ଇଣ୍ଡିଆନ ଏକ୍ସପ୍ରେସ କିଛି ସମୟ ପୂର୍ବରୁ ଏକ ଖବର ଛାପିଛି ଯେଉଁଥିରେ କୁହା ଯାଇଛି କି ଭାରତ ଏହି ମାସରେ ଏକ ବହୁତ ବଡ଼ ମିଶାଇଲ୍ ଟେଷ୍ଟ କରିବାକୁ ଯାଉଛି । କିନ୍ତୁ ଏହି ମିଶାଇଲ୍ କେଉଁ ଛୋଟ ମୋଟ ମିଶାଇଲ୍ ନୁହେଁ । ଏଥର ଭାରତ ଏପରି ଏକ ମିଶାଇଲ୍ ଟେଷ୍ଟ କରିବାକୁ ଯାଉଛି ଯାହା ଅନେକ ମାତ୍ରାରେ ଧ୍ଵଂସ କରିବାକୁ ସକ୍ଷମ ଅଟେ । ଯେତେବେଳେ ଶତ୍ରୁକୁ କେବଳ ମୂଳରୁ ନିପାତ କରିବାକୁ ହେବ କେବଳ ସେତେବେଳେ ହିଁ ଏହାକୁ ବ୍ୟବହାର କରିବ ଭାରତ ।
ଏହି ଟେଷ୍ଟ ସମୟରେ ଚୀନର କ୍ରିସମାସ୍ ଦିୱାଲି ପରି ଲାଗିବ । ଭାରତ ଏହି ମିଶାଇଲ୍ ଟେଷ୍ଟ ବହୁତ ବଡ଼ ଉଦ୍ଦେଶ୍ୟରେ କରୁଛି । ତେବେ ଆସନ୍ତୁ ଜାଣିବା ତାହା କଣ ଅଟେ । ଆପଣଙ୍କୁ ଜଣା ଥିବା କି ଭାରତ ଗତ ଦୁଇରୁ ଅଢେଇ ମାସ ମଧ୍ୟରେ ବହୁତ ଗୁଡ଼ିଏ ମିଶାଇଲ୍ ଟେଷ୍ଟ କରି ସାରିଲାଣି । ଏହି ମିଶାଇଲ୍ ଟେଷ୍ଟ ଜରିଆରେ ଭାରତ ଚୀନ ଉପରେ ଖୁବ୍ ଚାପ ପକାଇଛି ।
ଚୀନ ବହୁତ ଅଧିକ ଚାପରେ ଥିଲା ଓ ଏବେ ମଧ୍ୟ ଅଛି । କିନ୍ତୁ ଚୀନ ବର୍ତ୍ତମାନ ମଧ୍ୟ କିଛି ସ୍ଥାନରୁ ହଟିବାକୁ ଅସ୍ବୀକାର କରୁଛି । ଏହି ପରିସ୍ଥିତିରେ ଭାରତ ନିଜର ଶେଷ ବ୍ରହ୍ମାସ୍ତ୍ର କୁ ବାହାର କରିଛି । ଯାହା ଦ୍ଵାରା ଚୀନ ଉପରେ ଅତ୍ୟଧିକ ଚାପ ପଡ଼ିବ ଓ ଚୀନ ଦଖଲ କରିଥିବା ସ୍ଥାନରୁ ହଟିଯିବ ଓ ୨୦୨୦ ପୂର୍ବରୁ ଯେଉଁ ସ୍ଥିତି ଥିଲା ତାହା ପୁନର୍ବାର ସ୍ଥାପିତ ହୋଇଯିବ ।
ତେବେ ଏହି ମିଶାଇଲ୍ ର ନାମ ହେଉଛି ଅଗ୍ନି-୪ । ଶୁଣା ଯାଉଛି କି ଅଗ୍ନି-୪ ମିଶାଇଲ୍ ଟେଷ୍ଟ ଆସନ୍ତା ୨ ସପ୍ତାହ ମଧ୍ୟରେ ବା ୧ ଜାନୁୟାରୀ ୨୦୨୧ ପୂର୍ବରୁ କରାଯିବ । ଏହା ସହ ପୃଥିବୀ ଓ ନିତିନ ନାମକ ଆହୁରି ଦୁଇଟି ମିଶାଇଲ୍ ମଧ୍ୟ ଟେଷ୍ଟ କରାଯିବ । କିନ୍ତୁ ଅଗ୍ନି-୪ ଏମାନଙ୍କ ମଧ୍ୟରେ ପ୍ରମୁଖ ଅଟେ । ଅଗ୍ନି-୪ ୪୦୦୦ କିଲୋମିଟର ଯାଏ ଧ୍ଵଂସ କରି ପାରିବ ।
ଚୀନର ପ୍ରମୁଖ ସହର ଗୁଡ଼ିକ ତଥା ପୁରା ଚୀନ ଏହି ପରିଧି ମଧ୍ୟରେ ରହିବ । ଏହା ଏକ ମହାଦ୍ଵିପରୁ ଅନ୍ୟ ଏକ ମହାଦ୍ଵିପ ଯାଏ ଲକ୍ଷ୍ୟ ଭେଦ କରି ପାରେ । ଏହା ଭାରତର ଅନ୍ତିମ ହତିଆର ଅଟେ । ଏହା ପରେ କେବଳ ଅଗ୍ନି-୫ ରହିବ । କିନ୍ତୁ ଅଗ୍ନି-୫ ଚୀନ ନିମନ୍ତେ ନୁହେଁ । ତାହା ୟୁରୋପ ପର୍ଯ୍ୟନ୍ତ ଲକ୍ଷ୍ୟ ଭେଦ କରି ପାରିବ । ଅଗ୍ନି-୫ କୁ ଭାରତ ନିଜ ଶକ୍ତି ପ୍ରଦର୍ଶନ ନିମନ୍ତେ ନିର୍ମାଣ କରିଛି ।
ଅଗ୍ନି-୪ ପୁରା ଚୀନ ପାଇଁ ଯଥେଷ୍ଟ ଅଟେ । ସେଥିପାଇଁ ଏହାକୁ ଖାସ୍ ପରିସ୍ଥିତି ପାଇଁ ନିର୍ମାଣ କରା ଯାଇଥିଲା । ଏହି ଅଗ୍ନି ସିରିଜର ସମସ୍ତ ମିଶାଇଲ୍ କୁ ଚୀନ ନିଜ ପାଇଁ ବିପଦ ବୋଲି ମାନେ । ସେଥିପାଇଁ ଏହି ଖବର ପୁରା ଚୀନର ନ୍ଯୁଜ୍ ରେ ମଧ୍ୟ ପ୍ରସାରିତ ହେଉଛି । ଅଗ୍ନି-୪ ଦୁନିଆର ଶକ୍ତିଶାଳୀ ମିଶାଇଲ୍ ମାନଙ୍କ ମଧ୍ୟରୁ ଗୋଟିଏ ।
ସେଥିପାଇଁ ଏହି ଖବର ପୁରା ଦୁନିଆରେ ବ୍ୟାପିଯିବ । ଏହାର ପ୍ରଭାବ ନିଶ୍ଚୟ ଚୀନ ଉପରେ ପଡ଼ିବ । ସେଥିପାଇଁ ଭାରତ ଏହି ଟେଷ୍ଟ କରିବାକୁ ଯାଉଛି । ଭାରତ ବର୍ତ୍ତମାନ ଏହା କେବଳ ଚୀନକୁ ଡରାଇବା ପାଇଁ ଟେଷ୍ଟ କରୁଛି । ପ୍ରାର୍ଥନା କରନ୍ତୁ ଯେପରି ଭାରତର ଏହି ଟେଷ୍ଟ ସଫଳ ହେବ ।
ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।