ଅନେକ ଦମ୍ପତିଙ୍କର ସନ୍ତାନ ହେବାରେ ବାଧା ଦେଖା ଦେଇଥାଏ । ମେଡିକାଲ ରିପୋର୍ଟ ସବୁ ଠିକ ଥାଇ ମଧ୍ୟ ଯଦି ସନ୍ତାନ ହେବାରେ ବାଧା ଦେଖା ଦେଉଛି ତେବେ ଆପଣ କେଉଁ ଜ୍ଯୋତିଷ ବା ବାସ୍ତୁ ଉପଚାର କରିବା ଉଚିତ ତାହା ଆଜି ଆମେ ଆପଣଙ୍କୁ କହିବୁ । ପ୍ରଥମ ଉପଚାର ହେଉଛି, ଆପଣ ଲକ୍ଷ୍ୟ କରିଥିବେ ତାଳଗଛ ଓ ବରଗଛ ଆଦିରେ ଅନେକ ସମୟରେ ଅଲଗା ଗଛ ସବୁ ଉଠିଥାଏ । ଏଭଳି କୌଣସି ଗଛରେ ଯଦି ଅଶ୍ଵତଥ ଗଛ ଉଠିଥାଏ ତେବେ ତା’ର ଛୋଟ ଖଣ୍ଡେ ଛେରକୁ ଆଣନ୍ତୁ ।
ଯେଉଁ ଦିନ ରେବତୀ ନକ୍ଷତ୍ର ଚାଲିଥିବ ସେଦିନ ଏହାକୁ ବିଧିବଦ୍ଧ ବେବ ପୂଜା କରି ଏକ ରୂପା ତାବିଜରେ ଭରି ଦିଅନ୍ତୁ । ଏହାକୁ ମହିଳା ମାନେ ଯଦି ନାଲି ଫିତାରେ ଧାରଣ କରିବେ ତେବେ ନିଶ୍ଚିତ ଭାବେ ତାଙ୍କର ସନ୍ତାନ ଦୋଷ ଦୂର ହେବ । ଦ୍ଵିତୀୟ ପ୍ରତିକାର ହେଉଛି ଫାଲଗୁନ ମାସର ଶୁକ୍ଳପକ୍ଷରେ ସନ୍ତାନ ଗୋପାଳ ଜନ୍ତ୍ର ଆଣି ଘରେ ପ୍ରତିଷ୍ଠା କରନ୍ତୁ । ପ୍ରତିଦିନ ସ୍ନାନ କରିବା ପରେ ସେହି ଜନ୍ତ୍ରକୁ ଧୂପ ଦୀପ ନୈବେଦ୍ୟ ଦେଇ ପୂଜା କରି କରନ୍ତୁ ।
ଏହାପରେ ବାଳଗୋପାଳଙ୍କର ମନ୍ତ୍ରକୁ ଦୈନିକ 27 ଥର ଜପ କରନ୍ତୁ । ଦେଖିବେ ଆପଣଙ୍କ କୋଳ ନିଶ୍ଚିତ ଭାବେ ସନ୍ତାନରେ ପୂରି ଉଠିବ । ଅନେକ ସମୟରେ ଦେଖାଯାଏ ଘରର ବାସ୍ତୁଦୋଷ କାରଣରୁ ସନ୍ତାନ ହୀନତା ଦେଖା ଦେଇଥାଏ । ଶୟନ କକ୍ଷରେ ଯଦି କୌଣସି ବାସ୍ତୁ ଦୋଷ ଥାଏ ତେବେ ସନ୍ତାନ ଉତ୍ପତ୍ତି କ୍ଷେତ୍ରରେ ବାଧା ଜାତ ହୋଇଥାଏ ।
ତେବେ ଆପଣ କେମିତି ଜାଣିବେ କି ଆପଣଙ୍କ ଶୟନ କକ୍ଷରେ ବାସ୍ତୁ ଦୋଷ ରହିଛି ? ଶୟନ କକ୍ଷ କେବେବି ଘରର ଐଶାନ୍ୟ କୋଣରେ ରଖିବେ ନାହିଁ । ଏହା ବାସ୍ତୁ ଦୋଷ ତଥା ସନ୍ତାନ ଜାତ ନହେବାର ମୁଖ୍ୟ କାରଣ । ଏପରି ହୋଇଥିଲେ ସେଠାରୁ ଶୟନ କକ୍ଷ ସ୍ଥାନାନ୍ତର କରିଦିଅନ୍ତୁ । ଦ୍ବିତୀୟରେ ଆପଣଙ୍କ ଶୟନ କକ୍ଷରେ ଯଦି ଦୁଇଟି ଖଟ ପଡିଛି ତେବେ ସେଥିରେ କେବଳ ଗୋଟିଏ ଗଦି ପକାନ୍ତୁ । ଦୁଇଟି ଖଟରେ ଦୁଇଟି ଗଦି ପକାନ୍ତୁ ନାହିଁ ।
ଏହା ମଧ୍ୟ ସନ୍ତାନ ହୀନତାର ଅନ୍ୟ ଏକ କାରଣ ହୋଇଥାଏ । ଆଉ ଏକ କଥା ହେଉଛି ଆପଣଙ୍କ ଶୟନ କକ୍ଷରେ ଥିବା ଖଟ ବା ପଲଙ୍କକୁ କେବେବି ଆଗ୍ନେୟ କୋଣରେ ରଖନ୍ତୁ ନାହିଁ । ଏହା ମଧ୍ୟ ସନ୍ତାନ ହୀନତାର ଆଉ ଏକ କାରଣ ହୋଇଥାଏ । ଏହି କେତୋଟି କଥା ପ୍ରତି ଆପଣ ଧ୍ୟାନ ଦିଅନ୍ତୁ ଦେଖିବେ ଆପଣଙ୍କ କୋଳକୁ ନିଶ୍ଚୟ ସନ୍ତାନଟିଏ ଆସିବ ।
ଆଉ ଏକ ପ୍ରତିକାର ମଧ୍ୟ କରିପାରିବେ । କୌଣସି ରବିବାର ପୁଷ୍ୟା ନକ୍ଷତ୍ରରେ ପଡିଥିଲେ ସେହି ସମୟରେ ଏକ ଧଳା ଅରଖ ଚେରକୁ ଅଭିମନ୍ତ୍ରିତ କରି ମହିଳାମାନେ ରୂପା ତାବିଜରେ ଅଣ୍ଟାରେ ପିନ୍ଧିବା ଦ୍ଵାରା ମଧ୍ୟ ସନ୍ତାନ ଦୋଷ ଦୂର ହୋଇଥାଏ । ଏହାଛଡା କୌଣସି ଦିନ ଆପଣ ପାଖରେ ଥିବା ଯେକୌଣସି ମନ୍ଦିରକୁ ଯାଇ ମନ୍ଦିରରେ ସେଠାରେ ଥିବା ଦେବାଦେବୀ ଓ ପାର୍ଶ୍ଵ ଦେବାଦେବୀ ମାନଙ୍କୁ ନୂଆ ବସ୍ତ୍ର ପିନ୍ଧାଇ ଦିଅନ୍ତୁ ।
ଏହାସହ ଭଗବାନ କୃଷ୍ଣଙ୍କ ମନ୍ଦିରକୁ ଯାଇ ତାଙ୍କୁ ଏକ ରୂପାର ବଂଶୀ ଅର୍ପଣ କରନ୍ତୁ । ଦେଖିବେ ଏହାଦ୍ବାରା ମଧ୍ୟ ଆପଣଙ୍କ ସନ୍ତାନ ବାଧା ଦୂର ହୋଇଯିବ । ଆମ ପୋଷ୍ଟ ଅନ୍ୟମାନକ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।