ଦୀର୍ଘଦିନ ଧରି ଋଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ବିପଦଜନକ ସ୍ଥିତିରେ ପହଞ୍ଚି ସାରିଲାଣି । ଦୁଇ ଦେଶ ମଧ୍ୟରେ ଚାଲିଥିବା ଏହି ଯୁଦ୍ଧ ସାରା ବିଷବକୁ ଦୁଇ ଭାଗରେ ବିଭକ୍ତ କରିଛି । ଯୁଦ୍ଧ ଏତେ ଭୟଙ୍କର ରୂପ ନେଇଛି ଯେ, ବିନାଶକାରୀ ଆଣବିକ ବୋମା ଆକ୍ରମଣର ଧମକ ଦିଆଯାଉଛି । ଯୁଦ୍ଧର ଭୟାବହ ପରିସ୍ଥିତିକୁ ଦେଖି ଆନ୍ତର୍ଜାତୀୟ ସଂଗଠନ ଶାନ୍ତି ପାଇଁ ନିବେଦନ କରି ଚାଲିଛନ୍ତି । କିନ୍ତୁ ବର୍ତ୍ତମାନର ପରିସ୍ଥିତିକୁ ଦେଖିଲେ ଏତେ ଶୀଘ୍ର ଶାନ୍ତି ସ୍ଥାପିତ ହେବ ବୋଲି ଅନୁଭବ ହେଉନାହିଁ ।
ଆଉ ଯୁଦ୍ଧକୁ ନେଇ ସମସ୍ତଙ୍କ ମନରେ ଉପୁଜିଥିବା ସବୁଠାରୁ ବଡ ଭୟ ହେଉଛି, ଯଦି ଏଭଳି ଲାଗିରୁହେ ତେବେ ତୃତୀୟ ବିଶ୍ଵଯୁଦ୍ଧ ଆରମ୍ଭ ହୋଇଯିବନି ତ ! ପୂର୍ବରୁ ଅନେକ ବିଶ୍ଵନେତା ତୃତୀୟ ବିଶ୍ଵଯୁଦ୍ଧର ଭୟ ପ୍ରକାଶ କରିଛନ୍ତି । ଏହାବ୍ୟତୀତ ବିଶ୍ଵର ପ୍ରସିଦ୍ଧ ଭବିଷ୍ୟତବକ୍ତା ବାବା ଭେଙ୍ଗା ଏବଂ ନୋଷ୍ଟ୍ରାଡାମସ ମଧ୍ୟ ତୃତୀୟ ବିଶ୍ଵଯୁଦ୍ଧକୁ ନେଇ ଭବିଷ୍ୟବାଣୀ କରିଥିଲେ । ନୋଷ୍ଟ୍ରାଡାମସ କହିଥିଲେ କି, ୨୦୨୩ରେ ତୃତୀୟ ବିଶ୍ଵଯୁଦ୍ଧ ଆରମ୍ଭ ହୋଇପାରେ ।
ସେହିପରି ବାବା ଭେଙ୍ଗା ମଧ୍ୟ ତୃତୀୟ ବିଶ୍ଵଯୁଦ୍ଧ ଏବଂ ଆଣବିକ ଅସ୍ତ୍ରଶସ୍ତ୍ର ବ୍ୟବହାର ବିଷୟରେ କହି ଯାଇଛନ୍ତି । ନିଜ ଭବିଷ୍ୟବାଣୀ ପାଇଁ ସାରା ବିଶ୍ବରେ ବେଶ ଜଣାଶୁଣା ବୁଲଗେରିଆର ଏହି ଭବିଷ୍ୟବିଦ୍ ବାବା ଭେଙ୍ଗା । ୨୦୨୨ ବର୍ଷ ପାଇଁ ଅନେକ ଛାତିଥରା ଭବିଷ୍ୟବାଣୀ କରିଥିଲେ ବାବା ଭେଙ୍ଗା । ବାବା ଭେଙ୍ଗା ଜଣେ ଫକିର ଥିଲେ ଯିଏକି ବାଲକାନ ଅଞ୍ଚଳର ନୋଷ୍ଟ୍ରାଡାମସ ଭାବେ ଜଣାଶୁଣା ।
ତୃତୀୟ ବିଶ୍ଵଯୁଦ୍ଧକୁ ନେଇ ବାବା ଭେଙ୍ଗାଙ୍କ କହିବା ଅନୁସାରେ, ବିଶ୍ବରେ କେବଳ ଋଷ ଏକ ମହାଶକ୍ତି ହେବ ଏବଂ ତୃତୀୟ ବିଶ୍ଵଯୁଦ୍ଧରେ ଆଣବିକ ଅସ୍ତ୍ରର ବହୁଳ ବ୍ୟବହାର କରାଯିବ । ଦିନେ ଋଷ ବିଶ୍ଵକୁ ଶାସନ କରିବ ବୋଲି ୧୯୭୯ ମସିହାରେ ବାବା ଭେଙ୍ଗା ଭବିଷ୍ୟବାଣୀ କରିଥିଲେ ।
ଏକ ରିପୋର୍ଟ ଅନୁଯାୟୀ ସେ ପୂର୍ବାନୁମାନ କରିଥିଲେ ଯେ, ଋଷର ରାଷ୍ଟ୍ରପତି ପୁଟିନ ଦିନେ ବିଶ୍ଵକୁ ଶାସନ କରିବେ । ଆହୁରି ମଧ୍ୟ କହିଥିଲେ କି, ୟୁରୋପ ଏକ ଖତଗଦାରେ ପରିଣତ ହେବ । କେବଳ ପୁଟିନଙ୍କ ଗୌରବ ଓ ଋଷକୁ କେହିବି ଛୁଇଁ ପାରିବେ ନାହିଁ । ରିପୋର୍ଟ ଅନୁଯାୟୀ, ବାବା ଭେଙ୍ଗା ପୂର୍ବରୁ ଆମେରିକାରେ ଆତଙ୍କବାଦୀ ସଂଗଠନ ଅଲକାଏଦାର ୯/୧୧ ଆକ୍ରମଣ, ବ୍ରେକ୍ସିଟ୍, ବାରାକ୍ ଅବାମା ରାଷ୍ଟ୍ରପତି ହେବା, ୨୦୦୪ରେ ସୁନାମୀ ଭଳି ଅନେକ ଭବିଷ୍ୟବାଣୀ କରିଥିଲେ ।
୨୦୧୭ ସୁଦ୍ଧା ୟୁରୋପ ଅସ୍ତିତ୍ଵର ସମାପ୍ତ ହେବା ପୂର୍ବାନୁମାନ କରିଛନ୍ତି ବାବା ଭେଙ୍ଗା, ଯାହା ବ୍ରେକ୍ସିଟ୍ ସହ ଜଡିତ ଅଟେ । ବିଶ୍ବାସ କରାଯାଏ କି, ବାରାକ୍ ଓବାମାଙ୍କ ବିଷୟରେ ସବୁଠୁ ସଠିକ ଭବିଷ୍ୟବାଣୀ କରିଥିଲେ ବାବା ଭେଙ୍ଗା । ତେବେ ବାବା ଭେଙ୍ଗାଙ୍କ ୬୦% ଭବିଷ୍ୟବାଣୀ ସତ ସାବ୍ୟସ୍ତ ହୋଇଥିବା ବେଳେ ଅନେକ ଭବିଷ୍ୟବାଣୀ ଭୁଲ ମଧ୍ୟ ପ୍ରମାଣିତ ହୋଇଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।