ପିରିୟଡସ୍ ବେଳେ ସଫାସୁତୁରା ରହିବା କେତେ ଜରୁରୀ ? ଋତୁସ୍ରାବ ସମୟରେ ସଫାସୁତୁରା ରହିବାର ସଠିକ ଉପାୟ (Dr. Lipika Moharana)

ପିରିୟଡସ୍ ବା ଋତୁସ୍ରାବ ବେଳେ ସଫାସୁତୁରା ରହିବା ନିହାତି ଆବଶ୍ୟକ । ନଚେତ ଏହା ବିଭିନ୍ନ ପ୍ରକାରର ରୋଗ ଓ ସଂକ୍ରମଣର କାରଣ ହୋଇପାରେ । ତେଣୁ ଏନେଇ ପ୍ରତ୍ଯେକ ମହିଳା ସଚେତନ ହେବା ଜରୁରୀ । ଯଦି କୌଣସି ସମସ୍ଯା ଅନେକ ଦିନ ଧରି ଲାଗି ରହୁଛି ତେବେ ତାହାକୁ ଅବହେଳା ନକରି ଡାକ୍ତରଙ୍କ ପରାମର୍ଶ କରିବା ଆବଶ୍ୟକ । ତେବେ ଚାଲନ୍ତୁ ଜାଣିବା ବିଶିଷ୍ଟ ସ୍ତ୍ରୀ ଓ ପ୍ରସୂତି ଟୋଗ ବିଶେଷଜ୍ଞ ଡାକ୍ତର ଲିପିକା ମହାରଣାଙ୍କ ଠାରୁ କି ପିରିୟଡସ୍ ବେଳେ କେମିତି ସ୍ବଚ୍ଛତା ଓ ପରିଚ୍ଛନ୍ନତା ବଜାୟ ରଖିବେ ।

ଡାକ୍ତରଙ୍କ କହିବା ଅନୁଯାୟୀ ଆମେ ପ୍ରତିଦିନ ଦାନ୍ତ ଘଷିବା ଯେତେ ଜରୁରୀ ଋତୁସ୍ରାବ ବେଳେ ନିଜକୁ ସଫାସୁତୁରା ରଖିବା ମଧ୍ୟ ସେତେ ଜରୁରୀ । ଆଜିନି ଅନେକ ମହିଳା ମାନେ ଏହି ବିଷୟରେ କଥା ହେବା ପାଇଁ ଲାଜ କରନ୍ତି । କିନ୍ତୁ ବୁଝିବା ଦରକାର ଯେ ଏହା ଏକ ପ୍ରାକୃତିକ ପ୍ରକ୍ରିୟା ଓ ଏହାକୁ ନେଇ କଥା ହେବା ପାଇଁ ବା ନିଜ ସମସ୍ଯା ବିଷୟରେ ଜଣାଇବା ପାଇଁ କୁଣ୍ଠାବୋଧ କରିବା ଅନୁଚିତ । ପ୍ରତ୍ଯେକ ମହିଳା ବୁଝିବା ଦରକାର କି ଆମ ପରିସ୍ରା ଜାଗା ଏବଂ ଋତୁସ୍ରାବ ହେଉଥିବା ଜାଗା ବହୁତ ପାଖାପାଖି ରହିଛନ୍ତି ।

ତେଣୁ ଏହି ଦୁଇଟି ମଧ୍ୟରୁ ଗୋଟିଏ ସଂକ୍ରମିତ ହେଲେ ଅନ୍ଯଟି ଉପରେ ଏହାର ପ୍ରଭାବ ପଡିଥାଏ । ତେଣୁ ଯଦି ଋତୁସ୍ରାବ ସମୟରେ ସ୍ବଚ୍ଛ ରହିବେ ତେବେ ୟୁରିନ ଇନଫେକ୍ସନ ହେବାର ବହୁମାତ୍ରାରେ ସମ୍ଭାବନା କମିଯିବ । ଏହାସହ ଆମ ଋତୁସ୍ରାବରେ ମଧ୍ୟ କୌଣସି ଅସୁବିଧା ଦେଖାଦେବ ନାହିଁ । ବାରମ୍ବାର ସଂକ୍ରମଣ ହେଲେ ଏହା କ୍ୟାନ୍ସର ହେବାର ସମ୍ଭାବନାକୁ ବଢାଇଥାଏ । ତେଣୁ ପରିଷ୍କାର ରହିବା ଦ୍ଵାରା ସର୍ଭାଇକାଲ କ୍ୟାନ୍ସର ଆଶଙ୍କା ମଧ୍ୟ କମିଯାଏ ।

ଋତୁସ୍ରାବ ସମୟରେ ଅଧିକ ସମୟ ପର୍ଯ୍ୟନ୍ତ ଗୋଟିଏ ପ୍ୟାଡକୁ ପିନ୍ଧିବା ମଧ୍ୟ ସଂକ୍ରମଣର କାରଣ ହୋଇଥାଏ । ତେଣୁ ରକ୍ତସ୍ରାବର ଫ୍ଲୋ କୁ ନଜରରେ ରଖି ୪ ରୁ ୬ ଘଣ୍ଟା ମଧ୍ୟରେ ନିୟମିତ ବ୍ଯବଧାନରେ ପ୍ୟାଡ ବଦଳାଇବା ମଧ୍ୟ ଜରୁରୀ ଅଟେ । ସେହିପରି ପ୍ୟାଡ ଫିଙ୍ଗିବା ବେଳେ ମଧ୍ୟ ଖୋଲାରେ ଫୋପାଡିବା ଉଚିତ ନୁହେଁ । ଏହାଦ୍ବାରା ଦୁର୍ଗନ୍ଧ ଏବଂ ମଶା ମାଛି ଆଦି ହୋଇ ପରିବେଶ ମଧ୍ୟ ଦୂଷିତ ହୁଏ । ଏହାର ପ୍ରଭାବ ଆସି ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ପଡେ । ଏହା ଯୋଗୁଁ ହେପାଟାଇଟିସ- ବି ଓ ସି ମଧ୍ୟ ବ୍ୟାପୀବାର ଦେଖାଯାଇଛି ।

ସବୁବେଳେ କପଡା ପ୍ୟାଡ ବ୍ୟବହାର କରିବାକୁ ଚେଷ୍ଟା କରନ୍ତୁ । ବଜାରରେ ମିଳୁଥିବା ଅନେକ ପ୍ଲାଷ୍ଟିକ ପ୍ୟାଡ କ୍ୟାନ୍ସରର କାରଣ ହେଉଥିବାର ଦେଖିବାକୁ ମିଳିଛି । ସାଧାରଣତଃ ସମସ୍ତେ ପ୍ୟାଡକୁ ଫୋପାଡିବା ପରେ ହାତ ଧୋଇଥାନ୍ତି, କିନ୍ତୁ ଏହା ପୂର୍ବରୁ ହାତ ଧୋଇବା ଆବଶ୍ୟକ । ଯଦି ଋତୁସ୍ରାବ ଜନିତ କୌଣସି ସମସ୍ଯା ଦେଖା ଦେଉଛି ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ କରିବ ଆବଶ୍ୟକ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।