କରୋନା ମହାମାରୀ ଯୋଗୁଁ ଗତ ଦୁଇ ବର୍ଷ ଧରି ଶିକ୍ଷାନୁଷ୍ଠାନ ଗୁଡିକ ବନ୍ଦ ରହିଛି । ସଂକ୍ରମଣ କମିବା ପରେ କୋଭିଡ ପ୍ରୋଟୋକଲ ଜାରି କରି ହାଇସ୍କୁଲ ଓ କଲେଜ ଗୁଡିକ ଖୋଲା ଯାଇଥିଲା । କିନ୍ତୁ ପ୍ରାଇମେରୀ ସ୍କୁଲ ଗୁଡିକ ସଂପୂର୍ଣ୍ଣ ଭାବେ ବନ୍ଦ ରହିଥିଲା । ପିଲାମାନଙ୍କୁ କେବଳ ଅନଲାଇନ ମାଧ୍ୟମରେ ଶିକ୍ଷା ଦିଆ ଯାଉଥିଲା । ସମସ୍ତଙ୍କ ପାଖେ ବିଶେଷ କରି ଗ୍ରାମାଞ୍ଚଳର ଅନେକ ପିଲାଙ୍କ ଘରେ ସ୍ମାର୍ଟଫୋନ ନଥିବାରୁ ସେମାନେ ଅନଲାଇନ ପାଠପଢାରୁ ମଧ୍ୟ ବଞ୍ଚିତ ରହୁଛନ୍ତି ।

ଏତେ ଦିନ ପିଲାମାନେ ଘରେ ବସି ରହି ଅନଲାଇନରେ ପାଠପଢି ବୋର୍ ହୋଇଗଲେଣି । ଅନେକଙ୍କ ପିତାମାତା ମଧ୍ୟ ଚାହୁଁଥିଲେ କି ଶୀଘ୍ର ସ୍କୁଲ ଖୋଲାଯାଉ ବୋଲି । କିନ୍ତୁ କରୋନାର ପ୍ରଥମ ଓ ଦ୍ଵିତୀୟ ଲହର ପରେ ଏବେ ତୃତୀୟ ଲହର ଆସିବା ନେଇ ଆଶଙ୍କା ରହିଛି । ଧୀରେ ଧୀରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି ।
ଦୀର୍ଘଦିନ ଧରି ସ୍କୁଲ ବନ୍ଦ ରହିବା ପରେ ଗତ କିଛିଦିନ ତଳେ ପ୍ରାଇମେରୀ ସ୍କୁଲ ତଥା ପ୍ରଥମ ଶ୍ରେଣୀରୁ ପଞ୍ଚମ ଶ୍ରେଣୀ ଯାଏଁ ସ୍କୁଲ ଖୋଲାଯିବ ବୋଲି ଘୋଷଣା କରିଥିଲେ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ । ୩ ଜାନୁୟାରୀ ୨୦୨୨ ରୁ ପ୍ରଥମରୁ ପଞ୍ଚମ ସ୍କୁଲ ଖୋଲାଯିବ ବୋଲି ଘୋଷଣା ହୋଇଥିଲା । କିନ୍ତୁ ଏପଟେ ଓମିକ୍ରନ ସଂକ୍ରମଣ ମଧ୍ୟ ବଢିବାରେ ଲାଗିଛି । ନିଷ୍ପତ୍ତି ଅନୁସାରେ ନୋଡାଲ ଅଫିସର ମାନେ ସ୍କୁଲ ସବୁ ଯାଇ ପରିଦର୍ଶନ କରିଥିଲେ ଓ ସେଠାରେ ଗାର୍ଡିୟାନ ମାନଙ୍କ ମତାମତ ନେଇଥିଲେ ।
ତେବେ ବର୍ତ୍ତମାନ ପିଲାଙ୍କି ସ୍କୁଲ ଛାଡିବା ନେଇ ଅନେକ ଗାର୍ଡିୟାନ ଆଗ୍ରହୀ ନଥିଲେ । ଗତ ତିନିଦିନ ମଧ୍ୟରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ଦୁଇଋ ତିନି ଗୁଣ ପର୍ଯ୍ୟନ୍ତ ବୃଦ୍ଧି ପାଇଛି । କୋଭିଡ ସଂକ୍ରମଣ ବୃଦ୍ଧି ଏବଂ ଗାର୍ଡିୟାନଙ୍କ ମତାମତ ସବୁକୁ ବିଚାରରେ ନେବା ପରେ ବର୍ତ୍ତମାନ ସାମୂହିକ ଭାବେ ସ୍କୁଲ ଖୋଲିବାକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନିଆଯାଇଛି ।

କିନ୍ତୁ ଯେଉଁ ପରୀକ୍ଷା ହେବାର ଥିଲା ସେସବୁ ଜାରି ରହିବ ଓ ଅନାଲାଇନ ପାଠପଢା ମଧ୍ୟ ପୂର୍ବ ଭଳି ଚାଲିବ । ତେବେ ଘୋଷଣା କରିବା ପରେ ସ୍କୁଲ ଖୋଲିବା ନିଷ୍ପତ୍ତିକୁ ସ୍ଥଗିତ ରଖିବା ଉଚିତ ଥିଲା କି ନାହିଁ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।