ଶ୍ରୀ କୃଷ୍ଣ କୁହନ୍ତି ଯେଉଁ ମଣିଷ ଭିନ୍ନ ଭିନ୍ନ ଦେବା ଦେବୀଙ୍କୁ ପୂଜା କରନ୍ତି, ଜାଣନ୍ତୁ ସେମାନଙ୍କ ସହ କଣ ହୋଇଥାଏ ?- Krishna Vani

ନମସ୍କାର ବନ୍ଧୁଗଣ , ବନ୍ଧୁଗଣ ଆମ ଜୀବନ ରେ ଶାସ୍ତ୍ର ର ବହୁତ ମହତ୍ତ୍ୱ ରହିଛି।ହିନ୍ଦୁ ଧର୍ମ ର ସବୁଠାରୁ ବଡ଼ ଗ୍ରଂଥ ହେଉଛି ଶ୍ରୀମଦ ଭଗବତ ଗୀତା।ଏଥିରେ ଶ୍ରୀକୃଷ୍ଣ ଙ୍କ ର ସମସ୍ତ ବାଣୀ ବିଷୟରେ ଲେଖା ଯାଇଛି।ବନ୍ଧୁଗଣ ଶ୍ରୀକୃଷ୍ଣ ସମସ୍ତ ଦେବଦେବୀ ଙ୍କ ପୂଜା ସମ୍ପର୍କରେ ମଧ୍ୟ ଏଥିରେ ବର୍ଣ୍ଣନା କରିଛନ୍ତି । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଭଗବାନ ଶ୍ରୀକୃଷ୍ଣ ଏହି ବିଷୟରେ କଣ କହିଛନ୍ତି । ଭଗବାନ ଶ୍ରୀ କୃଷ୍ଣ କୁହନ୍ତି କି ଯେ ମୁଁ ସମ୍ପୂର୍ଣ ଭୁତ ସ୍ଥିତ ସମସ୍ତଙ୍କର ଆତ୍ମା ଅଟେ ।

ତଥା ସମସ୍ତ ଭୁତ ଙ୍କର ଆଦି ମଧ୍ୟ ମୁଁ ଏବଂ ଅନ୍ତ ମଧ୍ୟ ମୁଁ । ମୁଁ ବେଦ ରେ ସାମବେଦ ଅଟେ । ଦେବତାରେ ଇନ୍ଦ୍ର ମୁଁ ଅଟେ । ଇନ୍ଦ୍ରିୟ ରେ ମୁଁ ହିଁ ମନ ଏବଂ ଭୂତ ପ୍ରାଣୀ ଙ୍କର ଚେତନା । ଜୀବନର ଶକ୍ତି ମୁଁ ଅଟେ । ମୁଁ ଏକାଦଶ ରୁଦ୍ର ରେ ଶଙ୍କର ମୁଁ ।

ଯକ୍ଷ ତଥା ରାକ୍ଷସ ରେ ଧନ ର ସ୍ୱାମୀ କୁବେର ମୁଁ । ମୁଁ ଆଠ ଟି ବସ୍ତୁ ରେ ଅଗ୍ନି ମୁଁ । ଏବଂ ଶିଖର ଵାଲା ପର୍ବତରେ ସୁମେରୁ ପର୍ବତ ମୁଁ । ମୁଁ ମହର୍ଷି ରେ ବୃଗୁ ମୁଁ ଏବଂ ଶବ୍ଦରେ ଗୋଟେ ଅକ୍ଷର ଅର୍ଥାତ ଓଁକାର ମୁଁ । ସବୁ ପ୍ରକାର ର ଯଜ୍ଞ ଏବଂ ଉପଯଜ୍ଞ ଓ ସ୍ଥିର ରହିବା ଵାଲା ଙ୍କ ଭିତରେ ହିମାଳୟ ପର୍ବତ ମୁଁ । ଆଉ ପବିତ୍ର କରିବା ଵାଲା ମଧ୍ୟ ରେ ମୁଁ ଵାୟୁ ଏବଂ ଅସ୍ତ୍ରଧାରୀ ଙ୍କର ପାଖରେ ମୁଁ ଶ୍ରୀ ରାମ । ଏବଂ ମାଛ ଙ୍କର ମଧ୍ୟ ରେ କୁମ୍ଭୀର ମୁଁ । ଆଉ ନଦୀ ମାନଙ୍କ ମଧ୍ୟରେ ଭାଗୀରଥି ଗଙ୍ଗା ମୁଁ ।

ସୃଷ୍ଟି ରେ ଆଦି , ଅନ୍ତ ତଥା ମଧ୍ୟ ବି ମୁଁ ହିଁ ଅଟେ । ମୁଁ ଵିଦ୍ୟା ମଧ୍ୟ ରେ ଆଧ୍ୟାତ୍ମିକ ବିଦ୍ୟା ଅର୍ଥାତ ବ୍ରହ୍ମ ବିଦ୍ୟା ରେ ପରସ୍ପର କୁ ବିବାଦ କରୁଥିବା ସମସ୍ତଙ୍କର ତତ୍ୱ ନିବାରଣ କରୁଥିବା ବାଦ ମୁଁ ଅଟେ । ଅର୍ଥାତ ଭଗବାନ କୁହନ୍ତି ଏହି ସାରା ଜଗତରେ କୋଣ କୋଣ ପ୍ରତି ଟି ମୁଁ ହିଁ ଅଟେ । ସବୁ ମୋରି ଠାରୁ ଆରମ୍ଭ ଏବଂ ମୋରି ଠାରୁ ଅନ୍ତ । ଜ୍ଞାନୀ ଲୋକମାନେ ମୋର ନିବାସ ସମସ୍ତ ପଶୁ ଏବଂ ପ୍ରାଣୀ ଙ୍କ ଠାରେ ଦେଖିଥାନ୍ତି । ମୁଁ ବ୍ରାହ୍ମଣ ରେ ବି ଉପସ୍ଥିତ ଅଛି ଏବଂ ଚଣ୍ଡାଳ ରେ ବି ମୁଁ ହିଁ ଉପସ୍ଥିତ ଅଛି ।

ଗାଈ ରେ ବି ମୁଁ ହିଁ ଅଛି ତଥା ଗଜରାଜ ରେ ବି ମୁଁ ହିଁ ଅଛି । ଏ ସମସ୍ତ ସଂସାର ରେ କୌଣସି ବି ବସ୍ତୁ ତୁଚ୍ଛ ନୁହେଁ । କେବଳ ମନୁଷ୍ୟ ମାନେ ହିଁ ମାୟା ଏବଂ ମୋହରେ ଛନ୍ଦି ହୋଇ ତୁଚ୍ଛ ଏବଂ ଅବସ୍ତୁତଃ ର ଆବିଷ୍କାର କରିଛନ୍ତି । ହେଲେ ମନୁଷ୍ୟ ଏଣିକି ଯାହାର ବି ପୂଜା କରୁ ସିଏ ମୋରି ହିଁ ପୂଜା କରିଥାଏ । ଅର୍ଥାତ କର୍ମ ବି ମୁଁ ହିଁ ଏବଂ ଫଳ ବି ମୁଁ ହିଁ ଅଟେ । ତେଣୁ ସମସ୍ତ ମନୁଷ୍ୟ ସମସ୍ତ ପ୍ରକାର ମୋହ , ମାୟା , ଲୋଭ , କ୍ରୋଧ , ଈର୍ଷା , ଅଂହକାର , ସବୁ କୁ ଛାଡିକି ମତେ ହିଁ ଆରାଧନା କରୁ ।

କାରଣ ସବୁ ସୁଖ ଦୁଃଖ ର କାରଣ ମଧ୍ୟ ମୁଁ ହିଁ ଅଟେ । କେବଳ ମୋରି ପ୍ରାପ୍ତି ରୁ ତତେ ଏ ସବୁ ଥିରୁ ମୁକ୍ତି ମିଳିପାରିବ । ତେବେ ବନ୍ଧୁଗଣ ଆପଣ ଯଦି ଯେଉଁ ଭଗବାନ ଙ୍କର ପୂଜା କରୁଛନ୍ତି ତେବେ ସେ କେବଳ ଭଗବାନ ଶ୍ରୀ କୃଷ୍ଣ ଙ୍କର ହିଁ ପୂଜା କରିଛନ୍ତି । ସମସ୍ତ ପୂଜା ତାଙ୍କରି ପାଖରେ ସମର୍ପିତ ହୋଇଥାଏ । ସେହିପରି ଆପଣଙ୍କର ସବୁ ସୁଖ ଦୁଃଖର ଫଳ ଭଗବାନ ଶ୍ରୀକୃଷ୍ଣ ହିଁ ପ୍ରଦାନ କରିଥାନ୍ତି । ଆପଣ ଯେଉଁ ଆତ୍ମା ପରମାତ୍ମାଙ୍କ ପରମେଶ୍ୱର ଙ୍କର ପୂଜା କଲେ ମଧ୍ୟ ତାହା ଭଗବାନ ଶ୍ରୀକୃଷ୍ଣ ଙ୍କର ପାଖରେ ହିଁ ପହଞ୍ଚିବ ।ତେବେ ସର୍ବଦା ପରଂବ୍ରହ୍ମ ଙ୍କ ପାଖରେ ସମର୍ପିତ ରୁହନ୍ତୁ । ତେବେ ବନ୍ଧୁଗଣ , ଆଶା କରୁଛି ଏହା ଆପଣମାନଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବା।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।