ପିତାର ରିକ୍ସାକୁ ଥାନାରୁ ବାହାର କରିବା ପାଇଁ ଆସିଲା ଝିଅ, ପୋଲିସ କଲା କିଛି ଏମିତି କି …

ଉତ୍ତର ପ୍ରଦେଶର ଏକ ଜିଲ୍ଲା ଆଗରାରେ ପୋଲିସଙ୍କ ଦ୍ଵାରା ସହୃଦୟତାର ଏକ ଏମିତି ଉଦାହରଣ ଦିଆଯାଇଛି ଯାହା ଲୋକମାନଙ୍କ ମଧ୍ୟରେ ତାଙ୍କର ଛବିକୁ ବଦଳାଇବାର କାମ କରିବ । ବର୍ତ୍ତମାନ ବଦଳିଥିବା ଟ୍ରାଫିକ ନିୟମ ପାଇଁ ପୋଲିସ ବହୁତ ସତର୍କ ହୋଇ ଯାଇଛି । ନିୟମକୁ ଉଲଂଘନ କରୁଥିବା ଯେ କୌଣସି ଲୋକକୁ ଧରୁଛି । କିଛି ଦିନ ପୂର୍ବରୁ ଲୋହା ମଣ୍ଡୀ ପୋଲିସ ଟ୍ରାଫିକ ନିୟମକୁ ଉଲଂଘନ କରିଥିବା ଏକ ରିକ୍ସାବାଲାକୁ ଧରିଥିଲେ । ଏହା ପରେ ଏମିତି କିଛି ହୋଇଥିଲା ପୋଲିସ ସେହି ରିକ୍ସାବାଲାକୁ ତୁରନ୍ତ ଛାଡିଦେଇଥିଲା ।

ପୋଲିସ ସେହି ରିକ୍ସାବାଲାକୁ ଧରି ନେଇଥିଲା, କିନ୍ତୁ କିଛି ସମୟ ପରେ ରିକ୍ସା ଚଳାଉଥିବା ବ୍ୟକ୍ତି ଜଣକର ଝିଅ ଲୋହା ମଣ୍ଡୀ ଥାନାରେ ପହଞ୍ଚି ଥିଲା । ସେ ପୋଲିସକୁ କହିଲା ଆଜି ତାହାର ଜନ୍ମ ଦିନ, ଯଦି ମୋ ବାପାଙ୍କର ଏହି ରିକ୍ସା ଚାଲିବନି ତାହେଲେ ଘର ଖର୍ଚ୍ଚ ହୋଇ ପାରିବନି । ଯାହାଫଳରେ ମୋ ଜନ୍ମ ଦିନ ମଧ୍ୟ ପାଳନ ହେଇପାରିବ ନାହିଁ । ତେଣୁ ସେ କହିଲା ଆଜି ତା’ ପିତାଙ୍କୁ ଛାଡିଦେବା ପାଇଁ ।

ରିକ୍ସା ଚାଳକ ହେଉଛନ୍ତି ଭୂରା ୟାଦବ । ସେ ବିଚପୁରୀର ବସିନ୍ଧା ଅଟନ୍ତି । ବୁଧବାର ଦିନ ପୋଲିସ ଭୂରାଙ୍କୁ ନୋ ପାର୍କିଂରେ ରିକ୍ସା ରଖି ଥିବାରୁ ଧରି ନେଇଥିଲେ ଓ ଥାନାକୁ ନେଇ ଆସିଥିଲେ । ଝିଅର ଏହି ଗୁହାରି ପାଇଁ ଇନ୍ସପେକ୍ଟର ନରେନ୍ଦ୍ର ଶର୍ମା ନା କେବଳ ରିକ୍ସାକୁ ଛାଡିଲେ ସେହି ଝିଅକୁ ମିଠା ଖୁଆଇ ଜନ୍ମ ଦିନର ଅଭିନନ୍ଦନ ମଧ୍ୟ ଜଣାଇଲେ ।

ଏହା ସହିତ ପୋଲିସ ରିକ୍ସାବାଲାକୁ ଟ୍ରାଫିକ ନିୟମ ପାଇଁ ସତର୍କ ମଧ୍ୟ କରାଇଲେ । ପୋଲିସ ଇନ୍ସପେକ୍ଟର ଝିଅଟିକୁ ପାଖରେ ବସାଇ ତା’ର ସବୁ କଥା ଶୁଣିଲେ । ଝିଅର ପାଠ ପଢା ବିଷୟରେ ପଚାରିଲେ ଓ ଶେଷରେ ପିତାଙ୍କର ରିକ୍ସାରେ ଯିବାକୁ ଅନୁମତି ଦେଇଥିଲେ । ରିକ୍ସା ଚାଳକ ଭୂରାଙ୍କୁ ପୋଲିସ ସତର୍କ କରାଇ କହିଲେ କି ଆଗକୁ ଆପଣ ଟ୍ରାଫିକ ନିୟମକୁ ଉଲଂଘନ କରିବେ ନାହିଁ ।

ପୋଲିସ ଇନ୍ସପେକ୍ଟର ସେହି ଝିଅକୁ ମିଠା ଖୁଆଇ ଜନ୍ମ ଦିନର ଅଭିନନ୍ଦନ ଦେବା ସହ ତା ସହ ଫଟୋ ମଧ୍ୟ ଉଠାଇଲେ । ଏହି ସବୁ ଫଟୋ ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେବାକୁ ଲାଗିଛି । ଲୋକମାନେ ପୋଲିସର ଏହି କାର୍ଯ୍ୟ ପାଇଁ ବହୁତ ପ୍ରଶଂସା କରୁଛନ୍ତି । ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।