ମାଡ଼ିଆସୁଛି ଗୋଦାବରୀ ନଦୀ, ଆଉ ଅଳ୍ପ ସମୟ ଭିତରେ ପୁରା ବୁଡିଯିବ ଦକ୍ଷିଣ ଓଡ଼ିଶା!

ମହାନଦୀ ନୁହେଁ ମାଡ଼ି ଆସୁଛି ଗୋଦାବରୀ ନଦୀ । ଆଉ କେତେ ଘଣ୍ଟା ଭିତରେ ଓଡ଼ିଶାକୁ ଭସାଇ ନେବ । ଜଳାର୍ଣ୍ଣବ ହୋଇଯିବ ପୁରା ଦକ୍ଷିଣା ଓଡିଶା । ହଁ ଦର୍ଶକ ବନ୍ଧୁ ମହାନଦୀ ପରେ ଏବେ ଓଡ଼ିଶାକୁ ବୁଡାଇବାକୁ ବସିଲାଣି ଗୋଦାବରୀ ନଦୀ । ମାଡି ଆସୁଛି ଗୋଦାବରୀ ନଦୀ ରୁ ବନ୍ୟା ପାଣି । 50 ଫୁଟ ଉଚ୍ଚ ରେ ପ୍ରବାହିତ ହେଉଛି ଗୋଦାବରୀ ନଦୀ । ଉପର ମୁଣ୍ଡରେ ଲଗାଣ ବର୍ଷା ଲାଗି ରହିଛି । ଆଉ ତୁହା କୁ ତୁହା ବର୍ଷାରେ ଭିଜୁଛି ଓଡିଶା ।

ଆଉ ଏହାରି ଭିତରେ ଦେଖା ଦେଇଛି ବନ୍ୟା ଆଶଙ୍କା । ଏବେ ଆଉ ମହାନଦୀ ପ୍ରତି ଓଡ଼ିଶାକୁ ବିପଦ ନାହିଁ । କାରଣ ମହାନଦୀ ରୁ ଜଳ ସ୍ତର କମିବାରେ ଲାଗିଲାଣି । ହେଲେ ଏବେ ଓଡିଶାକୁ ବିପଦ ଘାରିଲାଣି ଗୋଦାବରୀ ନଦୀ ର । କାରଣ ଉପର ମୁଣ୍ଡରେ ବର୍ଷା ପାଇଁ ଗୋଦାବରୀ ନଦୀରେ ପ୍ରବଳ ମାତ୍ରା ରେ ବଢିବାରେ ଲାଗିଛି ଜଳ ସ୍ତର । ପ୍ରବଳ ବର୍ଷା କାରଣରୁ ଗୋଦାବରୀ ନଦୀ ତାର କରାଳ ରୂପ ପ୍ରଥମେ ମାଲକାନାଗିରି ରେ ଦେଖାଇଛି ।

ବନ୍ୟା ଜଳରେ ଉବୁଡୁବୁ ହେଉଛି ମାଲକାନାଗିରି ଜିଲ୍ଲା । ଏହାର କାରଣ ହେଉଛି ଆନ୍ଧ୍ର ପ୍ରଦେଶର କୋଲାବରମ ପ୍ରକଳ୍ପ । କୋଲାବରମ ପ୍ରକଳ୍ପ ରୁ ଆନ୍ଧ୍ର ପ୍ରଦେଶ ଫାଇଦା ନେଉଥିବା ବେଳେ ଗୋଦାବରୀ ର ବନ୍ୟା ପାଣିରେ ସଂପୂର୍ଣ୍ଣ ରୂପେ ବୁଡି ଯାଇଛି ମାଳକାନାଗିରି । ଗୋଦାବରୀ ନଦୀ ରେ ପାଣି ବଢୁ ଥିବାରୁ ମୋଟୁ ଅଞ୍ଚଳରେ ଥିବା ସିଲେରୀ ଓ ସବେରୀ ନଦୀ ଜଳ ନିଷ୍କାସନ ନ ହୋଇ ଟଳମଳ ହେଉଛି ।

ଆଉ ମାତ୍ର କେଇ ଘଣ୍ଟା ଭିତରେ ଅଧା ଓଡିଶା ବୁଡି ଯିବାର ସମ୍ଭାବନା ରହିଛି । କାଲିମେଳା ଠାରୁ 140 କିମି ଦୂର ଭଦ୍ରାଞ୍ଚରମ ନିକଟରେ ଆଜି 50 ଫୁଟ ଉଚ୍ଚ ରେ ଗୋଦାବରୀ ନଦୀ ପ୍ରବାହିତ ହେଉଛି । ଯଦି ନଦୀ ର ଜଳ ସ୍ତର 55 ଫୁଟ ବଢିଯିବ ତେବେ ମାଲକାନାଗିରି ଜିଲ୍ଲା ର ସୀମାନ୍ତ ଗାଁ ଗୁଡିକ ସଂପୂର୍ଣ୍ଣ ବୁଡିଯିବ । ବନ୍ୟା ର ସର୍ବାଧିକ ପ୍ରଭାବ ମୋଟୁ ଅଞ୍ଚଳରେ ପଡିବ ବୋଲି କୁହ ଯାଉଛି ।

ସେପଟେ 328 ନମ୍ବର ଜାତୀୟ ରାଜପଥ ରେ ପୋଲ ଆଜି ବୁଡି ଯିବାରୁ ଓଡିଶା ରୁ ଆନ୍ଧ୍ର କୁ ଯୋଗାଯୋଗ ବିଛିନ୍ନ ହୋଇଛି । ଶେଷ ଖବର ସୁଧା ଏହି ପୋଲ ଉପରେ 5 ଫୁଟ ଉଚ୍ଚ ରେ ବନ୍ୟା ଜଳ ପ୍ରବାହିତ ହୋଇଥିଲା । ଯାହା ଫଳର ଏ ଦକ୍ଷିଣ ଭାରତର ଏହି ପ୍ରବେଶ ପଥ ରେ 5 କିମି ଯାଏଁ ସହ ସହ ଗାଡି ରାସ୍ତା ରେ ଅଟକ ରହିଛି । ତା ହେଲେ ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।