ଭାରତୀୟ ସେନାରେ କଣ କାମ କରନ୍ତି Mahendra Singh Dhoni ? ତାଙ୍କ ବ୍ୟତୀତ ଏହି ଦିଗଜ ଖେଳାଳିମାନେ ମଧ୍ୟ ଦେଇ ସାରିଛନ୍ତି ସେନାରେ ଯୋଗ

ଭାରତୀୟ ସେନା ପ୍ରତ୍ଯେକ ଭାରତୀୟ ନାଗରିକଙ୍କ ଗର୍ବ ଓ ଗୌରବର କାରଣ ଅଟେ । ଦେଶର ସେନାରେ କାର୍ଯ୍ୟ କରିବାକୁ ଅନେକ ଲୋକ ସୁଯୋଗର ଅପେକ୍ଷାର କରିଥାନ୍ତି । କିନ୍ତୁ ସମସ୍ତେ ସୁଯୋଗ ପାଆନ୍ତି ନାହିଁ, କିନ୍ତୁ ସୁଯୋଗ ମିଳିବା ମାତ୍ରେ ଭରତ ମାତାଙ୍କ ସେବା କରିବାକୁ ଆଗେଇ ଆସିଥାନ୍ତି । ଆଜି ଆମେ ଏପରି କିଛି ଭାରତୀୟ କ୍ରିକେଟରଙ୍କ ବିଷୟରେ କଥା ହେବା ଯେଉଁମାନେ ଦେଶ ପାଇଁ ଖେଳିବା ସହ ଭାରତୀୟ ସେନାରେ ମଧ୍ୟ କାର୍ଯ୍ୟ କରିଥିବା ଖେଳାଳିଙ୍କ ବିଷୟରେ କଥା ହେବା ।

କ୍ଯାପଟେନ କୁଲ୍ ମହେନ୍ଦ୍ର ସିଂ ଧୋନୀ ଦକ୍ଷିଣ କାଶ୍ମୀରରେ ମନତ ଲେଫ୍ଟନାଣ୍ଟ କର୍ଣ୍ଣଲ ଭାବେ କାର୍ଯ୍ୟ କରନ୍ତି । କେବଳ ଧୋନୀ ନୁହନ୍ତି ବରଂ ଖେଳ ଜଗତର ବିଭିନ୍ନ ଖେଳାଳି ସେନାରେ କାର୍ଯ୍ୟ କରିବାକୁ ସୁଯୋଗ ପାଇଛନ୍ତି । ଧୋନୀ ପିଲାଦିନରୁ ସେନାରେ ଯିବାକୁ ଚାହୁଁଥିଲେ ବୋଲି ଅନେକ ଥର ନିଜ ଇଣ୍ଟରଭ୍ୟୁରେ କହିଛନ୍ତି । କାରଣ ଉତ୍ତରାଖଣ୍ଡରେ ନିଜ ପିଲାଦିନ ବିତାଇଥିବା ଧୋନୀ ସେଠାରେ ପ୍ରତ୍ଯେକ ଘରେ କେହି ନା କେହି ସେନାରେ ଥିବା ଦେଖିଥିଲେ ।

ସେବେ ଠାରୁ ସେ ସେନାରେ ଯିବାକୁ ସ୍ଵପ୍ନ ଦେଖୁଥିଲେ । ଯଦ୍ୟପି ସେନାରେ ନୁହେଁ ବରଂ ସେ କ୍ରିକେଟ ଖେଳରେ ଭାରତ ପାଇଁ ଗୌରବ ଆଣିଛନ୍ତି । କ୍ରୀଡା ଜଗତରେ ତାଙ୍କର ଅବଦାନ ଦେଖିବା ପରେ ଭାରତୀୟ ସେନାରେ ତାଙ୍କୁ ଦାୟିତ୍ଵ ମିଳିଥିଲା । ସେ ମନତ ଲେଫ୍ଟନାଣ୍ଟ କର୍ଣ୍ଣଲ ପଦବୀକୁ ଗମ୍ଭୀରତାର ସହ ନେଇ ଅନେକ କାର୍ଯ୍ୟ କରିଛନ୍ତି, ଯାହା ସେନା ସହ ସାଧାରଣ ଲୋକଙ୍କୁ ମଧ୍ୟ ପ୍ରଭାବିତ କରିପାରିଛି ।

ଧୋନୀ ୨୦୧୪ରେ ଅନେକ ଉଚ୍ଚତାରୁ ୫ ଥର ଜମ୍ପ କରି ପାରାଟୃପର ବ୍ୟାଚ ହାସଲ କରିଥିଲେ । ପାରାଟୃପର ବ୍ୟାଚ ହାସଲ କରିଥିବା ସେ ଦୁନିଆର ପ୍ରଥମ କ୍ରିକେଟର । ଏହସହ ଧୋନୀଙ୍କ ପାଖରେ ସ୍ପେଶିଆଲ ଫୋର୍ସ ଇଣ୍ଡିଆନ ଆର୍ମିର ପାରାଚ୍ୟୁଟ ରେଜିମେଣ୍ଟର ଏକ ବଳିଦାନ ବ୍ୟାଚ ମଧ୍ୟ ଅଛି, ଯାହା ସେ କଠିନ ତାଲିମ ସମାପ୍ତ କରି ହାସଲ କରିଥିଲେ । ସେ ଏହାର ବ୍ୟାଚ ନିଜ ଗ୍ଲୋବ୍ସରେ ପିନ୍ଧି ୱିକେଟ କିପିଙ୍ଗ କରିବାର ମଧ୍ୟ ଦେଖିବାକୁ ମିଳିଥିଲା ।

ସେ ଆଇପିଏଲ ପରେ ସବୁ ସୁଖ ସୁବିଧା ଛାଡି ଜଣେ ସାଧାରଣ ଯବାନ ଭଳି ବଞ୍ଚିବା କଥା ଏକ ଇଣ୍ଟରଭ୍ୟୁରେ କହିଛନ୍ତି । ଧୋନୀଙ୍କ ବ୍ଯତୀତ କ୍ରିକେଟର ଭଗବାନ କୁହା ଯାଉଥିବା ମାଷ୍ଟରବ୍ଳାଷ୍ଟର ସଚିନ ତେନ୍ଦୁଲକର ମଧ୍ୟ ଭାରତୀୟ ବାୟୁସେନାର ଏକ ଅଂଶ ଅଟନ୍ତି । ଭାରତିଏ ବାୟୁସେନାରେ ସେ ଗ୍ରୁପ କ୍ଯାପଟେନର ସମ୍ମାନ ଗ୍ରହଣ କରିଛନ୍ତି ଓ ଏହି ସମ୍ମାନ ଗ୍ରହଣ କରିଥିବା ଏକମାତ୍ର ଭାରତୀୟ କ୍ରିକେଟର ଅଟନ୍ତି । ତାଙ୍କର ଏହି ପଦବୀ ହେତୁ ସେ ଯୁଦ୍ଧ ବିମାନ ସୁଖୋଇ ମଧ୍ୟ ଉଡାଇଛନ୍ତି ।

ନିକଟରେ ସେ ୪୩ତମ ବାୟୁସେନା ଦିବସରେ ଅଂଶଗ୍ରହଣ କରିଥିବା ଦେଖିବାକୁ ମିଳିଥିଲା । ଧୋନୀ ଓ ତେନ୍ଦୁଲକରଙ୍କ ବ୍ଯତୀତ ଭାରତକୁ ପ୍ରଥମ ବିଶ୍ଵକପ ଭେଟି ଦେଇଥିବା ପ୍ରଥମ ଅଧିନାଯକ କପିଲ ଦେବ ମଧ୍ୟ ଭାରତୀୟ ସେନାରେ ଲେଫ୍ଟନାଣ୍ଟ କର୍ଣ୍ଣଲ ପଦବୀରେ ସମ୍ମାନିତ ହୋଇଛନ୍ତି । ଭାରତର ଅନେକ ଯୁବକଙ୍କୁ ସେ ସେନାରେ ଯୋଗ ଦେବା ପାଇଁ ଉତ୍ସାହ ମଧ୍ୟ ପ୍ରଦାନ କରି ଆସୁଛନ୍ତି ।

ଦେଶଭକ୍ତି ପାଇଁ ହେଉ ବା ଦେଶର ଯୁବକଙ୍କ ପ୍ରେରଣା ପାଇଁ ହେଉ ଏମାନଙ୍କୁ ସେନା ୟୁନଫର୍ମରେ ତ୍ରିରଙ୍ଗାକୁ ସଲାମ କରୁଥିବାର ଦେଖିବା ଭାରତୀୟଙ୍କ ମନରେ ଏକ ଅଲଗା ଊର୍ଜା ଆଣି ଦେଇଥାଏ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।