ପୁଅ ଜନ୍ମଦିନରେ ଗିରଫ ହେବା ପରେ ଅନୁତାପ କରୁଛି ଠକ, କହିଲା ପର୍ସେଣ୍ଟେଜ ଲୋଭରେ କରିଥିଲି ଆଉ ଏବେ ମୋ…

କେଇଟା ଟଙ୍କାକୁ ଲୋଭ କରି ପୁଅର ଜନ୍ମଦିନରେ ଗିରଫ ହୋଇଛି ବାପା । ଆଉ ଗିରଫ ହେବା ପରେ ନିଜ ଭୁଲ ପାଇଁ ପଶ୍ଚାତାପ ମଧ୍ୟ କରୁଛି । ଭୁବନେଶ୍ବରରେ ଭେଣ୍ଡିଂ ଜୋନ୍ ଦେବା ନାଁରେ ଏକ ଦମ୍ପତ୍ତିଙ୍କୁ ଅନେକ ଦିନ ଧରି ଠକି ଚାଲିଥିଲେ ଏହି ବ୍ୟକ୍ତି । ଶେଷରେ ଠକେଇର ଶିକାର ହୋଇଥିବା ଜାଣିବା ପରେ ଦମ୍ପତ୍ତି ଥାନାର ଦ୍ଵାରସ୍ଥ ହୋଇଛନ୍ତି । ଯାହାଫଳରେ ବିକାଶ ନାମକ ଯୁବକଙ୍କୁ ପୋଲିସ ଗିରଫ କରିଛି । ଠକେଇର ଶିକାର ହୋଇଥିବା ଏହି ଦମ୍ପତ୍ତି ଦୋକାନ ଚଳେଇ ପରିବାର ଭରଣପୋଷଣ କରନ୍ତି ।

କିନ୍ତୁ ପୂର୍ବରୁ ଦୁଇରୁ ତିନିଥର ତାଙ୍କର ଦୋକାନ ଘର ଭାଙ୍ଗି ଦିଆଯାଇଛି । ଏହା ଦେଖି ଏହି ବିକାଶ ନାମକ ଯୁବକ ଆସି ତାଙ୍କୁ କହିଥିଲେ କି ସେ ବିଏମସି ରେ ଚାକିରି କରିଛନ୍ତି । ତାଙ୍କର ବାରମ୍ବାର ଦୋକାନ ଘର ଭାଙ୍ଗୁଛି ତେଣୁ କିଛି ଟଙ୍କା ଦେଲେ ସେ ଭେଣ୍ଡିଂ ଜୋନରେ ଗୋଟିଏ ଦୋକାନ ଘର ତାଙ୍କୁ କରେଇ ଦେବେ ବୋଲି କଥା ଦେଇଥିଲେ । ଦମ୍ପତ୍ତି ମଧ୍ୟ ଆଗରୁ ବିକାଶଙ୍କୁ ଜାଣିଥିବାରୁ ତାଙ୍କ ଉପରେ ସନ୍ଦେହ କରି ନଥିଲେ ।

ସେବେ ଠାରୁ ୧୫-୨୦ ହଜାର ଟଙ୍କା କରି ଅନେକ କିସ୍ତି ମଧ୍ୟ ତାଙ୍କୁ ଦେଇ ଚାଲିଥିଲେ । ଟଙ୍କା ଜମା କରିବା ପରେ ବିକାଶ ତାଙ୍କୁ ବିଏମସି ର ରସିଦ ଏବଂ ଆଲଟମେଣ୍ଟ ପେପର ମଧ୍ୟ ଦେଇଥିଲେ । ତେଣୁ ସେମାନେ ସହଜରେ ବିଶ୍ବାସ କରି ନେଇଥିଲେ । କିନ୍ତୁ ଗତ ୧୫ ଦିନ ତଳେ ଦମ୍ପତ୍ତିଙ୍କ ମନରେ କଣ ହେଲା ସେ ବିଏମସି ଅଫିସ ଯାଇ କାଗଜପତ୍ର ଦେଖାଇଥିଲେ ।

କାଗଜପତ୍ର ଦେଖିବା ପରେ ସେସବୁ ନକଲି ବୋଲି କହିଥିଲେ ବିଏମସି ଅଫିସର । ଯାହାପରେ ସେମାନେ ପ୍ରାୟ ଦେଢ ଲକ୍ଷ ଟଙ୍କା ଠକେଇର ଶିକାର ହୋଇଥିବା ଜାଣିପାରି ଥାନାର ଦ୍ଵାରସ୍ଥ ହୋଇଥିଲେ । ଏନେଇ ବିକାଶ କହିଛନ୍ତି କି ତାଙ୍କର ଜଣେ ସାଥି ତାଙ୍କୁ ଭେଣ୍ଡିଂ ଜୋନ କରେଇବା ପାଇଁ ବୁଝିଦେଲେ ସେଥିରୁ କିଛି ପର୍ସେଣ୍ଟେଜ ଦେବେ ବୋଲି କହି ଠକି ଦେଇଥିବା କହିଛନ୍ତି । ମାତ୍ର କେଇଟା ଟଙ୍କା ପାଇଁ ଆଜି ପୁଅର ଜନ୍ମଦିନରେ ତାଙ୍କୁ ଅପଦସ୍ତ ହେବାକୁ ପଡୁଛି ବୋଲି କହି ସେ ଅନୁତାପ କରିଛନ୍ତି ।

ତେବେ ଦମ୍ପତ୍ତି ଠକେଇର ଶିକାର ହୋଇଥିବା ବେଳେ ବିକାଶ ମଧ୍ୟ ନିଜେ ଠକେଇର ଶିକାର ହୋଇଥିବା କହିଛନ୍ତି । ତେବେ ତଦନ୍ତ ପରେ ଜଣାପଡିବ ଅସଲ ଅପରାଧୀ କିଏ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।