ହଠାତ ଘର ଭିତରୁ ପ୍ରଚଣ୍ଡ ବିସ୍ଫୋରଣ ହେଲା । ଶୁଭିଲା ଭୟଙ୍କର ଶବ୍ଦ । ସମସ୍ତେ ସ୍ତବ୍ଧ ହୋଇଗଲା । ଆଉ ଦେଖୁ ଦେଖୁ ଚାରି ଆଡେ ନିଆଁ ବ୍ଯାପିଗଲା । ଆଉ ଏହି ସମୟରେ ପରିବାର ଲୋକେ ନିଘୋଡ ନିଦ ରେ ସୋଇଥିଲେ । କେହି କିଛି ବୁଝିବା ପୂର୍ବରୁ ଜୀବନ ସହ ସଂଘର୍ଷ କରି ଚାଲିଗଲା ଗୋଟେ ପରିବାର ର 5 ଜୀବନ । ହଁ ଦର୍ଶକ ବନ୍ଧୁ ଏଭଳି ଘଟଣା ଘଟି ଯାଇଛି ପଞ୍ଜାବ ର ଜଳନ୍ଧର ଜିଲ୍ଲା ରୁ ।
ସୂଚନା ଅନୁଯାୟୀ ଗତ କାଲି ରାତି ରେ ସହରର ଅବତାର ଅଞ୍ଚଳ ରେ ଏହି ଦୁର୍ଘଟଣା ଟି ଘଟିଛି । ହଠାତ କୌଣସି କାରଣରୁ ଫ୍ରିଜ ର କମ୍ପ୍ରେସର ବିସ୍ଫୋରଣ ହେବା କାରଣରୁ ଗୋଟେ ପରିବାରର 5 ଜଣଙ୍କର ଜୀବନ ଚାଲି ଯାଇଛି । ବିସ୍ଫୋରଣ ପରେ ସମସ୍ତ 5 ଯାଙ୍କୁ ଗୁରୁତର ଭାବେ ଉଦ୍ଧାର କରାଯାଇ ମେଡିକାଲ ରେ ଭର୍ତ୍ତି କରା ଯାଇଥିଲା । ହେଲେ ସେଠାରେ ସେମାନଙ୍କର ମୃତ୍ୟୁ ହୋଇଥିବା ନେଇ ମେଡିକାଲ କର୍ତ୍ତୁପକ୍ଷ ସୂଚନା ଦେଇଛନ୍ତି ।
ଏପଟେ ପୋଲିସ ପକ୍ଷରୁ କୁହା ଯାଇଛି କି ବିସ୍ଫୋରଣ ପରେ ନିଆଁ ଲାଗି ଯାଇଥିଲା । ଯାହା ଫଳରେ ପରିବାର ର 5 ଜଣ ଗୁରୁତର ହୋଇ ପଡିଥିଲେ । ସେମାନଙ୍କୁ ସିଭିଲ ହସ୍ପିଟାଲ ଜଳନ୍ଧର କୁ ନିଆ ଯାଇଥିଲା । କିନ୍ତୁ ସେଠାରେ ସମସ୍ତଙ୍କର ମୃତ୍ୟୁ ହୋଇଛି । ମୃତକ ମାନେ ହେଲେ 70 ବର୍ଷୀୟ ଜଏସପାଲ ଘାଇ, 40 ବର୍ଷୀୟ ରୁଚି ଘାଇ, 14 ବର୍ଷୀୟ ମାନସ ଓ 12 ବର୍ଷୀୟ ଦିବ୍ୟା ଓ 10 ବର୍ଷୀୟ ଅକ୍ଷୟ ବୋଲି ଜଣା ପଡିଛି ।
ଘଟଣା ସ୍ଥଳରେ ଫରେନସିକ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କେଉଁ କାରଣ ରୁ ଏଭଳି ଏକ ଭୟଙ୍କର ଦୁର୍ଘଟଣା ଘଟିଲା ସେ ନେଇ ତନାଘନା ଚାଲିଛି । ନମୁନା ସଂଗ୍ରହ କରା ଯାଇଥିବା ବେଳେ ପରବର୍ତ୍ତୀ ସମୟରେ ଏହାର ସଠିକ କାରଣ ଜଣା ପଡିବ ବୋଲି ପୋଲିସ କହିଛି । ତେବେ ଏହି ଭୟଙ୍କର ଦୁର୍ଘଟଣା ପରେ 5 ଜଣଙ୍କର ଏଭଳି ଅକାଳ ମୃତ୍ୟୁ ହେବା ନେଇ ପରିବାର ଲୋକେ ସ୍ତବ୍ଧ ହୋଇ ପଡିଛନ୍ତି ।
ସାରା ଅଞ୍ଚଳରେ ଏହି ଘଟଣାକୁ ନେଇ ଏବେ ଶୋକର ଛାୟା ଖେଳି ଯାଇଛି । କେହି କିଛି ଜାଣିବା କି ବୁଝିବା ପୂର୍ବରୁ ଏମିତି କିଛି ଘଟିଯିବ ତାହା କେହି କେବେ ଭାବି ନ ଥିଲେ । ତେବେ ପରିବାର ଲୋକଙ୍କୁ ହରାଇ ଏବେ ଦୁଃଖ ରେ ଭାଙ୍ଗି ପଡିଛନ୍ତି ପରିବାରର ଅନ୍ୟ ସଦସ୍ୟ ମାନେ । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।