକାରର ଦେବା ଦେବୀଙ୍କ ପାଇଁ ଅଲଗା ଅଲଗା ପରିକ୍ରମାର ସଂଖ୍ୟା ନିରର୍ଦ୍ଧାରିତ କାରାଯାଇଛି । ଯାହାକି

ବଟ ବୃକ୍ଷ

ମହିଳା ମାନେ ସାବିତ୍ରୀ ବ୍ରତରେ ବଟ ବୃକ୍ଷର ୧୦୮ ଥର ପରିକ୍ରମା କରନ୍ତି । ଏୟାହାଦ୍ୱାରା ସେମାନଙ୍କର ସ୍ୱାମୀଙ୍କର ଆୟୁ ବୃଦ୍ଧି ହୋଇଥାଏ । ଯାହାଦ୍ୱାରା କି ମହିଳାଙ୍କୁ ଅଖଣ୍ଡ ଶୋଭାଗ୍ୟ ପ୍ରାପ୍ତି ହୋଇଥାଏ ।

ଭଗବାନ ଶିବ

ହିନ୍ଦୁ ଶାସ୍ତ୍ର ଅନୁସାରେ ଶିବଲିଙ୍ଗକୁ  ଅଧା ପରିକ୍ରମା କରାଯାଏ । ଶିବଲିଙ୍ଗର ପରିକ୍ରମା ଦ୍ୱାରା ରାତିରେ ଦୁସ୍ଵପ୍ନ ଆସେ ନାହିଁ । ଧ୍ୟାନ ରଖନ୍ତୁ ଶିବଙ୍କୁ ପରିକ୍ରମା କରିବାବେଳେ ଅଭିଷେକ ରେଖାକୁ ଅତିକ୍ରମ କରିବା ଉଚିତ ନୁହେଁ । ଭଗବାନ ଶିବଙ୍କର ଅଧା ପରିକ୍ରତମା କରି ପୁଣି ଫେରି ଆସି ବାମ ପଟକୁ ଯାଇ ଅଧା ପରିକ୍ରମା କରନ୍ତୁ ।

ମା ଦୂର୍ଗା

ମା ଦୂର୍ଗା ମନ୍ଦିରରେ  ପୂଜା କରି ସାରି ମନ୍ଦିରକୁ ସବୁବେଳେ ଗୋଟିଏ ପରିକ୍ରମା ସମ୍ପୂର୍ଣ ଭାବରେ କରିବା ଉଚିତ । ଖାସ କରି ନବରାତ୍ରରେ ଦୂର୍ଗା ମନ୍ଦିରକୁ ଯାଇ ଅବଶ୍ୟ ପରିକ୍ରମା କରିବା ଉଚିତ ।

ଭଗବାନ ଗଣେଶ

ଭଗବାନ ଗଣେଶ ଙ୍କୁ ପରିକ୍ରମା କରିବାର ମଧ୍ୟ ଏକ ବିଧାନ ଅଛି । ଯେବେ ବି ଭଗବାନ ଗଣେଶ ପ୍ରତିମା କୁ ପରିକ୍ରମା କରିବେ ସେତେବେଳେ ଭଗବାନ ଗଣେଶ ଙ୍କର ବିରାଟ ସ୍ୱରୂପ ଏବଂ ମନ୍ତ୍ର କୁ ଜାପ କରିବା ଉଚିତ । ଏହା ଦ୍ଵାରା ସବୁ ମନସ୍କାମନା ପୂରଣ ହୋଇଥାଏ ।

ଭଗବାନ ବିଷ୍ଣୁ

ଭଗବାନ ବିଷ୍ଣୁ କିମ୍ବା ତାଙ୍କର କୌଣସି ଅବତାରକୁ ଯଦି ପରିକ୍ରମା କରାଯାଏ ତେବେ ଏହାକୁ ୪ ଥର ପରିକ୍ରମା ଉଚିତ । ଏହାଦ୍ବାରା ସକାରାତ୍ମକ ଭାବନା ଜାତ ହୋଇଥାଏ ।

ଭଗବାନ ସୂର୍ଯ୍ୟ

ଭଗବାନ ସୂର୍ଯ୍ୟଙ୍କୁ ୭ ଥର ପରିକ୍ରମା କରିବା ଉଚିତ । ଏପରି କରିବା ଦ୍ଵାରା ମନ ପବିତ୍ର ରହିଥାଏ । ଏହା ସହ ମନରୁ ଖରାପ ବିଚାର ଦୂର ହୋଇଥାଏ । ଯେବେବି ସୂର୍ଯ୍ୟ ମନ୍ଦିରକୁ ପରିକ୍ରମା କରାଯାଏ ସେହି ସମୟରେ ଭାସ୍କରାୟ ମନ୍ତ୍ର ଜପ କରିବା ଉଚିତ । ଏହାଦ୍ବାରା ରୋଗ ନାଶ ହୋଇଥାଏ ।

ପରିକ୍ରମା ସମ୍ବନ୍ଧୀୟ କିଛି ଜରୁରୀ ନିୟମ

୧ – ପରିକ୍ରମା କରିବା ସମୟରେ ଅଟକିବା ଉଚିତ ନୁହେଁ । ପରିକ୍ରମା ଯେଉଁଠାରୁ ଆରମ୍ଭ କରାଯାଏ ସେହି ଠାରେ ଶେଷ କରିବା ଉଚିତ ।
୨ – ପରିକ୍ରମା ସମୟରେ କାହା ସହ କଥା ହେବା ଉଚିତ ନୁହେଁ ।
୩ – ବାମ ପଟରୁ କେବେ ବି ପରିକ୍ରମା ଉଚିତ ନୁହେଁ ।

ଆଶା କରୁଛୁ କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ । ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ, ଧନ୍ୟବାଦ ।