ପୁଅ ଆଖି ଆଗରେ ସମୁଦ୍ରରେ ଗାଧୋଉଥିବା ବେଳେ ଭାସି ଯାଇଥିଲେ ଯୁବକ, ଦେଖନ୍ତୁ କେଉଁଠୁ ଓ କିପରି ଅବସ୍ଥାରେ ମିଳିଲା ନିଖୋଜ ଯୁବକଙ୍କ ମୃତଦେହ

ତିନି ଦିନ ତଳେ ପୁରୀ ସମୁଦ୍ରରେ ପୁଅ ସହ ଖେଳୁ ଖେଳୁ ପୁଅର ଆଖି ଆଗରେ ସମୁଦ୍ରରେ ନିଖୋଜ ହୋଇ ଯାଇଥିଲେ ବ୍ୟକ୍ତିଜଣକ । ଆଉ ଆଜି ଉକ୍ତ ନିଖୋଜ ବ୍ୟକ୍ତିଙ୍କ ମୃତଦେହ ମିଳିଛି । ପୁରୀ ଚନ୍ଦ୍ରଭାଗା ମେରାଇନ ଥାନା ପୋଲିସ ତାଙ୍କ ମୃତଦେହକୁ ଜବତ କରିଛି । ମୃତକ ହେଉଛନ୍ତି ବାଲେଶ୍ଵର ସଚିଙ୍କାର ବଂଶୀଧର ବେହେରା । ଗତକାଲୀ ରାତିରେ ବେଳେଶ୍ଵର ମନ୍ଦିର କଇଁଛ ଘର ନିକଟସ୍ଥ ସମୁଦ୍ର କୂଳରୁ ତାଙ୍କ ଶବକୁ ଜବତ କରିଛି ପୋଲିସ ।

ଏନେଇ ମେରାଇନ ଥାନା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି ଓ ଏହାସହ ଶବର ବ୍ୟବଚ୍ଛେଦ କରିବା ନିମନ୍ତେ ଶବକୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦେଇଛି । ଶନିବାର ଦିନ ବଂଶୀଧର ନିଜ ଛୋଟ ପୁଅର ମାନସିକ କରିଥିବା ଚୁଟି ପକାଇବା ପାଇଁ ପୁରୀ ଯାଇଥିଲେ । ଏହାସହ ପୁରୀ ସ୍ଵର୍ଗଦ୍ଵାର ସମୁଖ ସମୁଦ୍ର କୂଳକୁ ଗାଧୋଇବା ପାଇଁ ଯାଇଥିଲେ । ଲହରୀ ସହ ଖେଳି ପୁଅକୁ ଦେଖାଉଥିଲେ ଓ ପୁଅକୁ ମଧ୍ୟ ଲହରୀ ସହ ଖେଳାଇବା ଶିଖାଉଥିଲେ ।

ଏହାପରେ କିଛି ସମୟ ପରେ ସେ ପୁଅକୁ କୂଳରେ ଛାଡି ସମୁଦ୍ର ଭିତରକୁ ଯାଇଥିଲେ । ଏହି ସମୟର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଥିଲା । ଯାହା ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । ପୁଅ ସହ ସମୁଦ୍ରରେ ଗାଧାଉ ଗାଧାଉ ବ୍ୟକ୍ତିଜଣକସମୁଦ୍ରରେ କିଭଳି ନିଖୋଜ ହୋଇ ଯାଇଥିଲେ ତାହା ଭିଡିଓରେ ଦେଖିବାକୁ ମିଳୁଛି ।

ବାପାଙ୍କୁ ଅନେକ ସମୟ ଧରି ଦେଖି ନ ପାରିବା ପରେ ପୁଅ ପଚାରି ହେଉଛି ତା’ ବାବା କୁଆଡେ ଗଲେ ବୋଲି । ମନରେ ମଧ୍ୟ କେତେ ଆଶା ବାନ୍ଧି ଥିବ କି ବାବା ନିଶ୍ଚୟ ଫେରି ଆସିବେ । କିନ୍ତୁ ହଠାତ ପୁଅର ଆଖି ସାମ୍ନାରେ ସେ ନିଖୋଜ ହୋଇ ଯାଇଥିଲେ । ଗାଧାଉ ଗାଧାଉ ପୁରୀ ସମୁଦ୍ରରେ ନିଖୋଜ ହୋଇ ଯାଇଥିବା ବଂଶୀଧରଙ୍କୁ ବହୁ ଖୋଜାଖୋଜି କରିବା ପରେ ମଧ୍ୟ ତାଙ୍କର ପତ୍ତା ମିଳି ପାରୁ ନଥିଲା ।

ଏପଟେ ପୁରା ନିଖୋଜ ହେବା ଖବର ଶୁଣି କାନ୍ଦି କାନ୍ଦି ବାରମ୍ବାର ଚେତାଶୁନ୍ୟ ହୋଇ ପଡିଥିଲେ ବୃଦ୍ଧ ବାପା ମାଆ । ହେଲେ ପୁରା ତିନି ଦିନ ପରେ ଆଜି ତାଙ୍କ ମୃତଦେହ ମିଳିଛି । ଯାହା ତାଙ୍କ ପରିବାରକୁ ଏକଦମ ଭାଙ୍ଗି ପକାଇଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।