ବାତ୍ୟା ପ୍ରଭାବରେ 7ତାରିଖ ଯାଏଁ ବର୍ଷା ସମ୍ଭାବନା ରହିଥିବା ବେଳେ ଓଡିଶାରେ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି…

ପାଗ ବଦଳିଲାଣି । ବାତ୍ୟାର ରୂପ ନେଇ ସରିଲାଣି ଗଭୀର ଅବପାତ । ପୁଡୁଚେରି ଠାରୁ ମାତ୍ର 300 କିମି ଦୂରରେ ରହିଛି ଅବପାତ । ଯାହା ବର୍ତ୍ତମାନ ବାତ୍ୟାର ରୂପ  ନେଇ ସାରିଛି । ହଁ ଦର୍ଶକ ବନ୍ଧୁ ଓଡିଶାରେ ମଧ୍ୟ ପାଗ ପରିବର୍ତ୍ତନ ହେଲାଣି । କୋହଲା ପାଗ ସାଙ୍ଗକୁ ପାଗ ଥଣ୍ଡା ହେଲାଣି । କାରଣ ବଙ୍ଗୋପସାଗରରେ ଗଭୀର ଅବପାତର ରୂପ ନେଇ ସାରିଛି ବାତ୍ୟା ।

ଏହା ଆସନ୍ତା କାଲି ଅନ୍ଧ ପ୍ରଦେଶ ସଲଗ୍ନ ଓ ଉତ୍ତର ତାମିଲନାଡୁ ପୁଡୁଚେରି ମଧ୍ୟରେ ସ୍ଥଳ ଭାଗ ଛୁଇଁବ ବୋଲି ପୂର୍ବାନୁମାନ କରା ଯାଉଛି । ଯାହାର ପ୍ରଭାବରେ ଓଡ଼ିଶାକୁ ଅରେଞ୍ଜ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ସେହିପରି ବାତ୍ୟାର ପ୍ରଭାବରେ ଦକ୍ଷିଣ ଓଡିଶାରେ ପ୍ରବଳ ବର୍ଷର ସମ୍ଭାବନା ରହିଛି । ଆସନ୍ତା 7 ତାରିଖ ଯାଏଁ ବର୍ଷା ଲାଗି ରହିବ ।

ବାତ୍ୟା ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ରେ ଉତ୍ତର ପଶ୍ଚିମ ଦିଗକୁ ଘଣ୍ଟା ପ୍ରତି 5 କିମି ବେଗରେ ଗତି କରୁଛି । ପୁଡୁଚେରି ଠାରୁ ବାତ୍ୟା ପୂର୍ବ- ଦକ୍ଷିଣ-ପୂର୍ବ ଦିଗରେ 300 କିମି ଦୂରରେ ରହିଛି । ଏହା ଫଳରେ ଚେନ୍ନାଇ ଠାରୁ ଦକ୍ଷିଣ-ପୁର ଦିଗରେ 310 କିମି ଦୂରରେ ରହିଛି ବାତ୍ୟା । ବାତ୍ୟା ଦକ୍ଷିଣ-ପୂର୍ବ ଦିଗରେ 440 କିଲୋମିଟର ଦୂରରେ ରହିଥିବା ବେଳେ ଓ ମଝଲିପଟନମ ଠାରୁ ଦକ୍ଷିଣ ଓ ଦକ୍ଷିଣ ପୁର୍ବରେ 550 କିମି ଦୂରରେ ରହିଛି ।

ବାତ୍ୟା କ୍ରମଶ ଉତ୍ତର-ପଶ୍ଚିମ ଦିଗରେ ଗତି କରି ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ରେ ପହଞ୍ଚିବ । ଆଉ ପାଣିପାଗ ବିଭାଗର ସୂଚନା ଅନୁଯାୟୀ ବାତ୍ୟା ଓଡିଶାକଉ ମାଡି ଆସୁଛି । ବର୍ଷା ନେଇ ଓଡିଶାରେ ପ୍ରବେଶ କରିବା ବାତ୍ୟା । କାରଣ ଏବେ ଠାରୁ ପାଗ ରେ ପରିବର୍ତ୍ତନ ହେଲାଣି । ଯେବେ ବଙ୍ଗୋପସାଗର ରେ ଅବପାତ ବାତ୍ୟା ରେ ପରିଣତ ହୋଇଛି ଠିକ ସେତିକି ବେଳେ ଓଡିଶାରେ ପାଗ ବଦଳିଛି ।

ବର୍ତ୍ତମାନ ସୁଧା 13 ଟି ଜିଲା କୁ ବର୍ଷା ଆଲର୍ଟ କରା ଯାଇଛି । ବାତ୍ୟା ଉପକୂଳ ଅତିକ୍ରମ କରିବା ସମୟରେ ଘଣ୍ଟା ପ୍ରତି ପବନର ବେଗ 80ର ରୁ 90 କିମି ରେ ରହିବ ବୋଲି ଅନୁମାନ କରା ଯାଉଛି । ଏମିତି କି 100 କିମି ବେଗର ପବନ ମଧ୍ୟ ବହିପାରେ । ଯାହାକୁ ନେଇ ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି । ତେବେ ଏ ସବୁ ମଧ୍ୟରେ ଓଡିଶାର ପାଗରେ ପରିବର୍ତ୍ତନ ହେଲାଣି । ଆଉ ଓଡିଶାରେ ବର୍ଷା ପ୍ରବଳ ହେବାର ସମ୍ଭାବନା ରହିଛି । କାରଣ ବାତ୍ୟା ବର୍ଷା ନେଇ ଆସୁଛି ଓଡିଶା କୁ । ବନ୍ଧୁଗଣ ଆଗକୁ ଏଭଳି ପାଣିପାଗ ସମ୍ବଧିତ ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।