ହୀରାକୁଦ ଡ୍ୟାମରେ ଫାଟ ! ଭିଡିଓ ଦେଖିଲେ ଆପଣଙ୍କ ଛାତି ଥରିଯିବ, ଦେଖନ୍ତୁ video

ରାଜ୍ୟରେ ବର୍ଷା ଋତୁ ଆସିବା ମାତ୍ରେ ହୀରାକୁଦ ବନ୍ଧ ପ୍ରତିଦିନ ଖବରର ଶିରୋନାମା ପାଲଟେ । ପ୍ରତିଦିନ କେତେ ଗେଟ୍ ଖୋଲିଲା ବା ଖୋଲାଯିବ ଏବଂ କେତେ ଜଳ ନିଷ୍କାସନ ହେଲା ଓ କେତେ ଜଳ ରଖାଯିବ, ଜଳ ସମ୍ପଦ ବିଭାଗ ଏସବୁ ଖବର ରଖେ । ହେଲେ ଦେଶ ସ୍ଵାଧୀନ ସମୟରେ ତାରି ହୋଇଥିବା ଆଉ ଏବେ ପ୍ରାୟ ବାର୍ଦ୍ଧକ୍ୟ ଅବସ୍ଥାରେ ଥିବା ହୀରାକୁଦ ବନ୍ଧର ସ୍ଥିତି ଯାଞ୍ଚ କରିବା ପାଇଁ ବୋଧେ ସମସ୍ତେ ଭୁଲି ଯାଇଛନ୍ତି । କାରଣ ହୀରାକୁଦ ଡ୍ୟାମରେ ସୃଷ୍ଟି ହୋଇଥିବା ଫାଟ ଗୁଡିକୁ ନେଇ ଏବେ ଖୁବ୍ ଚର୍ଚ୍ଚା ହେଉଛି ।

କୁହାଯାଉଛି କି ହୀରାକୁଦ ଡ୍ୟାମ ବିପଦସଙ୍କୁଳ ଅବସ୍ଥାରେ ରହିଛି, କାରଣ ଡ୍ୟାମର ଅନେକ ସ୍ଥାନରେ ଫାଟ ଦେଖା ଦେଇଛି । ଅପରେସନ ଗ୍ୟାଲେରୀ, ଫାଉଣ୍ଡେସନ ଗ୍ୟାଲେରୀ ଓ ଉଭୟ ଦକ୍ଷିଣ ଅବଙ୍ଗ ବାମ ପାର୍ଶ୍ଵରେ ହୀରାକୁଦ ବନ୍ଧରେ ଫାଟ ରହିଥିବା ଜଣାପଡିଛି । ୨୦୨୨ ଜାନୁୟାରୀରେ ଡ଼ିଏସଆର ପିଟିଏମ ଅଧିକ ଯାଞ୍ଚ କରିବା ପରେ ହୀରାକୁଦ ବନ୍ଧର ଅଧିକ ଅନୁଧ୍ୟାନ କରିବା ପାଇଁ ପରାମର୍ଶ ଦେଇଥିଲେ ।

ସ୍ପିଲ ୱେ ତଳମୁଣ୍ଡରେ ଆଉ କିଛି ଫାଟ ଅଛି କି ନାହିଁ ରୋଲ ସାହାଯ୍ୟରେ ଅନୁସନ୍ଧାନ କରିବାକୁ ପରାମର୍ଶ ଦିଆ ଯାଇଥିଲା । ସେହିପରି ଅଣ୍ଡର ୱାଟର ଭିଡିଓଗ୍ରାଫି ମଧ୍ୟ କରାଯିବା କଥା ସେ ପରାମର୍ଶ ଦେଇଥିଲେ । ଗେଟ ଅପରେସନ ଗ୍ୟାଲେରୀ ପ୍ରତି ମଧ୍ୟ ବିଶେଷ ଧ୍ୟାନ ଦେବାକୁ କୁହା ଯାଇଥିଲା ।

ସେବେଠୁ ନେଇ ଏବେ ପର୍ଯ୍ୟନ୍ତ ହୀରାକୁଦ ଡ୍ୟାମରେ ଆଉ ଅଧିକ ଫାଟ ହୋଇଛି କି ନାହିଁ ତାହା ମଧ୍ୟ ଅନୁସନ୍ଧାନ କରାଯିବା କଥା । କିନ୍ତୁ ଏପରଜ୍ଯନ୍ତ ହୀରାକୁଦ ବନ୍ଧକୁ ନେଇ କୌଣସି ପଦକ୍ଷେପ ନିଆ ଯାଇ ନଥିବାରୁ ସାଧାରଣରେ ଏହାକୁ ନେଇ ଉଦବେଗ ପ୍ରକାଶ ପାଇଛି । ପ୍ରତି ୫ ବର୍ଷରେ ଥରେ ପୁରୁଣା ଫାଟ ସହ କିଛି ନୂଆ ଫାଟ ସୃଷ୍ଟି ହୋଇଛି କି ନାହିଁ ତା’ର ମଧ୍ୟ ସର୍ଭେ କରାଯିବା ଉଚିତ । କିନ୍ତୁ ରେକଦର ଅନୁସାରେ ୧୯୯୯ ମସିହା ପରଠାରୁ ଦୀର୍ଘ ୨୩ ବର୍ଷ ଧରି ଏହା କରା ଯାଇ ନାହିଁ ବୋଲି ଜଣାପଡିଛି ।

ତେଣୁ ତୁରନ୍ତ ଏକ ବିଶେଷଜ୍ଞ କମିଟି ଦ୍ଵାରା ସ୍ଵତନ୍ତ୍ର ନିରୀକ୍ଷଣ କରିବାକୁ ଡ୍ୟାମ ସେଫଟି ମୁଖ୍ୟ ଜନ୍ତ୍ରୀ ବୁର୍ଲାରେ ଥିବା ମହାନଦୀ ଅବବାହିକାର ମୁଖ୍ୟ ଜନ୍ତ୍ରୀଙ୍କୁ ଏକ ଚିଠି ଲେଖି ଅନୁରୋଧ କରିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।