ଅତ୍ୟଧିକ ଜଙ୍କଫୁଡ୍ ତଥା ଫାଷ୍ଟଫୁଡ୍ ଜାତୀୟ ଖାଦ୍ଯ ଖାଇବା ଯୋଗୁଁ ଏବଂ ବ୍ୟାୟାମର ଅଭାବ ଯୋଗୁଁ ଅଧିକାଂଶ ଲୋକଙ୍କ ଠାରେ ମେଦ ବହୁଳତା ଓ ବଡ ପେଟ ଭଳି ସମସ୍ତା ଦେଖାଯାଉଛି । ପେଟ ଥରେ ବଢିଗଲେ କମିବା ବହୁତ କଷ୍ଟକର ହୋଇଯାଏ । ପେଟ କମାଇବା ପାଇଁ ବିଭିନ୍ନ ପ୍ରକାରର ଡାଏଟ୍, ଏକ୍ସରସାଇଜ ଓ ଫାଷ୍ଟିଙ୍ଗ ଆପଣେଇଲେ ମଧ୍ୟ ସେଥିରୁ କୌଣସି ସୁଫଳ ମିଳି ନଥାଏ । ତେବେ ପେଟ କିପରି କମିବ ଓ ଏଥିପାଇଁ ଆପଣଙ୍କୁ କଣ କରିବାକୁ ଆସନ୍ତୁ ଜାଣିବା ଡାଏଟିସିଆନ ମୌସୁମୀ ମିଶ୍ରଙ୍କ ଠାରୁ ।

ଆମ ପେଟରେ ବହୁତ ଖାଲି ଜାଗା ରହିଛି । ତେଣୁ ଆମ ଶରୀରର ଫ୍ୟାଟ ଗୁଡିକ ସେହି ଖାଲି ଜାଗାରେ ଡିପୋଜିଟ ହୋଇଯାନ୍ତି । ଯାହାଫଳରେ ପେଟ ବଢିବା ଭଳି ସମସ୍ଯା ଦେଖାଯାଏ । ଏହାପରେ ଅଣ୍ଟାର ଦୁଇ ପାର୍ଶ୍ଵରେ ଚର୍ବି ଜମିବାକୁ ଲାଗେ ଓ ଏହା କ୍ରମଶଃ ଜଙ୍ଘ ଓ ପିଚା ଆଦି ସ୍ଥାନକୁ ବଢିବାରେ ଲାଗେ । ଏହିପରି ଭାବେ ଆମେ ଧୀରେ ଧୀରେ ମୋଟା ହେବାକୁ ଲାଗୁ । ସେହିପରି ମହିଳା ମାନଙ୍କର ଛାତିରେ ଏବଂ ହାତ ବାହୁରେ ମଧ୍ୟ ଫ୍ୟାଟ ବଢିବା ଆରମ୍ଭ ହୋଇଯାଏ ।
ଏସବୁର ପ୍ରଧାନ କାରଣ ହେଉଛି ଅଳସୁଆପଣ, ଅଧିକ ଖାଇବା ଏବଂ ବ୍ୟାୟାମ ନ କରିବା । ଖାଇ ସାରିବା ପରେ ସାଙ୍ଗେ ସାଙ୍ଗେ ଶୋଇବାକୁ ଯିବା ଦ୍ଵାରା ମଧ୍ୟ ପେଟ ବଢିବାର ସମ୍ଭାବନା ରହିଥାଏ । ତେଣୁ ଖାଇ ସାରିବା ପରେ ଟିକେ ଚଲାବୁଲା କରିବା ଉଚିତ । ଏହାସହ ଖାଦ୍ଯ ଠିକ ସମୟରେ ଖାଇବା ମଧ୍ୟ ଅତ୍ୟନ୍ତ ଜରୁରୀ ।

ଭୋକ ହେଉଛି ବୋଲି ଆମେ ଯାହା ବି ମିଳେ ଖାଇ ଦେଉଥାଉ । ତେଣୁ ଏହାଦ୍ବାରା ଆମ ଶରୀରରେ ଚର୍ବି ବୃଦ୍ଧି ପାଇଥାଏ । ଯେଉଁମାନେ ଅଧିକ ସମୟ ବସି ରହି କାମ ରହୁଛନ୍ତି ସେମାନେ ଖାଦ୍ଯ ଖାଇ ସାରିବା ପରେ ୧୦ ମିନିଟ ଅନ୍ତତଃ ଚାଲିବାକୁ ଚେଷ୍ଟା କରନ୍ତୁ । ଖାଇ ସାରିବା ପରେ ତୁରନ୍ତ ଯାଇ ଚେୟାରରେ ବସି ଯାଆନ୍ତୁ ନାହିଁ ।
ଯଦି ଖାଇ ସାରିବା ପରେ କେବଳ ୧୦୦ ପାଦ ବି ଚାଲୁଛନ୍ତି ତେବେ ଦେଖିବେ ଆପଣଙ୍କ ଓଜନ କେବେ ବି ଅକାରଣରେ ବଢିବ ନାହିଁ । ଖାଦ୍ଯରେ ଟିକେ ସଂଯମତା ରଖିବା ସହ ଏହିପରି ଛୋଟ ଛୋଟ ନୀତି ନିୟମ ଯଦି ରଖୁଛନ୍ତି ତେବେ ଆପଣଙ୍କ ଓଜନ ବଢିବ ନାହିଁ ବରଂ ବଢିଥିବା ଓଜନ କମିଯିବ ।

ସେହିପରି ଓଜନ କମ କରିବା ପାଇଁ ଯୋଗ ଓ ପ୍ରାଣାୟମ ମଧ୍ୟ ଅତ୍ୟନ୍ତ କାରିଗରୀ ଅଟେ । ଏହା ଆପଣଙ୍କ ପେଟର ଚର୍ବି ଶୀଘ୍ର କମ କରିବାରେ ସହାୟକ ହେବ । ପ୍ରାଣାୟମ କାଇବା ଦ୍ଵାରା ଆମେ ଉପଯୁକ୍ତ ପରିମାଣର ବାୟୁ ଭିତରକୁ ନେଉ ଓ ବାହାରକୁ ଛାଡୁ ।
ଏହାଦ୍ବାରା ଆମ ପେଟର ଏକ୍ସରସାଇଜ ହୁଏ ଓ ପେଟ ପତଳା ରୁହେ । ଏହିସବୁ କରି ଦେଖନ୍ତୁ ପେଟ ଚର୍ବି କମିବା ସହ ପେଟରେ ଚର୍ବି ଜମା ହେବନାହିଁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।