ଗାଡିକୁ ଷ୍ଟାଣ୍ଡ ମାରି ବ୍ରିଜ ଉପରେ ରଖିଲେ ଏବଂ ପକେଟରୁ ମୋବାଇଲ ଓ ପର୍ସ କାଢି ସେଇ ଗାଡି ଉପରେ ରଖିଲେ । ଆଉ ତା’ପରେ ବ୍ରିଜ ଉପରୁ ହଠାତ ବଢି ପାଣିକୁ ଡେଇଁ ପଡିଲେ । ଦେଖୁ ଦେଖୁ ମହାନଦୀର ପ୍ରଖର ସୁଅରେ ପାଣି ସହ କୁଆଡେ ଭାସି ପଳେଇଲେ ଯୁବକ ଜଣକ । କଟକ ଜିଲ୍ଲାର ମୁଣ୍ଡଳି ବ୍ରିଜ ଉପରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି । ସକାଳୁ ସକାଳୁ ଏମିତି ଏକ ଆଶ୍ଚର୍ଯ୍ୟ କରିଦେବା ଭଳି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ ଭୟଙ୍କର ବନ୍ୟା ସ୍ଥିତି ଉପୁଜିଥିବା ବେଳେ ଏବେ ନଗଦ ନଗଦ ବନ୍ୟା ସ୍ଥିତିରେ ସୁଧାର ଆସିବାରେ ଲାଗିଛି । ହେଲେ ଏବେବି ମୁଣ୍ଡଳି ବ୍ରିଜ ଠାରେ ରହିଛି ଅକାତ ଅକାତ ପାଣି । ବନ୍ୟା କମିଥିଲେ ମଧ୍ୟ ନଦୀ ପାଣିର ସୁଅ ଏବେବି କମିନାହିଁ । ବନ୍ୟା ସ୍ଥିତି ଦେଖିବା ପାଇଁ ମୁଣ୍ଡଳି ବ୍ରିଜ ନିକଟରେ ସବୁବେଳେ ଲୋକଙ୍କ ଭିଡ ଲାଗି ରହିଥାଏ । ବ୍ରିଜ ଉପରେ ଯାଇ ଗାଡିକୁ ସାଇଡରେ ଲଗେଇ ଲୋକେ ବନ୍ୟା ପାଣି ଦେଖିବାକୁ ଆସନ୍ତି ।
ହେଲେ ଆଜି ଏହି ଗହଳି ଭିତରେ ଜଣେ ଯୁବକ ତାଙ୍କ ଗାଡି ବ୍ରିଜ ଉପରେ ରଖିବା ପରେ ତାଙ୍କ ପକେଟରୁ ପର୍ସ ଓ ମୋବାଇଲ ବାହାରି କରି ରଖିଥିଲେ । ତା’ପରେ ମୁଣ୍ଡଳି ବ୍ରିଜ ଉପରୁ ସିଧା ସେହି ଅକାତ ପାଣିକୁ ଡେଇଁ ପଡିଲେ । ସେହି ନୀଳ ରଙ୍ଗର ସ୍କୁଟିଟିର ନମ୍ବର ହେଉଛି OD 19 T1059 ।
ସେପଟେ ଖବର ପାଇଁ ଘଟଣାସ୍ଥଳରେ ଆଠଗଡ ପୋଲିସ ଓ ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି । ଆଠଗଡ ଅଗ୍ନିଶମ ବାହିନୀର କର୍ମଚାରୀ ମାନେ ଗଭୀର ଓ ସୁଅ ଭଙ୍ଗୁଠିବା ପାଣିରେ ଡଙ୍ଗା ଧରି ସେହି ନିଖୋଜ ଯୁବକଙ୍କ ସନ୍ଧାନ ପାଇଁ ତାଙ୍କୁ ଖୋଜୁଛନ୍ତି । ତେବେ ଗାଡି ନମ୍ବରରୁ ସେହି ଯୁବକଙ୍କ ଘର ଅନୁଗୁଳରେ ହୋଇଥବା ଜଣାପଡିଛି । ଗତ ତିନିଦିନ ତଳେ ଅନ୍ୟ ଜଣେ ଯୁବକ ସମାନ ଢଙ୍ଗରେ ବ୍ରିଜ ଉପରେ ଗାଡି ରଖି ପାଣିକୁ ଡେଇଁ ପଡିଥିଲେ ।

ଆଉ ଆଜି ପୁଣି ଥରେ ଏହି ଯୁବକ ଜଣକ ଏଭଳି କରିଛନ୍ତି । ତେବେ ଅଧିକ ତଦନ୍ତ ପରେ ଯୁବକଙ୍କ ପରିଚୟ ଓ ତାଙ୍କ ଆତ୍ମହତ୍ୟାର କାରଣ ସାମ୍ନାକୁ ଆସିବ ବୋଲି ପୋଲିସ କହିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।