ହନୁମାନ ମନ୍ଦିରରେ ଅର୍ପଣ କରନ୍ତୁ ଏହି ଖାସ ଜିନିଷ, କରଜରୁ ମିଳିବ ମୁକ୍ତି, ଆର୍ଥିକ ସମସ୍ୟା ହେବ ଦୂର

ଯଦି ଆମେ ବର୍ତ୍ତମାନ ସମୟର କଥା କହିବା ତେବେ ଆଜିକାଲି ସବୁ ଲୋକମାନଙ୍କ ଜୀବନରେ ଧନ ସମ୍ବନ୍ଧିତ ସମସ୍ୟା ଉତ୍ପନ୍ନ ହୋଇଥାଏ । ଆଜିକାଲି ଟଙ୍କା ଲୋକମାନଙ୍କ ପ୍ରଥମ ଦରକାରୀ ଜିନିଷ ଅଟେ ଓ ଟଙ୍କା ବିନା କିଛି ବି କାର୍ଯ୍ୟ କରିବା ସମ୍ଭବ ହୋଇ ପାରେ ନାହିଁ । ଏଥିପାଇଁ ବ୍ୟକ୍ତି ଅଧିକରୁ ଅଧିକ ଟଙ୍କା ଆୟ କରିବା ପାଇଁ ବହୁତ ପରିଶ୍ରମ ବି କରିଥାଏ । କିନ୍ତୁ ଏହା ସତ୍ତ୍ୱେ ବି କେତେକ ଲୋକମାନଙ୍କୁ ଆର୍ଥିକ ସମସ୍ୟାର ସାମ୍ନା କରିବାକୁ ପଡିଥାଏ ।

କିନ୍ତୁ ଯଦି ଆପଣ ଆର୍ଥିକ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଚାହୁଁଛନ୍ତି ତେବେ ଆପଣ ଜ୍ୟୋତିଷ ଶାସ୍ତ୍ରରେ କୁହାଯାଇଥିବା କିଛି ଉପାୟକୁ ଆପଣାଇ ପାରିବେ । ଆଜି ଆମେ ଆପଣଙ୍କୁ ଏହି ପୋଷ୍ଟ ମାଧ୍ୟମରେ କିଛି ସରଳ ଉପାୟ ବିଷୟରେ କହିବାକୁ ଯାଉଛୁ, ଯାହା ଦ୍ଵାରା ଆପଣ ନିଜର ଆର୍ଥିକ ସଙ୍କଟରୁ ମୁକ୍ତି ପାଇଯିବେ ।

ଆସନ୍ତୁ ଜାଣିବା ଆର୍ଥିକ ସମସ୍ୟାରୁ ମୁକ୍ତି ପାଇବାର ଉପାୟ ବିଷୟରେ

·    ମଙ୍ଗଳବାର ଦିନ ଅଟାରେ ଗୁଡ ମିଶାଇ ଗୁଳା କରି ଦିଅନ୍ତୁ ଓ ଏହାକୁ ନିଜ ଘର ପାଖରେ ଥିବା କୌଣସି ବି ହନୁମାନ ମନ୍ଦିରରେ ଅର୍ପଣ କରନ୍ତୁ । ଯଦି ଆପଣ ଏହି ଉପାୟକୁ କରୁଛନ୍ତି ତେବେ ଏହା ଆପଣଙ୍କୁ କରଜରୁ ମୁକ୍ତି ପାଇବାରେ ସାହାର୍ଯ୍ୟ କରିଥାଏ ଓ ଆର୍ଥିକ ସମସ୍ୟା ବି ଦୂର ହୋଇଥାଏ । ଏହା ଛଡା ସବୁଦିନ ସକାଳେ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବା ଦ୍ଵାରା ବି ଆର୍ଥିକ ସଙ୍କଟ ଦୂର ହୋଇଥାଏ ।

·    ଯଦି ଆପଣ ନିଜର ଆର୍ଥିକ ସ୍ଥିତିକୁ ସୁଧାରିବାକୁ ଚାହୁଁଛନ୍ତି ତେବେ ଏଥିପାଇଁ ପୂର୍ଣିମା ଦିନ ସକାଳେ ସବୁଜ ରଙ୍ଗର କପଡାରେ ଏକ ଛୋଟ ମୁଣି ପ୍ରସ୍ତୁତ କରନ୍ତୁ ଓ ଭଗବାନ ଗଣେଶଙ୍କ ସମ୍ମୁଖରେ “ସଂକଟନାଶନ ଗଣେଶ ସ୍ତ୍ରୋତ”କୁ ୧୧ ଥର ପାଠ କରନ୍ତୁ । ଏହା ପରେ ସେହି ମୁଣିରେ ୭ ଟି ମୁଗ, ୧୦ ଗ୍ରାମ ସବୁଜ ଧନିଆ, ପଞ୍ଚମୁଖୀ ରୁଦ୍ରାକ୍ଷ, ଚାନ୍ଦି ର ମୁଦ୍ରା ଓ ଦୁଇଟି ଗୁଆ ରଖି ଦିଅନ୍ତୁ, ବର୍ତ୍ତମାନ ଏହି ମୁଣିକୁ ଆପଣ ନିଜର ତିଜୋରି କିମ୍ବା ଟଙ୍କା ରଖୁଥିବା ସ୍ଥାନରେ ରଖି ଦିଅନ୍ତୁ ।

·    ଯଦି ଆପଣଙ୍କର ଆର୍ଥିକ ସ୍ଥିତି ଦିନକୁ ଦିନ କମଜୋର ହୋଇ ଯାଉଛି ତେବେ ଆପଣ ନିଜ ଘରେ କିମ୍ବା କାର୍ଯ୍ୟସ୍ଥଳରେ ଧନର ବର୍ଷା ପାଇଁ ମାଛ ଅବଶ୍ୟ ରଖନ୍ତୁ । ଆପଣ ଏହାକୁ ଉତ୍ତର କିମ୍ବା ଉତ୍ତର – ପୂର୍ବ ଦିଗରେ ରଖି ପାରିବେ ।

·    ଯଦି ଆପଣ ନିଜ ଭାଗ୍ୟର ତାଲାକୁ ଖୋଲିବାକୁ ଚାହୁଁଛନ୍ତି ତେବେ ଶୁକ୍ରବାର ଦିନ ଏକ ତାଲା କିଣି ଆଣନ୍ତୁ । ଏହାକୁ ଶୋଇବା ସମୟରେ ନିଜ ମୁଣ୍ଡ ପାଖରେ ରଖନ୍ତୁ ଓ ସକାଳେ ଏହି ତାଲାକୁ କୌଣସି ଏକ ଧାର୍ମିକ ସ୍ଥାନରେ ରଖି ଦିଅନ୍ତୁ । ଯେତେବେଳେ କୌଣସି ବ୍ୟକ୍ତି ଏହି ତାଲାକୁ ଖୋଲିବ ତେବେ ଆପଣଙ୍କର ଭାଗ୍ୟ ବି ଖୋଲିଯିବ । କିନ୍ତୁ ଏହି କଥାର ଧ୍ୟାନ ରଖିବେ କି ଆପଣ ବଜାରରୁ ତାଲା କ୍ରୟ କରିବା ସମୟରେ ଆପଣ ସେହି ତାଲାକୁ ଖୋଲିବେ ନାହିଁ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।