ଆମ ଜୀବନକୁ ସରଳ ଏବଂ ସୁଖମୟ କରିବା ପାଇଁ ଶାସ୍ତ୍ରରେ କିଛି ନିୟମ ବର୍ଣ୍ଣିତ ରହିଛି, ଯାହାର ପାଳନ କରିବା ଦ୍ଵାରା ମଙ୍ଗଳ ହୋଇଥାଏ । ସ୍ନାନ କରିବା ପରେ କପାଳରେ ତିଳକ ଧାରଣ କରିବା ଉଚିତ ଏହା ଶୁଭ ହେବା ସହିତ ଆଜ୍ଞାଚକ୍ର ଜାଗ୍ରତ ହୋଇଥାଏ । ପୂଜାପାଠ କରିବା ସମୟରେ କିମ୍ବା କୌଣସି ଶୁଭକାର୍ଯ୍ୟ କରିବା ସମୟରେ ପୂର୍ବରୁ ମୁଖ କରି କରିବା ଉଚିତ, ଏହା ମଙ୍ଗଳକାରୀ ହେବା ସହ ଦେବାଦେବୀ ସନ୍ତୁଷ୍ଟ ହୋଇଥାନ୍ତି ।
ପୂଜାପାଠ କିମ୍ବା ଧର୍ମ ଅନୁଷ୍ଠାନ କରିବା ସମୟରେ ହାତରେ କୁଶ ଧାରଣ କରିବା ଉଚିତ । ଏହାଦ୍ବାରା ମନରେ ଏକାଗ୍ରତା ବୃଦ୍ଧି ହେବା ସହିତ ଆୟୁ ବୃଦ୍ଧି ହୋଇଥାଏ । ପ୍ରତ୍ଯେକ ଦିନ କିଛିଦିନ ତାହାକୁରଙ୍କୁ ପ୍ରାର୍ଥନା କରିବା ଉଚିତ , ଏହାଦ୍ବାରା ପବିତ୍ରତା ପ୍ରପାତ ହେବା ସହିତ ଆଚରଣରେ ସଂଯମତା ଆସିଥାଏ । ଧ୍ୟାନ କରିବା ସମୟରେ ମାଲା ଗଦେଇବା ଦ୍ଵାରା ମଙ୍ଗଳକାରୀ ହୋଇଥାଏ ଏବଂ ମନ ସ୍ଥିର ହେବା ସହିତ ସମର୍ପଣ ଭାବ ଜାଗ୍ରତ ହୋଇଥାଏ ।
ତୃତୀୟ ନେତ୍ର ଥିବା ଦେବାଦେବୀଙ୍କୁ ଭକ୍ତି ଓ ନିଷ୍ଠାର ସହ ପୂଜାର୍ଚ୍ଚନା କରିବା ଦ୍ଵାରା ଅବିଳମ୍ବେ ସମସ୍ଯା ସମାଧାନ ହୁଏ ଏବଂ ମନସ୍କାମନା ପୂର୍ଣ୍ଣ ହୋଇଥାଏ । ସମସ୍ତ ଶୁଭ ଓ ମାଙ୍ଗଳିକ କାର୍ଯ୍ୟରେ ସ୍ଵସ୍ତିକ ଚିହ୍ନ ଅଙ୍କନ କରିବା ଉଚିତ, ଏହାଦ୍ବାରା ମାତା ଲକ୍ଷ୍ମୀଙ୍କ କୃପାଦୃଷ୍ଟି ପଡିଥାଏ । ମହୋଦଧି ଅଥବା ସମୁଦ୍ରରେ ସ୍ନାନ କରିବା ଦ୍ଵାରା ଶୁଭ ଓ ମଙ୍ଗଳକାରେ ହେବା ସହ ପାପତାପ ନଷ୍ଟ ହୋଇଥାଏ ।
ପାଣିରେ କେବେ ମଳମୂତ୍ର ତ୍ୟାଗ କରିବା ଉଚିତ ନୁହେଁ, ଏହା ଅମଙ୍ଗଳକାରୀ ହେବ ସହ ମୃତ୍ୟୁ ପରେ କୁକୁର ଜନ୍ମ ପ୍ରାପ୍ତ ହୋଇଥାଏ । ଉତ୍ତର ଦିଗକୁ ମୁଣ୍ଡ କରି ଶୋଇବା ଉଚିତ ନୁହେଁ । କାରଣ ଏହା ଅମଙ୍ଗଳକାରୀ ହେବ ସହ ମସ୍ତିଷ୍କର ଶକ୍ତି କ୍ଷୀଣ ହୋଇଥାଏ । ଦିନରେ କେବେବି ଶୋଇବା ଉଚିତ ନୁହେଁ । ଏହା ଅଶୁଭ ହେବା ସହ ଆୟୁ କ୍ଷୀଣ ହୋଇଥାଏ ଏବଂ ପାଚନ ଶକ୍ତି ମଧ୍ୟ ଦୁର୍ବଳ ହୋଇଥାଏ । ଛିଡା ହୋଇ କେବେବି ପରିସ୍ରା କରିବା ଉଚିତ ନୁହେଁ । ଏହା ଅମଙ୍ଗଳକାରୀ ହେବା ସହ ଅଣ୍ଡକୋଷ ମଧ୍ୟ ପ୍ରଭାବିତ ହୋଇଥାଏ ।
ପିନ୍ଧୁଥିବା ଗଞ୍ଜି କିମ୍ବା ଗାମୁଛା ଚିରିଗଲେ କେବେବି ସିଲେଇ କରି ପିନ୍ଧିବା ଉଚିତ ନୁହେଁ । ଏହା ଅଶୁଭ ହେବା ସହ ଦାରିଦ୍ର୍ୟତା ବୃଦ୍ଧି ହୋଇଥାଏ । ପ୍ରତ୍ଯେକ ଦିନ ପ୍ରାତଃ ଭୋଜନ କରିବା ପୂର୍ବରୁ ଶାତୋଟି ତୁଳସୀ ପତ୍ର ଖାଇବା ମଙ୍ଗଳକାରୀ ହୋଇଥାଏ । ଏହାଦ୍ବାରା ଶରୀରର କାନ୍ତି ବୃଦ୍ଧି ହେବା ସହ ରୋଗମୁକ୍ତ ହୋଇଥାଏ ।
ସନ୍ଧ୍ୟା ସମୟରେ ଶୋଇବା। ପଢିବା କିମ୍ବା ଭୋଜନ କରିବା ନିଷେଧ ହୋଇଥାଏ । ରାତିରେ ମଧ୍ୟ କେବେବି ଓଦା ପାଦରେ ଶୋଇବା ଉଚିତ ନୁହେଁ, କାରଣ ଏହାଦ୍ବାରା ଧନହାନି ହୋଇଥାଏ । ଭଲ ରୋଜଗାର କରିବା ପରେବି ଯଦି ଧନ ସଞ୍ଚୟ ହୋଇପାରୁ ନଥାଏ ତେବେ ଶନିବାର ଦିନ କଳା କୁକୁରକୁ ରୁଟିରେ ସୋରିଷ ତେଲ ଲଗେଇ ଖାଇବାକୁ ଦେଲେ ଧନ ସଞ୍ଚୟ ବୃଦ୍ଧି ହୋଇଥାଏ । ସପ୍ତାହକୁ ଥରେ ପାଣିରେ ଲୁଣ ପକାଇ ଘର ପୋଛିବା ଦ୍ଵାରା ଅଶୁଭତା ଦୂର ହେବା ସହ ଘରେ କଳିଝଗଡା ହୋଇଥାଏ ।
ପ୍ରତ୍ଯେକ ଦିନ ମହାଲକ୍ଷ୍ମୀଙ୍କୁ ଧ୍ୟାନ କରି କେଶର ତିଳକ ଲଗାଇବା ଉଚିତ । ଏହାଦ୍ବାରା ଧନଲାଭର ସମ୍ଭାବନା ବୃଦ୍ଧି ହୋଇଥାଏ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।