କେଉଁ ଜିନିଷ କପଡାରେ ବାନ୍ଧି ରଖିଲେ କେବେବି କଳିଝଗଡା ହୁଏ ନାହିଁ ? ଏହାସହ ଜାଣନ୍ତୁ ଆହୁରି 20+ ଅନୁଚିନ୍ତା

ଶାସ୍ତ୍ରରେ କିଛି ନୀତିନିୟମ ବିଷୟରେ ଉଲ୍ଲେଖ ରହିଛି ଯାହା ମାନିବା ଦ୍ଵାରା ଆମ ଜୀବନ ସରଳ ଏବଂ ସୁଖମୟ ହୋଇଥାଏ । ଠାକୁର ଘରେ ମାତା ଲକ୍ଷ୍ମୀଙ୍କ ଫଟୋ ପାଖରେ ଶ୍ରୀଯନ୍ତ୍ର ଏବଂ ଲାଲ କପଡାରେ ପୂଜା ହୋଇଥିବା ନଡିଆ ରଖିବା ଦ୍ଵାରା ଶୁଭ ଏବଂ ମଙ୍ଗଳକାରୀ ହୋଇଥାଏ । ପଇସା ରଖୁଥିବା ଆଲମାରିର ମୁହଁ କେବେବି ଦକ୍ଷିଣ ଦିଗକୁ ରଖିବା ଉଚିତ ନୁହେଁ, ଏହା ଅଶୁଭ ହୋଇଥାଏ ଏବଂ ଅଯଥା ଖର୍ଚ୍ଚ ବୃଦ୍ଧି ହୋଇଥାଏ ।

ଶନିବାର ଦିନ କେବେବି ଝାଡୁ କିଣିବା ଉଚିତ ନୁହେ ଏବଂ ଝାଡୁର ବ୍ୟବହାର ସମୟରେ କେବେବି ଝାଡୁରେ ଗୋଡ ବାଜିବା ଉଚିତ ନୁହେଁ, ଏହା ଅମଙ୍ଗଳକାରୀ ହୋଇଥାଏ । ଘରେ ଲାଗିଥିବା ପାଣି ଟ୍ୟାପ ବନ୍ଦ କଲା ପରେବି ଯଦି ପାଣି ନିର୍ଗତ ହେଉଥାଏ ତେବେ ଅଶୁଭ ହୋଇଥାଏ ଏବଂ ଘରେ ଅର୍ଥର ଅଭାବ ଦେଖା ଦେଇଥାଏ । ସୁନା ଜିନିଷ କେବେବି ବାମ ହାତରେ ପିନ୍ଧିବା ଉଚିତ ନୁହେଁ ଏବଂ ଘରେ ଲାଲ କିମ୍ବା ହଳଦିଆ କପଡାରେ ସୁନା ଜିନିଷ ଗୁଡାଇ ରଖିବା ଦ୍ଵାରା ଶୁଭପ୍ରଦ ହୋଇଥାଏ ।

ଘରେ ଖାଦ୍ୟ ଖାଇ ସାରିବା ପରେ କେବେବି ହାତ ଚାଟିବା ଉଚିତ ନୁହେଁ ଏହା ଅଶୁଭ ଏବଂ ଅମଙ୍ଗଳକାରୀ ହୋଇଥାଏ । ଗୋଟିଏ ଓସ୍ତ ପତ୍ରକୁ ଗଙ୍ଗାଜଳରେ ଧୋଇ ସେଥିରେ ଶ୍ରୀ ଲେଖି ମନିପର୍ସରେ ରଖିବା ଦ୍ଵାରା ଶୁଭ ହୋଇଥାଏ ଏବଂ ପଇସାର ଅଭାବ ଦୂର ହୋଇଥାଏ । ହରଡ ଡାଲି ସହିତ କେବେବି ଦହି ଖାଇବା ଉଚିତ ନୁହେଁ । ଏହା ସ୍ୱାସ୍ଥ୍ୟ ପାଇଁ ହିତକର ହୋଇ ନଥାଏ ଏବଂ ଶରୀରରେ ରକ୍ତଚାପ ବୃଦ୍ଧି ହେବାର ସମ୍ଭାବନା ଦେଖା ଦେଇଥାଏ ।

ମହୁ ଖାଇବା ଦ୍ଵାରା ସ୍ୱାସ୍ଥ୍ୟ ପାଇଁ ଲାଭପ୍ରଦ ହୋଇଥାଏ ଏବଂ ମହୁକୁ କେବେବି ଗରମ କରି ଖାଇବା ଉଚିତ ନୁହେଁ, ଏହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ । ରାତିରେ ଖାଇସାରିବା ପରେ ଉଷୁମ ପାଣିରେ ଡାଲଚିନି ଗୁଣ୍ଡ ମିଶାଇ ପିଇବା ଦ୍ଵାରା ଲାଭପ୍ରଦ ହୋଇଥାଏ ଏବଂ ରାତିରେ ଭଲ ନିଦ ହୋଇଥାଏ । ଯଦି କେବେ ଜାଆଁଳା କଦଳୀ ମିଳେ ତେବେ ତାକୁ ମହାଦେବଙ୍କୁ ଅର୍ପଣ କରିବା ଦ୍ଵାରା ଅତ୍ୟନ୍ତ ଶୁଭ ଏବଂ ମଙ୍ଗଳକାରୀ ହୋଇଥାଏ ।

ପେଟରେ ଗ୍ଯାସ ସମସ୍ଯା ଦେଖା ଦେଉଥିଲେ ଖାଦ୍ଯରେ ହେଙ୍ଗୁ ବ୍ୟବହାର କରିବା ଉଚିତ ଏବଂ ଖାଦ୍ୟ ଖାଇବା ପରେ ଜୁଆଣୀ ଖାଇବା ଦ୍ଵାରା ଗ୍ଯାସ ସମସ୍ଯା ଦୂର ହୋଇଥାଏ । ଯଦି ଦାନ୍ତଜନିତ ସମସ୍ଯା ଦେଖା ଦେଉଥାଏ ତେବେ ଲେମ୍ବୁରସ ସହିତ ସନ୍ଧବ ଲୁଣ ମିଶାଇ ଦାନ୍ତ ଘଷିବା ଦ୍ଵାରା ଦାନ୍ତମୂଳ ବିନ୍ଧା ଦୂର ହୋଇଥାଏ ଏବଂ ମାଢି ମଜବୁତ ହୋଇଥାଏ ।

ଦାନ୍ତ ପୋକ ଖାଇ ବିନ୍ଧା ହେଉଥିଲେ ରସୁଣଙ୍କୁ ଛେଚି ପୋକ ଖାଇଥିବା ସ୍ଥାନରେ ଲଗାଇ ରଖିଲେ ଦାନ୍ତବିନ୍ଧା ଏବଂ ଦରଜ କମ୍ ହୋଇଥାଏ । ଦାନ୍ତମୂଳରେ ପାଇରିଆ ହୋଇଥିଲେ ଅମୃତଭଣ୍ଡା କ୍ଷୀରରେ ଲୁଣ ମିଶାଇ ଦାନ୍ତମୂଳରେ ମାଲିସ କଲେ ଦାନ୍ତରୁ ପାଇରିଆ ଦୂର ହୋଇଥାଏ । ଦୃଷ୍ଟିଶକ୍ତି ଦୁର୍ବଳ ହୋଇଥିଲେ ପ୍ରତ୍ଯେକ ଦିନ କାଠଚମ୍ପା ଫୁଲକୁ କିଛି ସମୟ ଶୁଙ୍ଘିବା ଦ୍ଵାରା ଦୃଷ୍ଟିଶକ୍ତି ବୃଦ୍ଧି ହୋଇଥାଏ ।

ଶନିବାର ଦିନ ଖଣ୍ଡିଏ କପଡାରେ କିଛି ଗୁଡ, ମୁଠାଏ ଗହମ, ମୁଠାଏ ଲୁଣ ସହିତ ଦୁଇଟି ଲେଖାଏଁ ଚାନ୍ଦି ଏବଂ ତମ୍ବା ପଇସା ବାନ୍ଧି ଘରର କୌଣସି କୋଣରେ ରଖିବା ଦ୍ଵାରା ଘରେ କେବେବି କଳିଝଗଡା ହୋଇ ନଥାଏ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।