ଦେଖୁ ଦେଖୁ ମାଡି ଆସିଲା କଳାହାଣ୍ଡିଆ ମେଘ । ଆଉ ଚାରିପଟୁ ଘଡଘଡ ହୋଇ ଥରି ଉଠିଲା ଆକାଶ । ଆପଣଙ୍କୁ ବିଶ୍ବାସ ହେବନି କି ମାତ୍ର ଅଧଘଣ୍ଟାରେ 5 ହଜାରରୁ ଅଧିକ ବିଜୁଳି ମାରିଲା । ଭଦ୍ରକ ଜିଲ୍ଲାର ବାସୁଦେବପୁରରେ ଦେଖିବାକୁ ମିଳିଛି ଏଭଳି ଭୟଙ୍କର ବିଜୁଳି ଘଡଘଡି ସହ ଝଡବର୍ଷା । ଥରେ ଭଲରେ ଚିନ୍ତା କରି ଦେଖନ୍ତୁ ତ ମାତ୍ର 30 ମିନିଟ ଭିତରେ 5 ହଜାରରୁ ଅଧିକ ଘଡଘଡି ମାରିଥିବା ବେଳେ ସେହି ସ୍ଥାନର ଲୋକଙ୍କ ଅବସ୍ଥା କଣ ହୋଇଥିବ !

ବର୍ତ୍ତମାନ ସାରା ରାଜ୍ୟରେ ପଶ୍ଚିମା ଝଡର ପ୍ରଭାବ ଲାଗି ରହିଛି ଓ ଏହାର ପ୍ରଭାବରେ ସ୍ଥାନେ ସ୍ଥାନେ ଝଡବର୍ଷା ଓ କୁଆପଥର ବର୍ଷା ହେବାସହ ବିଜୁଳି ଚଡଚଡି ମଧ୍ୟ ମାରୁଛି । ଏମିତି ସ୍ଥିତିରେ ପାଣିପାଗ ବିଭାଗ ଅନୁମାନ କରିଥିଲା କି ଗତକାଲି ଭଦ୍ରକ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି । ଖାଲି ବର୍ଷା ନୁହେଁ ବରଂ କୁଆପଥର ବର୍ଷା ସାଙ୍ଗକୁ ଘଡଘଡି ବିଜୁଳି ମଧ୍ୟ ମାରିବ ବୋଲି ପାଣିପାଗ ବିଭାଗ କହିଥିଲା । ଦେଖୁ ଦେଖୁ ଅପରାହ୍ନରେ ଆକାଶରେ କଳା ମେଘ ଘୋଟି ଆସିବା ସହ ଘଡଘଡି ବିଜୁଳି ମଧ୍ୟ ମାରି ଚାଲିଥିଲା ।
ହେଲେ ଏତେ ଘଡଘଡି ବିଜୁଳି ମାରିବା ଦେଖି ଲୋକେ ଛାନିଆ ହୋଇ ଯାଇଥିଲେ । କିଏ ଭୟରେ ପ୍ରଭୁ ବଜରଙ୍ଗବାଲିଙ୍କୁ ଡାକୁଥିଲା ତ ଆଉ କିଏ କହୁଥିଲା ପ୍ରଭୁ ଆମକୁ ଏ ରାମବାଣରୁ ରକ୍ଷା କର । କାରଣ ଆଖି ପିଛୁଳାକେ ଗୋଟିଏ ପରେ ଗୋଟିଏ ବିଜୁଳି ମାରି ଚାଲିଥିଲା । ଆଉ ଜଣାପଡିଛି କି ଏହି ଭୟଙ୍କର ବିଜୁଳିରେ ପ୍ରାୟ 5 ଜଣଙ୍କ ଜୀବନ ଚାଲିଯାଇଛି ।

ପୂର୍ବ ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଝଡବର୍ଷା ଓ ବିଜୁଳି ଘଡଘଡି ମାରିବା ନେଇ ସତର୍କ ସୂଚନା ମିଳିଥିଲା । ଆଉ ଯାହା ସୂଚନା ମିଳିଥିଲା ସେଇଆ ହିଁ ହେଲା । ସେହି ସ୍ଥାନରେ ମାତ୍ର 30 ମିନିଟ ଭିତରେ 5 ହଜାରରୁ ଅଧିକ ବା 5400 ଥର ବିଜୁଳି ମାରିଥିବା ରେକର୍ଡ କରାଯାଇଛି । ବିଜୁଳି ଘଡଘଡି ମାରିବାରେ ଏହା ସର୍ବକାଳୀନ ରେକର୍ଡ ମଧ୍ୟ କୁହା ଯାଇପାରେ । ତେବେ ବିଜୁଳି ଘଡଘଡି ମାରିବା ନେଇ ସତର୍କ ସୂଚନା ପ୍ରଦାନ କରୁଥିବା କେନ୍ଦ୍ର ସରକାରଙ୍କ ଦାମିନୀ ଆପ୍ ରୁ ସୂଚନା ହସ୍ତଗସ୍ତ ହୋଇଛି ।
ତେବେ ସେଠାରେ ବର୍ତ୍ତମାନ ସୁଦ୍ଧା 5 ଜଣଙ୍କ ଜୀବନ ଚାଲିଥିବା ସୂଚନା ଆସିବା ସହ ବଜ୍ରପାତରେ ଆହୁରି ଅନେକ କ୍ଷୟକ୍ଷତି ହୋଇଥିବ ବୋଲି ଅନୁମାନ କରାଯାଇଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।