ବନ୍ଧୁଗଣ ଲିଭର ଆମ ଶରୀରର ସବୁଠାରୁ ବଡ ଗ୍ରନ୍ଥି ମାନଙ୍କ ମଧ୍ୟରୁ ଗୋଟିଏ ଅଟେ । ଶରୀରରେ 500ରୁ ଅଧିକ କାମ ଆମର ଲିଭର କରିଥାଏ । ଖାଦ୍ୟ ପାଚନ କରିବା ଠାରୁ ନେଇ ଶରୀରରେ ଶକ୍ତି ଦେବା ଯାଏଁ ଶରୀରରେ ସବୁ ରୋଗ ସହ ଲଢିବାରେ ଲିଭର ମୁଖ୍ୟ ଭୂମିକା ଗ୍ରହଣ କରିଥାଏ ।

ଯଦି ଲିଭରରେ କିଛି ଅଳ୍ପ ଖରାପ ହୁଏ ତେବେ ଶରୀରରେ ସମସ୍ଯା ଦେଖାଯାଏ । ଯେପରିକି ଭାଇରାଲ ଡାଇବେଟିସ, ଫ୍ୟାଟି ଲିଭର, ଲିଭର କ୍ୟାନ୍ସର, ଲିଭରର ଆକାର ବଢିବା, ପେଟ ଫୁଲିବା ଇତ୍ୟାଦି । ଆଜି ଆମେ ଆପଣଙ୍କୁ କହିବୁ ଲିଭରକୁ କିପରି ପରିଷ୍କାର ରଖାଯାଇ ପାରିବ ।
1- ଲାଉ : ଲିଭରରେ ଦେଖା ଯାଉଥିବା ସମସ୍ଯା ଓ ବଢୁଥିବା ଲିଭର କୁ କମ କରିବା ପାଇଁ ଲାଉ ବହୁତ ଲାଭଦାୟକ ଅଟେ । ଏଥିରେ ଭିଟାମିନ୍ସ-ଏ, ସି, ମ୍ୟାଗ୍ନେସିୟମ, କ୍ୟାଲସିୟମ, ଫାଇଭର ଭଳି ମିନେରାଲ ରହିଥାଏ । ଯାହା ଆମ ଲିଭରକୁ ଠିକ ଭାବେ କାର୍ଯ୍ୟ କରାଇଥାଏ ।
2- ହଳଦୀ : ଲିଭରକୁ ଡି-ଟକ୍ସିଫାଏଡ କରିବାରେ ହଳଦୀ ବହୁତ କାର୍ଯ୍ୟ କରିଥାଏ । ହଳଦୀରେ ଆଣ୍ଟି ବ୍ୟାକ୍ଟେରିୟାଲ ଯାହା କି ଆମର ଲିଭରକୁ ଜଲ୍ଦି ସଫା କରିବାରେ କାମ କରିଥାଏ ।

3- ଧନିଆ ପାତ୍ର : ହଦନିଆ ପତ୍ରକୁ ପାଚନ କ୍ରିୟାରେ ବହୁତ ଲାଭ ମିଳିଥାଏ । ଯେମିତିକି ଆମର ଖାଦ୍ଯ ଜଲ୍ଦି ହଜମ କରିବା ସହ ଲିଭର ଉପରେ କମ ପ୍ରଭାବ ପକାଇଥାଏ । ଏହି କାରଣରୁ ଭୋଜନରେ ଧନିଆ ଓ ପୋଦିନା ଭଳି ଜିନିଷ ବ୍ୟବହାର କରିବା ଉଚିତ ।
ତେବେ ଏହି 3ଟି ଜିନିଷ କୁ ନେଇ ଆପଣ ଏମାନେ ଲିଭରକୁ ପରିଷ୍କାର ରଖିପାରିବେ । ଏଥିପାଇଁ ଆପଣଙ୍କୁ ପ୍ରଥମେ ଲାଉ ନେଇ ଏହାର ଚୋପା ଛଡାଇ ଦିଅନ୍ତୁ । ଏହା ପରେ ଛୋଟ ଛୋଟ କରି କାଟି ଦିଅନ୍ତୁ । ଲାଉ ସହ କିଛି ଧନିଆ ପତ୍ର ନେଇ ତାହାର ପେଷ୍ଟ ପ୍ରସ୍ତୁତ କରନ୍ତୁ ।
ତାକୁ ଛାଣି ଗୋଟେ ଗ୍ଳାସ ଜୁସ ବାହାର କରିବେ । ସେଥିରେ ଅଧ ଚାମଚ ହଳଦୀ ଏଥିରେ ମିଶାନ୍ତୁ । ଏହା ସହ ଫାଳେ ଲେମ୍ବୁ ଏଥିରେ ଆଡ କରନ୍ତୁ । ଲେମ୍ବୁ ପେଟକୁ ସଫା ରଖିଥାଏ । ଏହାକୁ ଅଧିକ ସ୍ଵାଦିଷ୍ଟ କରିବା ପାଇଁ କଳା ଲୁଣ ପକାଇ ପାରିବେ । ଏହି ସବୁ ସାମଗ୍ରୀର ଭଲ ଭାବେ ମିଶ୍ରଣ କରନ୍ତୁ ।
ଲିଭର କୁ ସୁସ୍ଥ ରଖିବାକୁ ହେଲେ ଫାଷ୍ଟ ଫୁଡ ଓ ତେଲ ଜାତୀୟ ଖାଦ୍ଯ ଖାଇବା ଉଚିତ ନୁହେଁ । ଏହି ଜୁସକୁ ପିଇବା ସହ କିଛି କିସମିସ ଖାଆନ୍ତୁ । ଯାହା ଲିଭର ସଫା ରଖିବାରେ ବହୁତ ଉପକାରୀ ଅଟେ । ଏହା ସହ ରକ୍ତ ମଧ୍ୟ ସଫା ରଖିଥାଏ । କିସମିସ ଆମ ଶରୀରରେ ରକ୍ତ ହୀନତା କୁ ଦୂର କରିଥାଏ ।

କିଛି କିସମିସ ନେଇ ପାଣିରେ 20ରୁ 25 ମିନିଟ ଯାଏଁ ଫୁଟାନ୍ତୁ । ତାପରେ ସେହି ପାଣିକୁ ଛାଣି ଥଣ୍ଡା ହେବାକୁ ଛାଡି ଦିଅନ୍ତୁ । ଏହାକୁ ଦିନକୁ 2 ଥର ସେବନ କରନ୍ତୁ । ଏହା ଦ୍ଵାରା ଲିଭର ସୁସ୍ଥ ରହିବ । ବନ୍ଧୁଗଣ ଆପଣଙ୍କୁ ଆମ ହେଲଥ ଟିପ୍ସଟି ଭଲ ଲାଗିଥିଲେ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।