ଭିଡ଼ିଓ ଦେଖି ଲାଗୁନି ଟୁଟୁ ନାୟକ ଏମିତି କିଛି କରିଛନ୍ତି – Manoj Panda

ନମସ୍କାର ବନ୍ଧୁଗଣ । ବର୍ତ୍ତମାନ ଓଲିଉଡ ଇଣ୍ଡଷ୍ଟ୍ରି ରେ ଚାଲିଛି ବିବାଦ । ଆଉ ଏହି ବିବାଦ ଅଭିନେତା ମନୋଜ ମିଶ୍ର, ଅରିନ୍ଦମ ରାୟ, ଅନୁଭବ ମହାନ୍ତି ଓ ଟୁଟୁ ନାୟକ ଙ୍କୁ ନେଇ ଚାଲିଛି । କାରଣ ଅରିନ୍ଦମ ମନୋଜ ମିଶ୍ର ଙ୍କ ନାଁ ରେ ଅଭିଯୋଗ ଆଣିଛନ୍ତି କି ତାଙ୍କ ଫିଲ୍ମ ସମ୍ବଲପୁର ରେ ରିଲିଜ ନ ହେବା ପଛରେ ମନୋଜଙ୍କର ହାତ ରହିଛି । ଆଉ ଏହି ବିବାଦ ଆରମ୍ଭ ହେବା ପରେ ବରିଷ୍ଠ ପ୍ରଯୋଜକ ଟୁଟୁ ନାୟକ ନିଜର ମତ ରଖିଥିଲେ ।

ଆଉ ଏହାରି ମଧ୍ୟ ରେ ଟୁଟୁ ନାୟକ ମହିଳା ସାମ୍ବାଦିକ ଙ୍କ ଦୁର୍ବ୍ୟବହାର କରିଥିବାର ସଙ୍ଗିନ ଅଭିଯୋଗ ହୋଇଛି । ଏହି ସବୁ ବିବାଦକୁ ନେଇ ଓଡିଆ କଳାକାର ମାନଙ୍କ ଠାରୁ ଆରମ୍ଭ କରି ସାଧାରଣ ଜଣାତ ନିଜ ନିଜ ମତ ଦେଉଛନ୍ତି । ଆଉ ଠିକ ଏହି ସମୟରେ ବରିଷ୍ଠ ଅଭିନେତା ମନୋଜ ପଣ୍ଡା ମଧ୍ୟ ନିଜର ପ୍ରତିକ୍ରିୟା ରଖିଛନ୍ତି ଗଣମାଧ୍ୟମରେ । ଆସନ୍ତୁ ନଜର ପକାଇବା ପୁରା ଖବର ଉପରେ ।

ଅଭିନେତା ମନୋଜ ପଣ୍ଡା କହିଛନ୍ତି ଯେ “ଟେକନିକାଲି ମୁଁ କହି ପାରିବିନି । ମୋତେ ଦୁଃଖ ଲାଗୁଛି କଣ ଚାଲିଛି ଆମ ଇଣ୍ଡଷ୍ଟ୍ରି ରେ । ଆମର କଣ ଚନ୍ଦ୍ର ଗ୍ରହଣ ନା ସୂର୍ଯ୍ୟପରାଗ ଲାଗିଲା ଆମ ପରିବାର ରେ । ଅନେକ ସମୟରେ ମୁଁ ଫିଲ କରେ ଆମେ ଯେଉଁ ସେଲିବ୍ରେଟି କହୁ ନିଜକୁ କିନ୍ତୁ ଆମେ ସାମ୍ବାଦିକ ମାନଙ୍କୁ ଅଣଦେଖା କରୁ । କିନ୍ତୁ ମୋ ପାଖକୁ ଯେଉଁ ସାମ୍ବାଦିକ ଆସନ୍ତି ମୁଁ ହାତ ଯୋଡିକି ଡାକେ ।

କାହିଁକି ନାଁ ଆମେ ତାଙ୍କ ଦ୍ଵାରା ପରିଚିତ ହୋଇଛୁ ତାଙ୍କୁ ଅବହେଳା କରିବା ଉଚିତ ନୁହେଁ । ଟୁଟୁ ନାୟକ ଙ୍କ ବିରୁଦ୍ଧରେ ଯାହା ବି ଅଭିଯୋଗ ହୋଇଛି ଏବଂ ଯେଉଁ ଭିଡିଓ ଭାଇରାଲ ହୋଇଛି । ସେଥିରୁ ଲାଗୁ ନାହିଁ କି ଟୁଟୁ ଭାଇ ଅସଦାଚରଣ କରିଛନ୍ତି ବୋଲି । ତାଙ୍କୁ ଆରେଷ୍ଟ କରିବା କଥା ଠିକ ହେବ ନାହିଁ । ସେ କଣ ଗୋଟେ ଅପରାଧୀ । ଟୁଟୁ ନାୟକ ଭଲ ପରିବାର ରୁ ଆସିଛନ୍ତି ।

ଆମ ଇଣ୍ଡଷ୍ଟ୍ରି ରେ ଯେମିତି ଭଲ ପରିବେଶ ହେଉ ଏହା ଚେଷ୍ଟା କରିବା ଉଚିତ । ସାମ୍ବାଦିକ ମାନଙ୍କ ପାଇଁ ଆଜି ଆମେ ରହିଛୁ । ଆଜି ମୁଁ ଯାହା ହୋଇଛି ଖାଲି ମୋ ଦମ ପାଇଁ ନୁହେଁ । ଅନ୍ୟ ମାନଙ୍କର ଆଶୀର୍ବାଦ ପାଇଁ ହୋଇଛୁ । ଭଗବାନଙ୍କୁ ପ୍ରାର୍ଥନା କରୁଛି ଏ ସବୁ ସମସ୍ୟାର ସମାଧାନ ହେଉ । ଏ ସବୁ ଡ୍ରାମା ଚାଲିଛି । ଏ ଡ୍ରାମର ପର୍ଦ୍ଦାଫାସ ହେଉ” । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।