ନମସ୍କାର ବନ୍ଧୁଗଣ । ସୂଚନା ଅନୁଯାୟୀ ବଙ୍ଗୋପସାଗର ରେ ଲଘୁଚାପ କ୍ଷେତ୍ର ସୁଦୃଶ୍ୟ ଲଘୁଚାପ ରେ ପରିଣତ ହୋଇଛି । ଆସନ୍ତା 3 ତାରିଖ ଯାଏଁ ରାଜ୍ୟର ଅନେକ ସ୍ଥାନରେ ବର୍ଷା ଲାଗି ରହିବ । ନେଇ ଆଜି 13 ଟି ଜିଲ୍ଲା କୁ ୟେଲୋ ୱାର୍ନିଙ୍ଗ ଜାରି କରା ଯାଇଛି । ସେହି ସବୁ ଜିଲ୍ଲା ଗୁଡିକ ହେଉଛି ସମ୍ବଲପୁର, ଅନୁଗୁଳ, ବୌଦ୍ଧ, କନ୍ଧମାଳ, ରାୟଗଡା, କଟକ, ଖୋର୍ଦ୍ଧା, ନୟାଗଡ, କେନ୍ଦ୍ରାପଡା, ଜଗତସିଙ୍ଘପୁର, ପୁରୀ, ଗଜପତି ଓ ଗଞ୍ଜାମ ।

ଏହି ସବୁ ସ୍ଥାନରେ ବିଜୁଳି ଘଡଘଡି ସହ ପ୍ରବଳ ବର୍ଷା ବାର ପୂର୍ବ ଅନୁମାନ କରିଛି ପାଣିପାଗ ବିଭାଗ । ବାତ୍ୟା ର ସେଭଳି କିଛି ସୂଚନା ନ ଥିବା କଥା କହିଛନ୍ତି ପାଣିପାଗ ବିଭାଗ । ସେପଟେ ବର୍ଷା କୁ ଦେଖି ପୂର୍ବ ପ୍ରସ୍ତୁତି କରିଛି BMC । ଜଳ ବନ୍ଦୀ ସ୍ଥିତି ଉପୁଜିବାର ଆଶଙ୍କା ଥିବାରୁ ସମସ୍ତ କର୍ମଚାରୀ ମାନଙ୍କର ଛୁଟି ବାତିଲ କରା ଯାଇଛି । ଏହିଭଳି ମୁକାବିଲା ପାଇଁ 24 ଘଣ୍ଟିଆ କଣ୍ଟ୍ରୋଲ ରୁମ ମଧ୍ୟ ଖୋଲା ଯାଇଛି ।
ଲଘୁଚାପ କ୍ଷେତ୍ର ରେ ବାତ୍ୟା ରେ ପରିଣତ ନ ହୋଇପାରେ । କିନ୍ତୁ ଯେବେ ସୁଦୃଶ୍ୟ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି ଯାହା ଉତ୍ତର ଓ ପଶ୍ଚିମ ଉପକୁଳ ମୁହାଁ ହୋଇଛି । ଏହାର ପ୍ରଭାବରେ ଆଜି ଓ ଆସନ୍ତା କାଲି ପାଇଁ ଭାରି ବର୍ଷାର ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ କେନ୍ଦ୍ର । ଯାହାର ପ୍ରଭାବ ଗତ କାଲି ଠାରୁ ଦେଖିବାକୁ ମିଳିଛି ।

ଗତ 24 ଘଣ୍ଟା ରେ ଓଡିଶାର ଅନେକ ସ୍ଥାନରେ ବିଶେଷ କରି ଉତ୍ତର ଉପକୂଳ ଜିଲ୍ଲା ଗୁଡିକ ରେ ଓ ପାର୍ଶ୍ଵବର୍ତ୍ତୀ ଆଭ୍ୟନ୍ତରଣୀୟ ଜିଲ୍ଲା ଗୁଡିକରେ ବର୍ଷା ଦେଖିବାକୁ ମିଳିଛି । କିଛି ଜିଲ୍ଲା କୁ ଅରେଞ୍ଜ ୱାର୍ନିଙ୍ଗ ମଧ୍ୟ ଜାରି କରା ଯାଇଛି । ରାଜ୍ୟରେ ବିସ୍ତୃତି ବର୍ଷା ଆକଳନ କରିଛି ପାଣିପାଗ ବିଭାଗ । ଯେଉଁ ଜିଲ୍ଲା ଗୁଡିକୁ ୟେଲୋ ୱାର୍ନିଙ୍ଗ ଜାରି କରା ଯାଇଛି ସେଠାରେ 7ରୁ 11 ସେଣ୍ଟିମିଟର ବର୍ଷା ହେବାର ଆଶଙ୍କା କରା ଯାଉଛି ।
ଅରେଞ୍ଜ ୱାର୍ନିଙ୍ଗ ଯେଉଁ ଜିଲ୍ଲା ଗୁଡିକୁ ଜାରି କରା ଯାଇଛି ସେଗୁଡିକ ହେଉଛି ସୁନ୍ଦରଗଡ, ବରଗଡ, ସମ୍ବଲପୁର, ଝାରସୁଗୁଡା, ଦେବଗଡ, କେଉଁଝର, ଅନୁଗୁଳ । ଆସନ୍ତା କାଲି ମଧ୍ୟ ଉତ୍ତର ଉପକୂଳ ଓ ତାହାର ପାର୍ଶ୍ଵବର୍ତ୍ତୀ ଜିଲା ଗୁଡିକରେ ଭାରି ବର୍ଷା ହୋଇପାରେ । ଯଦିଓ ଗୋଟେ ପଟେ ମୌସୁମୀ ସକ୍ରିୟ ରହିଛି ଅନ୍ୟ ପରେ ଲଘୁଚାପ କାରଣରୁ ଓଡିଶା ରେ ବର୍ଷା ର ପାୟରମାନ ଅଧିକ ରହିପାରେ ।
ଯାହା ପାଇଁ ଜଳ ସମସ୍ଯା ସୃଷ୍ଟି ହୋଇପାରେ । ଆଜି ଓ ଆସନ୍ତା କାଲି ପାଇଁ ଯେଉଁ ଭାରି ବର୍ଷା ରହିଛି ତାହା 3% ରୁ ଅଧିକ ହୋଇପାରେ ବୋଲି ଆକଳନ କରା ଯାଉଛି । ବନ୍ଧୁଗଣ ଆଗକୁ ଏଭଳି ପାଣିପାଗ ସମ୍ବଧିତ ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।