କରୋନାରୁ ସୁସ୍ଥ ହେବା ପରେ କେବେ ଲଗାଇ ପାରିବେ ଭ୍ୟାକ୍ସିନ, ନିଶ୍ଚୟ ଜାଣି ରଖନ୍ତୁ

ଏପର୍ଯ୍ୟନ୍ତ ଭାରତରେ କରୋନା ଟୀକାର ୧୮.୫ କୋଟି ଡୋସ୍ ବ୍ୟବହୃତ ହୋଇଛି । ୪କୋଟି ୯ଲକ୍ଷ ୨୧ ହଜାର ଲୋକ ଟୀକାର ଦୁଇଟି ଯାକ ଡୋସ୍ ନେଇ ସାରିଲେଣି ।

୧୪କୋଟି ୪୨ଲକ୍ଷ ୧୭ହଜାର ଲୋକଙ୍କୁ ଗୋଟିଏ ଲେଖାଏଁ ଡୋସ୍ ମିଳି ସାରିଲାଣି । ବର୍ତ୍ତମାନ ପର୍ଯ୍ୟନ୍ତ ଭାରତରେ ସମ୍ପୂର୍ଣ୍ଣ ଟୀକା ନେଇଥିବା ଲୋକଙ୍କ ସଂଖ୍ୟା ୩ ପ୍ରତିଶତ ଅଟେ । ଏବେ ମଧ୍ୟ ଟୀକାକୁ ନେଇ ଲୋକଙ୍କ ମନରେ ଅନେକ ପ୍ରଶ୍ନ ଓ ଦ୍ଵନ୍ଦ ଆଦି ରହିଛି । ତେବେ ଟୀକାକରଣକୁ ନେଇ ଥିବା ସମସ୍ତ ପ୍ରଶ୍ନର ଉତ୍ତର ଏବେ NEGVAC/ନେଗଭାକ୍ ବା କୋଭିଡ୍-୧୯ ପାଇଁ ଟିକା ପ୍ରଶାସନ ଉପରେ ଜାତୀୟ ବିଶେଷଜ୍ଞ ଗୋଷ୍ଠୀ ଦେଇ ସାରିଛି ।

ଏହା ଏକ ସରକାରୀ ପ୍ୟାନେଲ ଯାହା ଦେଶରେ ବୈଜ୍ଞାନିକ ପ୍ରଣାଳୀରେ ଟୀକା ସମ୍ବନ୍ଧିତ ସମସ୍ତ ବିଷୟର ଯାଞ୍ଚ କରନ୍ତୁ । ମେ ୧୯ ତାରିଖରେ ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ ସବୁ ରାଜ୍ୟର ପ୍ରମୁଖ ସଚିବଙ୍କୁ ଏକ ଚିଠି ଜାରି କରିଛନ୍ତି । ଏହି ଚିଠିରେ କୁହାଯାଇଛି କି ନେଗଭାକ୍ କରୋନା ଭାଇରସ୍ ଟୀକାକରଣକୁ ନେଇ କିଛି ସଂଶୋଧନ ଦେଇଛନ୍ତି, ଯାହାକୁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସ୍ବୀକାର କରିଛି । ଏହି ସଂଶୋଧନ ଗୁଡ଼ିକ ହେଲା:-

୧- ଯଦି କାହାକୁ କୋଭିଡ୍-୧୯ ହୋଇଛି ତେବେ ସେ ଠିକ୍ ହେବାର ୩ ମାସ ପରେ ଟୀକା ନେଇ ପାରିବେ ।

୨- ଯେଉଁ ରୋଗୀ ମାନଙ୍କୁ ତାଙ୍କ ଚିକିତ୍ସା ସମୟରେ ଆଣ୍ଟି- ସାର୍ସ-୨ ମନୋକ୍ଲୋନାଲ ଆଣ୍ଟିବଡ଼ି ବା ପ୍ଲାଜମା ଦିଆ ଯାଇଛି, ତେବେ ହସ୍ପିଟାଲରୁ ଡିସଚାର୍ଜ ହେବାର ୩ ମାସ ପରେ ଟୀକା ନେଇ ପାରିବେ ।

୩- ଟୀକାର ପ୍ରଥମ ଡୋସ୍ ନେବା ପରେ ଯଦି କାହାକୁ କୋଭିଡ୍ ହେଉଛି, ତେବେ ଏପରି ସ୍ଥିତିରେ କୋଭିଡ୍ ଠିକ୍ ହେବାର ୩ ମାସ ପରେ ତାକୁ ଟୀକା ଦିଆଯିବ ।

୪- ଏପରି ଲୋକ ଯାହାଙ୍କୁ କିଛି ଗମ୍ଭୀର ରୋଗ ହେତୁ ହସ୍ପିଟାଲ ବା ଆଇସିୟୁ ରେ ଦାଖଲ ହେବାକୁ ପଡ଼ିଥିବ, ସେମାନଙ୍କୁ ଠିକ୍ ହେବାର ୪ ରୁ ୮ ସପ୍ତାହ ପରେ ଟୀକା ଦିଆଯିବ ।

ଏହା ବ୍ୟତୀତ ଯଦି ଆପଣ ରକ୍ତ ଦେବାକୁ ଚାହୁଁଛନ୍ତି ତେବେ କୋଭିଡ୍ ଟୀକା ନେବାର ୧୪ ଦିନ ପରେ କିମ୍ବା କୋଭିଡ୍ ହୋଇଥିଲେ, RT-PCR ନେଗେଟିଭ ଆସିବା ପରେ ଆପଣ ରକ୍ତଦାନ କରି ପାରିବେ । ସ୍ତନ୍ୟପାନ କରାଉଥିବା ଥିବା ମହିଳାମାନେ ମଧ୍ୟ କୋଭିଡ୍ ଟୀକା ନେଇ ପାରିବେ । ଟୀକା ନେବା ପୂର୍ବରୁ ରାପିଡ୍ ଆଣ୍ଟିଜେନ୍ ଟେଷ୍ଟର କୌଣସି ଆବଶ୍ୟକ ନାହିଁ । ତେବେ ଏହି ସମସ୍ତ ନିୟମକୁ ବିଶେଷଜ୍ଞ ମାନେ ମଧ୍ୟ ସ୍ବାଗତଯୋଗ୍ୟ ବୋଲି କହିଛନ୍ତି ।

ତେବେ ପୂର୍ବରୁ କୋଭିସିଲ୍ଡ ଟୀକାର ଦୁଇଟି ଡୋସ୍ ମଧ୍ୟରେ ୬ ରୁ ୮ ସପ୍ତାହର ବ୍ୟବଧାନ ରଖା ଯାଇଥିଲା । ଏହାକୁ ବୃଦ୍ଧି କରି ୧୨ ରୁ ୧୬ ସପ୍ତାହ ରଖିବା ପାଇଁ NTAGI ବା ପ୍ରତିରକ୍ଷା ଉପରେ ଜାତୀୟ ବୈଷୟିକ ପରାମର୍ଶଦାତା କମିଟି ପ୍ରସ୍ତାବ ଦେଇଥିଲା । ଏହାକୁ ଆମ ସରକାର ସ୍ବୀକାର କରି ନେଇଛନ୍ତି । ଭାରତରେ କୋଭିସିଲ୍ଡ ଟୀକା ବନାଉଥିବା ସେରମ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ସିଇଓ ଅଦାର ପୁନାୱାଲା କହିଛନ୍ତି, ଡୋସ୍ ବ୍ୟବଧାନରେ ଦୁଇ ତିନି ମାସର ବ୍ୟବଧାନ ରହିଲେ ଟୀକା ୯୦ ପ୍ରତିଶତ ପର୍ଯ୍ୟନ୍ତ ପ୍ରଭାବଶାଳୀ ହୋଇଥାଏ ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଏହି ବିବରଣୀଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ । ଧନ୍ୟବାଦ