ନଜର ଉତାରିବା ପାଇଁ କଳା ସୂତାର ବ୍ୟବହାର ପ୍ରାଚୀନ କାଳରୁ ହୋଇ ଆସୁଛି । ଖରାପ ନଜର ଏବଂ ନକରାତ୍ମକତାରୁ ବଞ୍ଚିବା ପାଇଁ ଅନେକ ଲୋକ ଗୋଡରେ କିମ୍ବା ହାତରେ କଳାସୂତା ପିନ୍ଧିଥାନ୍ତି । କିନ୍ତୁ ସବୁ ରାଶିର ଲୋକଙ୍କ ପାଇଁ ଏହି କଳାସୂତା ଶୁଭ ଫଳଦାୟକ ହୋଇ ନଥାଏ । ଭଲ ଭାବେ ନଜାଣି ଏହାକୁ କେହିବି ପିନ୍ଧି ପକାଇଲେ ଭଲ ଫଳ ପରିବର୍ତ୍ତେ ଅଶୁଭ ଫଳ ମିଳିଥାଏ । ତେଣୁ ଆସନ୍ତୁ ଜାଣିବା କେଉଁ ରାଶିର ଲୋକେ କଳାସୂତା ପରିବର୍ତ୍ତେ ଲାଲ ସୂତା ପିନ୍ଧିଲେ ଶୁଭ ହୋଇଥାଏ ।
ମେଷ ରାଶି । ମେଷ ରାଶିର ଜାତକ କେବେବି କଳାସୂତା ପିନ୍ଧିବା ଉଚିତ ନୁହେଁ, କାରଣ ଏହି ରାଶିର ସ୍ଵାମୀ ଗ୍ରହ ହେଉଛନ୍ତି ମଙ୍ଗଳ । ଅର୍ଥାତ ଭଗବାନ ହନୁମାନଙ୍କୁ ନାରଙ୍ଗୀ ବା ଲାଲ ରଙ୍ଗ ହିଁ ପସନ୍ଦ ଅଟେ । ତେଣୁ ଏହି ରାଶିର ଲୋକମାନେ ନିଜ ହାତରେ ରକ୍ଷାସୂତ୍ର ବା ଲାଲ ସୂତା ବାନ୍ଧିବା ଆବଶ୍ୟକ । କଳାସୂତା ପିନ୍ଧିବା ଦ୍ଵାରା ଏହାର ଖରାପ ପ୍ରଭାବରୁ କୌଣସି ବି କାର୍ଯ୍ୟ ଶୀଘ୍ର ହୋଇପାରେ ନାହିଁ ଓ ଧନଜନିତ ସମସ୍ଯା ଦେଖା ଦେଇଥାଏ ।
ବିଛା ରାଶି । ଏହି ରାଶିର ସ୍ଵାମୀ ଗ୍ରହ ମଧ୍ୟ ମଙ୍ଗଳ ଅଟନ୍ତି । ଜ୍ଯୋତିଷ ଅନୁସାରେ ବିଛା ରାଶିର ଜାତକ ଗୋଡରେ କିମ୍ବା ହାତରେ କଳାସୂତା ପିନ୍ଧିବା ଅନୁଚିତ । ଯଦି ଆପଣଙ୍କ ଜୀବନରେ କୌଣସି ସମସ୍ଯା ଚାଲୁଛି ତେବେ ଆପଣ ପିନ୍ଧିଥିବା କଳାସୂତା ଏହାର କାରଣ ହୋଇ ଥାଇପାରେ । ତେଣୁ କଳାସୂତା ବଦଳରେ ଆପଣ ଲାଲ ସୂତା ଧାରଣ କରିପାରିବେ । ଏହା ଆପଣଙ୍କ ପାଇଁ ଶୁଭ ହୋଇଥାଏ ।
ସିଂହ ରାଶି । ଏହି ରାଶିର ଲୋକେ ମଧ୍ୟ ତାଙ୍କ ହାତରେ ଲାଲ ସୂତା ପିନ୍ଧିବା ଅତ୍ୟନ୍ତ ଶୁଭ ଓ ଲାଭକାରୀ ହୋଇଥାଏ । ଏମାନଙ୍କୁ ଭଗବାନଙ୍କ କୃପା ମିଳିବା ସହ ଚାକିରି ଏବଂ ବେପାରରେ ମଧ୍ୟ ସଫଳତା ମିଳିଥାଏ । ଆପଣ ସଫା ହୃଦୟରେ କୌଣସି ମନ୍ଦିରକୁ ଯାଇ ପଣ୍ଡିତଙ୍କ ଦ୍ଵାରା ହାତରେ ଲାଲ ସୂତା ବାନ୍ଧିନେବା ଦ୍ଵାରା ଏହାର ଅଧିକ ଶୁଭଫଳ ପ୍ରାପ୍ତି ହୋଇଥାଏ ।
କନ୍ୟା ରାଶି । ଏହି ରାଶିର ଲୋକେ ନିଜ ହାତରେ ଲାଲ ସୂତା ନିଶ୍ଚିତ ଭାବେ ବାନ୍ଧିବା ଉଚିତ । ଏହାଦ୍ବାରା ଆପଣଙ୍କୁ ଜୀବନରେ ସେହି ସବୁ ସୁଖ ମିଳିବ ଯାହା ଆପଣ ଇଛା କରିଥିବେ ଓ ପ୍ରତ୍ଯେକ କାର୍ଯ୍ୟରେ ମଧ୍ୟ ସଫଳତା ମିଳିବ । ଏହାଦ୍ବାରା ଆପଣଙ୍କୁ କ୍ଯାରିୟରରେ ସଫଳତା ମିଳିବା ସହ ବେପାର ବାଣିଜ୍ୟ ପାଇଁ ମଧ୍ୟ ଶୁଭ ଫଳଦାୟକ ସାବ୍ୟସ୍ତ ହୋଇଥାଏ ।
କର୍କଟ ରାଶି । ଏହି ରାଶିର ଲୋକେ ମଧ୍ୟ ହାତରେ ଲାଲ ସୂତା ବାନ୍ଧିବା ଶୁଭ ସାବ୍ୟସ୍ତ ହୋଇଥାଏ । ଏହାଦ୍ବାରା ଚାକିରିରେ ସଫଳତା ମିଳିବା ସହ ପ୍ରତ୍ଯେକ କାର୍ଯ୍ୟରେ ସଫଳତା ମିଳିଥାଏ । ତେଣୁ ଆପଣ ସବୁବେଳେ ନିଜ ହାତରେ ଲାଲ ସୂତା ପିନ୍ଧନ୍ତୁ । ଏହାଦ୍ବାରା ଆପଣଙ୍କୁ ମାନ ସମ୍ମାନ ମଧ୍ୟ ମିଳିଥାଏ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।