ନମସ୍କାର ବନ୍ଧୁଗଣ । କିଏ ଦେଉଛି ବାତ୍ୟାର ନାଁ ? ବାତ୍ୟାର ନା ପଛର ଅର୍ଥ କଣ ? ଫାଇଲିନ, ତିତଲି, ୟାଶ ପରେ ଏବେ ଆଉ ଏକ ବାତ୍ୟା ଉପକୂଳ ମୁହାଁ ହୋଇଛି । ଏହି ବାତ୍ୟାର ନା ମୋଚା । ଏହା ଓଡିଶା ଉପରେ କେତେ ପ୍ରଭାବ ପକାଇବ, କେଉଁଠି ଲ୍ଯାଣ୍ଡଫଲ କରିବ ସେ ନେଇ କିଛି ସ୍ପଷ୍ଟ ସୂଚନା ଏ ଯାଏଁ ମିଳି ନାହିଁ ।

କୁହାଯାଉଛି 9 ତାରିଖ ବେଳକୁ ଲଘୁଚାପ ଅଧିକ ଘନୀଭୂତ ହୋଇ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ରେ ଅଧିକ ଘନିଭୂତ ହେବ । ଏହା ପରେ ଅବପାତ ରେ ପରିଣତ ହେବା ସହ ବାତ୍ୟାର ରୂପ ନେବ । ତେବେ ଏହାରି ଭିତରେ ବାତ୍ୟାର ନାମ କରା ଯାଇଛି । ତେବେ କେବେ ନା କେବେ ଆପଣଙ୍କ ମନରେ ନିଶ୍ଚୟ ପ୍ରଶ୍ନ ଆସୁଥିବ ତାଣ୍ଡବ ରାଚୁଥିବା ବାତ୍ୟାର ନାମ ଏମିତି କାହିଁକି ହୋଇଛି ? କିଏ ବାତ୍ୟା ଗୁଡିକର କଣ ଏଭଳି ଦେଉଛି ? ତେବେ ଆସନ୍ତୁ ଜାଣିବା ବାତ୍ୟା ଗୁଡିକର ନାଁ ପଛରେ ରହସ୍ୟ ବିଷୟରେ ।
ସ୍ଥଳ ଭାଗ ଆଡକୁ ଆସୁଥିବା ଏହି ସାମୁଦ୍ରିକ ଝଡ ମୋଚା ର ନାଁ ଏଥର ଦେଇଛି ୟେମେନ । ନିଜ ସମୁଦ୍ର ତଥ୍ୟରେ ଥିବା ଏକ 1500 ମୋର୍ଚ୍ଚା ର ନାମ ଅନୁସାରେ ୟେମେନ ବାତ୍ୟାର ନାମକରଣ କରିଛି । ସାମୁଦ୍ରିକ ଝଡର ଏଭଳି ନାମକରଣ ପରମ୍ପରାର ବହୁତ ଆଗରୁ ଚାଲି ଆସୁଛି ।

ସମୁଦ୍ରରୁ ସୃଷ୍ଟି ହେଉଥିବା ପ୍ରତି ବାତ୍ୟାର କିଛି ନା କିଛି ନାଁ ରହିଥାଏ । ଆଉ ତା ପଛରେ ରୋମାଞ୍ଚକର ଅର୍ଥ ବି ରହିଥାଏ । କୁହାଯାଏ ବାତ୍ୟାର ପୂର୍ବରୁ କିଛି ନାମକରଣ ନ ଥିଲା । ଭାରତ, ଶ୍ରୀଲଙ୍କା, ବାଙ୍ଗଲାଦେଶ ଭଳି ଦେଶ ଅନେକ ବାତ୍ୟାର ସମୁଖିନ୍ନ ହୋଇଛନ୍ତି । ଯାହାର କିଛି ନାମକରଣ ନ ଥିଲା ।
ତେଣୁ 2000 ରେ ବାତ୍ୟାର ନାମକରଣ ର ପରମ୍ପରା ଆରମ୍ଭ ହୋଇଥିଲା । ପ୍ରଥମେ ଭାରତ ମହାସାଗର କ୍ଷେତ୍ରରେ 5ଟି ଦେଶ ଯଥା ଭାରତ, ମାଲଦ୍ଵୀପ, ବାଙ୍ଗାଲାଦେଶ, ପାକିସ୍ତାନ, ମିଆଁମାର, ଥାଇଲ୍ୟାଣ୍ଡ, ଶ୍ରୀଲଙ୍କା ଏହି ନାମକରଣରେ ସାମିଲ ହୋଇଥିଲେ ।

ସେବେ ଠାରୁ ସମୁଦ୍ର ରେ ସୃଷ୍ଟି ହେଉଥିବା ବାତ୍ୟାର ନାମକରଣ ଆରମ୍ଭ ହୋଇଥିଲା । ଏହା ପୁଣି 2018 ରେ ଇରାନ, ସାଉଦି ଆରବ, ୟୁଏଇ, ୟେମେନ ମଧ୍ୟ ଏହି ନାମକରଣ ପ୍ରକ୍ରିୟାରେ ସାମିଲ ହୋଇଥିଲେ । ବର୍ତ୍ତମାନ ସୃଷ୍ଟି ହୋଇଥିବା ବାତ୍ୟାର ନାମକରଣକୁ ନେଇ 13ଟି ଦେଶ ନାମକରଣ କରିଥାନ୍ତି ।
ଏହି ନାମକରଣ କରିବାର ପ୍ରକ୍ରିୟା ରହିଛି । ଆଲଫାବେଟ ସିଷ୍ଟମରେ ବାତ୍ୟାର ନାମକରଣ ହୋଇଥାଏ । ଅର୍ଥାତ ଯଦି ଭାରତ ମହାସାଗରରେ ବାତ୍ୟା ଆସେ ତେବେ ଆଲଫାବେଟ ଅନୁସାରେ ଯେଉଁ ଦେଶର ନାମ ଆଗ ଆସିବ ସେହି ହିଁ ବାତ୍ୟାର ନାମକରଣ କରିବ ।
ଯେମିତି ନିକଟରେ ସୃଷ୍ଟି ହୋଇଥିବା ବାତ୍ୟାର ନାଁ ୟୁଏଇ ଦେଇଥିଲା । ସେହି ଆଲଫାବେଟ ଅନୁସାରେ ବାତ୍ୟା ମୋଚା ର ନାଁ ୟେମେନ ଦେଇଛି । ମୋଚା ବାତ୍ୟାର ରୂପ ନେବା ପରେ ଉତ୍ତର ଦିଗରେ ଗତି କରି କେନ୍ଦ୍ରିୟ ବଙ୍ଗୋପସାଗର ମୁହାଁ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ତା ହେଲେ ବନ୍ଧୁଗଣ ଆପଣଙ୍କର ଏହି ଖବରକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।