Breaking News: 21 ଜିଲ୍ଲାରେ ଲକଡାଉନ ଖୋଲିବା ପାଇଁ ବିଚାର ବିମର୍ଶ ଜାରି, ଏହି 9 ଜିଲ୍ଲାରେ ବଢିବ ଲକଡାଉନ ? 5 ଜିଲ୍ଲା ଏବେବି ରେଡ ଜୋନରେ

ନମସ୍କାର ବନ୍ଧୁଗଣ । କୋରୋନା ସଂକ୍ରମଣ ଅଧିକ ବଢୁଥିବାରୁ ରାଜ୍ୟ ସରକାର ସବୁ ରାଜ୍ୟରେ ଲକ ଡାଉନ ଘୋଷଣା କରିଛନ୍ତି । ଲକ ଡାଉନ ହେବା ପରେ କୋରୋନା ପଜେଟିଭ ହାର କିଛି ମାତ୍ରାରେ ହ୍ରାସ ପାଇବାରେ ଲାଗିଛି । ଗତ କିଛି ଦିନ ହେବେ ୩ ହଜାର ପାଖାପାଖି ଦୈନିକ କୋରୋନା ସଂକ୍ରମଣ ଦେଖା ଯାଉଛି ।

ବର୍ତ୍ତମାନ ଜୁଲାଇ ମାସ ୧ ରୁ ସରକାର ଲକ ଡାଉନକୁ ନେଇ କେଉଁ ନୂଆ ଗାଇଡ ଲାଇନ ଜାରି କରିବେ ତାହାକୁ ନେଇ ଚିନ୍ତାର ବିଷୟ ହୋଇଛି । ସୂଚନା ଅନୁସାରେ ରାଜ୍ୟ ସରକାର ୨୧ ଟି ଜିଲା ଗୁଡିକରେ ଲକ ଡାଉନ ଖୋଲିବା ନେଇ ଆଲୋଚନା ଜାରି ରଖିଛନ୍ତି । ଆଜି ସନ୍ଧ୍ୟାରେ ବୈଠକ ହେବା ପରେ ରାଜ୍ୟ ସରକାର ନବୀନ ପଟ୍ଟନାୟକ କିଛି ବଡ ନିଷ୍ପତି ନେଇ ପାରନ୍ତି ବୋଲି ସୂତ୍ରରୁ ଜଣା ପଡିଛି । ସ୍ୱାସ୍ଥ୍ୟ ବିଭାଗ ରାଜ୍ୟରେ କୋରୋନା ପରିସ୍ଥିତି କଣ ରହିଛି ତାହା ବିଷୟରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇବେ ।

କିନ୍ତୁ ସବୁଠାରୁ ବଡ ଚିନ୍ତାଜଣକ ବିଷୟ ହେଉଛି ଏବେ ସୁଧା ୫ଟି ଜିଲା ରେଡ ଜୋନରେ ରହିଛି । ପୁରୀ, କଟକ, ଖୋର୍ଦ୍ଧା, ବାଲେଶ୍ଵର ଓ ମୟୂରଭଞ୍ଜରେ କୋରୋନା କଟକଣା କୋହଳ ହେବ ନାହି । ଏହା ବ୍ଯତୀତ କୋରୋନା ସଂକ୍ରମଣ ନୟାଗଡ, ଜଗତସିଙ୍ଘପୁର, କେନ୍ଦ୍ରାପଡା ଓ ଭଦ୍ରକରେ ଅଧିକ ପଜେଟିଭ ହାର ରହୁଥିବାରୁ କଟକଣା କୋହଳ ହୋଇ ନ ପାରେ ।

ଅନ୍ୟ ପକ୍ଷରେ ଦେଖିବାକୁ ଗଲେ ସୂଚନା ଅନୁସାରେ ବାକି ୨୧ ଟି ଜିଲ୍ଲାରେ କଟକଣା କୋହଳ କରାଗଲେ ମଧ୍ୟ ନାଇଟ କରଫୁ ବଳବତ୍ତର ରହିପାରେ । ଏହା ସହ ଦୋକାନ ବଜାର ଖୋଲିବା ପାଇଁ ଅନୁମତି ମିଳିପାରେ । ତେଣୁ ଜୁଲାଇ ମାସରେ କୋରୋନା ସଂକ୍ରମଣକୁ ନେଇ ନୂଆ ଗାଇଡ ଲାଇନ କଣ ରହିବ ତାହା ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମୀକ୍ଷା ବୈଠକ ଉପରେ ନିର୍ଭର କରୁଛି ।

କେଉଁ ଜିଲ୍ଲା ଗୁଡିକରେ କୋରୋନା ପଜେଟିଭ ହାର କେତେ ମାତ୍ରାରେ ରହିଛି ତାହାର ସମୀକ୍ଷା କରିବା ପରେ ରାଜ୍ୟ ସରକାର କେଉଁ ନୂଆ ନିଷ୍ପତି ନେବେ ତାହାର ଅପେକ୍ଷାରେ ସବୁ ରାଜ୍ୟ ବାସୀ ରହିଛନ୍ତି ।

ଏହାକୁ ନେଇ ଆପଣ ମାନଙ୍କ ମତାମତ କଣ ରହିଛି ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବେ । ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ଲେଖା ପସନ୍ଦ ଆସିଥାଏ ତେବେ ଅନ୍ୟ ସହ ଶେୟାର କରି ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।