ଚାକିରି କରି ଟଙ୍କା ରୋଜଗାର କରିବା ସମସ୍ତଙ୍କ ଲକ୍ଷ୍ୟ ଥାଏ । ଆମ ସମାଜରେ ଏଥିପାଇଁ ଭିନ୍ନ ଭିନ୍ନ ଚାକିରି ରହିଛି ଓ ସେହି ଅନୁସାରେ ଦରମା ମଧ୍ୟ କମ୍ ବେଶୀ ରହିଛି । କିନ୍ତୁ ଏମିତି କିଛି ଅଜବ ଚାକିରି ମଧ୍ୟ ରହିଛି ଯେଉଁଥି ପାଇଁ କାମ ଶିଖିବାକୁ ନୁହେଁ ବରଂ ହନୁମାନ ଚାଳିଶା ଘୋଷିବା ଆବଶ୍ୟକ ରହିଛି । ଆମ ପଡୋଶୀ ଦେଶ ଚାଇନାରେ ଭୂତପ୍ରେତଙ୍କ ସହ ଡ୍ଯୁଟି କରିବା ଭଳି ଚାକିରି ରହିଛି । ତେବେ ଆସନ୍ତୁ ଜାଣିବା ଏହିପରି କିଛି ଅଜବ ଚାକିରି ବିଷୟରେ ।
ମଣିଷ ଚଳିବା ପାଇଁ ଚାକିରି କରେ ସତ କିନ୍ତୁ ନିଜ ଜୀବନକୁ ଭୁତ ହାତକୁ ଟେକି ଦେଇ କିଏବା କାହିଁକି ଚାକିରି କରିବ । କିନ୍ତୁ ଚୀନରେ ରହିଛି ଏହିଭଳି କିଛି ଏକ ଅଜବ ଚାକିରି । ଏହି ଚାକିରି ଗ୍ରହଣ କରିଥିବା ବ୍ୟକ୍ତିଙ୍କୁ ଗୋଟିଏ ରାତି ସେଠାରେ ଯାଇ ରହିବାକୁ ପଡିଥାଏ ଓ ସେହି ସ୍ଥାନରେ ଭୂତପ୍ରେତ ଭଳି କିଛି ନାହାନ୍ତି ବୋଲି ପ୍ରମାଣ କରିବାକୁ ପଡିଥାଏ । ଏହା ଶୁଣି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଚୀନର ପ୍ରପର୍ଟି ବିଜନେସରେ ଏହା କିଛି ନୂଆ କଥା ନୁହେଁ ।
ସେଠାକାର ରିୟଲ ଇଷ୍ଟେଟ ଏଜେନ୍ସି ହଣ୍ଟେଡ ହାଉସ ଟେଷ୍ଟିଙ୍ଗ ଚାକିରି ପାଇଁ ଭଲ ଦରମା ମଧ୍ୟ ଦିଅନ୍ତି । ହଣ୍ଟେଡ କିମ୍ବା ଅଭିଶପ୍ତ ଜାଗା ଦେଖିବାକୁ ଏବଂ ସେଠାରେ ରହିବା ପାଇଁ ଲୋକଙ୍କୁ ମନାଇବା ପାଇଁ ଏହି ଭୂତପ୍ରେତ ଘରେ ଶୋଇବା ପାଇଁ ଲୋକ ଖୋଜାଯାଏ । ସାଉଥ ଚାଇନା ମର୍ଣ୍ଣିଂ ପୋଷ୍ଟ ର ଏକ ରିପୋର୍ଟ ଅନୁଯାୟୀ ହଣ୍ଟେଡ ହାଉସ ଟେଷ୍ଟରଙ୍କ ଚାକିରି କିଛି ସହଜ ନୁହେଁ ।
ଏମାନଙ୍କୁ ନିଜ ଜୀବନ ବିପଦରେ ପକେଇ ବର୍ଷ ବର୍ଷ ଧରି ଖାଲି ପଡିଥିବା ଘରେ ରହିବାକୁ ପଡିଥାଏ । ଏହିସବୁ ସ୍ଥାନରେ ରହି ସେମାନଙ୍କୁ ସେଠାରେ କିଛି ନାହିଁ ବୋଲିନ ପ୍ରମାଣ କରିବାକୁ ପଡେ । ଏହି ଚାକିରି ପାଇଁ ପ୍ରତି ମିନିଟ ହିସାବରେ ଦରମା ଦିଆଯାଏ । ଚୀନ ମୁଦ୍ରା ଅନୁସାରେ ଗୋଟିଏ ମିନିଟ ପାଇଁ ଏକ ୟନ ଦିଆଯାଏ ଅର୍ଥାତ ଘଣ୍ଟାଏ ପାଇଁ ୬୦ ୟନ ।
ଭାରତୀୟ ମୁଦ୍ରାରେ ଏହା ପ୍ରାୟ ୭୦୦ ଟଙ୍କା । ଅର୍ଥାତ ଯଦି ଜଣେ ୨୪ ଘଣ୍ଟା ରୁହେ ତେବେ ତାକୁ ଏହି କାମ ପାଇଁ ୧୬,୭୪୪/- ଟଙ୍କା ଦରମା ମିଳିବ । ଭାରତରେ ପ୍ରାୟତଃ ସାଧାରଣ ଲୋକଙ୍କର ଏହା ମାସିକ ଦରମା ଅଟେ । ଅଧିକାଂଶ ସମୟରେ ବନ୍ଦ ପଡିଥିବା ଘରକୁ ଘର ମାଲିକ ବା ସମ୍ପତି ନିବେଶକ ନିଜେ ଯିବାକୁ ଚାହିଁ ନଥାନ୍ତି ।
ରିୟଲ ଇଷ୍ଟେଟ ଏଜେଣ୍ଟଙ୍କ ମାଧ୍ୟମରେ ଏହି କାମ ପାଇଁ ପ୍ରଫେସନାଲ ଲୋକ ଖୋଜାଯାଏ । ସେଠାରେ ୨୪ ଘଣ୍ଟା ରହିବା ପରେ ସେ ଏକ ଭିଡିଓ ମାଧ୍ୟମରେ ନିଜ ନିଯୁକ୍ତିଦାତାଙ୍କୁ ବିଶ୍ବାସ କରାନ୍ତି କି ସେଠାରେ ରହିବାରେ କୌଣସି ଅସୁବିଧା ନାହିଁ । ଆପଣ ଜାଗାବାଡି ଦଲାଲ ବିଷୟରେ ଶୁଣିଥିବେ ।
କିନ୍ତୁ ଏମିତି ନୂଆ ଅନ୍ଦାଜରେ ଦଲାଲଙ୍କ ବିଷୟରେ ଆପଣ ପୂର୍ବରୁ ଜାଣି ନଥିବେ । ଏହା ଚାଇନାର ଏକ ଭଲ ଦରମା ଦେଉଥିବା କାମଗୁଡିକ ମଧ୍ୟରୁ ଗୋଟିଏ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।