ଧନତେରସ ( 13 November ) କେଉଁ ଜିନିଷ ଆଣିଲେ ଶୁଭ ଏବଂ ଅଶୁଭ

ହିନ୍ଦୁ ଧର୍ମରେ ଧନତେରସ ର ବହୁତ ମହତ୍ୱ ରହିଛି । ଯଦି ଧନତେରସ ଦିନ ଆପଣ ନିଜ ଘରକୁ କିଛି ନୂଆ ଜିନିଷ କିଣି ଆଣିବେ ତେବେ ଆପଣଙ୍କ ଦରିଦ୍ରତା ଦୂର ହୋଇଯିବ । କାରଣ ହିନ୍ଦୁ ଧର୍ମ ଶାସ୍ତ୍ରରେ କୁହା ଯାଇଛି କି ଯଦି ଏହି ଦିନ କିଛି ନୂଆ ସାଧନ ବା ନୂଆ ବସ୍ତୁ ନିଜ ଘରକୁ କିଣି ଆଣୁଛନ୍ତି ତେବେ ଏହାକୁ ଅତ୍ୟନ୍ତ ଶୁଭ ବୋଲି ମାନାଯାଏ । କାରଣ ଧନତେରସ ଦିନଟି ଅତି ଶୁଭ ଦିନ ଅଟେ । ଯଦି ସେହିଦିନ ଏମିତି କିଛି ଜିନିଷ ଆପଣ ନିଜ ଘରକୁ ଆଣିବେ ତେବେ ମାତାରାଣୀ ଆପଣଙ୍କ ଦରିଦ୍ରତା ଦୂର କରିଦେବେ । କିନ୍ତୁ ଏପରି କିଛି ବସ୍ତୁ ଅଛି ଯାହା ଧନତେରସ ଦିନ କିଣିବା ଅଶୁଭ ମଧ୍ୟ ହେଇଥାଏ । ତେବେ ଆସନ୍ତୁ ଜାଣିବା ଧନତେରସ ଦିନ କଣ ଆଣିବା ଉଚିତ ବା ଅନୁଚିତ ।

ଯଦି ଧନତେରସ ଦିନ ଆପଣ କିଛି ତମ୍ବାର ପାତ୍ର କିଣି ଘରକୁ ଆଣୁଛନ୍ତି ତେବେ ମା ଲକ୍ଷ୍ମୀ ଆପଣଙ୍କ ଉପରେ ବହୁତ ପ୍ରସନ୍ନ ହେବେ । ମା ଲକ୍ଷ୍ମୀଙ୍କୁ ଯଦି ଆପଣ ପ୍ରସନ୍ନ କରିପାରିବେ ତେବେ ଦରିଦ୍ରତା ଆପଣଙ୍କ ଘରର ରାସ୍ତା ସବୁଦିନ ପାଇଁ ଛାଡ଼ି ପଳାଇବ ।

ଆପଣ ନିଜ ପୂଜା ଘରେ ଧନତେରସଙ୍କ ମୂର୍ତ୍ତି ସ୍ଥାପନ କରି ପୂଜା କରିବେ ତେବେ ଦରିଦ୍ରତା ଆପଣଙ୍କ ଘରର ରାସ୍ତା ଭୁଲିଯିବ ଓ ଆପଣ କେବେ ମଧ୍ୟ ଦରିଦ୍ର ହେବେ ନାହିଁ । ଆପଣ ସବୁ କ୍ଷେତ୍ର ରେ ଦ୍ଵିଗୁଣ ଓ ଚୌଗୁଣ ଉନ୍ନତି କରି ଚାଲିବେ । ଏହିପରି ମାତା ଲକ୍ଷ୍ମୀଙ୍କ କୃପା ପାଇବାକୁ ଚାହୁଁଥିଲେ ଧନତେରସ ଦିନ ଏହି ୩ଟି ଜିନିଷ ଘରକୁ ନିଶ୍ଚୟ ନେଇ ଆସନ୍ତ । ଦେଖିବେ ଆପଣଙ୍କ ଦରିଦ୍ରତା ସବୁ ଦିନ ପାଇଁ ଶେଷ ହୋଇଯିବେ ।

ଆପଣ ସୁନାରେ ତିଆରି ଆଭୂଷଣ ନିଜ ଘରକୁ ଆଣୁଛନ୍ତି ତେବେ ମଧ୍ୟ ମା ଲକ୍ଷ୍ମୀ ଆପଣଙ୍କ ଉପରେ ବହୁତ ପ୍ରସନ୍ନ ହେବେ । ଆପଣ ଯଦି ଗରିବ ଅଟନ୍ତି ତେବେ ଅଳ୍ପ କିଛି ସୁନାର ବସ୍ତୁ ନିଜ ଘରକୁ ନେଇ ଆସନ୍ତୁ । ଯେମିତି କି ସ୍ତ୍ରୀ ଲୋକଙ୍କ ନାକର ଛୋଟ ନୋଥ ଅବା ବେକରେ ପିନ୍ଧା ଯାଉଥିବା କିଛି ଛୋଟ ଜିନିଷ ନେଇଆସନ୍ତୁ । ଦେଖିବେ ଆପଣ ବହୁତ ଶୀଘ୍ର ଧନୀ ହୋଇପାରିବେ ।

ଧନତେରସ ଦିନ କାଚ ବା କାଚ ତିଆରି କୌଣସି ବସ୍ତୁ କିଣନ୍ତୁ ନାହିଁ । କାରଣ କାଚର ସମ୍ବନ୍ଧ ରାହୁ ସହ ରହିଛି ଓ ରାହୁ ଆମ ଜୀବନ ପାଇଁ ଅଶୁଭ ବୋଲି କୁହାଯାଏ । ସେଥିପାଇଁ ଧନତେରସ ଦିନ ଗ୍ରହ ନକ୍ଷତ୍ର ଙ୍କୁ ଠିକ୍ ରଖିବା ପାଇଁ ଘର ସଜାଇବା ଜିନିଷ ହେଉ କି ରୋଷେଇ ଘର ପାଇଁ କିଛି ମଧ୍ୟ କାଚ ଜିନିଷ କିଣନ୍ତୁ ନାହିଁ ।

କଳା ରଙ୍ଗର କୌଣସି ବସ୍ତୁ ମଧ୍ୟ ଧନତେରସ ଦିନ କିଣନ୍ତୁ ନାହିଁ । କଳା ବସ୍ତ୍ର କିମ୍ବା କଳା ରଙ୍ଗର ଯେ କୌଣସି ଆସବାବପତ୍ର ହେଉ ତାହା କିଣନ୍ତୁ ନାହିଁ । କାରଣ କଳା ରଙ୍ଗକୁ ଦୁର୍ଭାଗ୍ୟ ସହ ତୁଳନା କରାଯାଏ ଓ ଏହି ଦିନ କେହି ମଧ୍ୟ ନିଜ ଘରକୁ ଦୁର୍ଭାଗ୍ୟ ଆଣିବାକୁ ଚାହିଁବେ ନାହିଁ । ସେଥିପାଇଁ କଳା ରଙ୍ଗର ବସ୍ତ୍ର ଓ ବସ୍ତୁ କିଣନ୍ତୁ ନାହିଁ କି ପିନ୍ଧନ୍ତୁ ନାହିଁ ।

ଧନତେରସ ଦିନ ତେଲ ମଧ୍ୟ କିଣନ୍ତୁ ନାହିଁ । ରିଫାଇନ ତେଲ, ସୋରିଷ ତେଲ କିମ୍ବା ଅନ୍ୟ କୌଣସି ତେଲ ମଧ୍ୟ କିଣନ୍ତୁ ନାହିଁ । ଦୀପ ଜଳାଇବା ପାଇଁ ଆଗରୁ ତେଲ କିଣି ରଖନ୍ତୁ ।

ଧନତେରସ ଦିନ ଧାରଯୁକ୍ତ ହତିଆର ଯେପରିକି ଛୁରୀ ମଧ୍ୟ କିଣନ୍ତୁ ନାହିଁ । ଏହା କାହାକୁ ଉପହାର ଦିଅନ୍ତୁ ନାହିଁ କି ନିଅନ୍ତୁ ନାହିଁ । ଏହା ଦ୍ବାରା ଆପଣଙ୍କ ସମ୍ପର୍କ ଖରାପ ହୋଇପାରେ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।