“ଭଲରେ ଆସି ସମାଧାନ କର ନହେଲେ ଜେଲ୍ ଯାଅ”- Deepika ଙ୍କ ସହ କୋର୍ଟରୁ ବାହାରିବା ପରେ ଏମିତି କାହିଁକି କହିଲେ Pramila Tripathy ?

ଦୀର୍ଘ ୨୫ ଦିନ ହେବ ନ୍ୟାୟ ପାଇଁ ଧାରଣାରେ ବସିଥିବା ଗଞ୍ଜାମର କେ. ଦୀପିକାଙ୍କ ପାଇଁ ବାଟ ଫିଟୁଥିବାର ନଜର ଆସୁଛି । ଏତେ ଦିନ ଧରି ପ୍ରେମିକ ଦିନେଶଙ୍କ ଘରଆଗରେ ଖରାତାତି ଓ ବର୍ଷା ମାଡ ସାହି ପଡି ରହିଥିବା ଦୀପିକାଙ୍କ ମୁହଁରେ ଏବେ ସାମାନ୍ଯ ହସ ଫୁଟିଛି । ପ୍ରେମ ଓ ବିବାହ ପ୍ରତିଶ୍ରୁତି ଦେଇ ଦିନେଶ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ ଓ ଦୀପିକା ଗର୍ଭବତୀ ହୋଇ ପୁତ୍ର ସନ୍ତାନଟିଏ ଜନ୍ମ ଦେଇଛନ୍ତି ।

ହେଲେ ଦିନେଶ ଦୀପିକାଙ୍କୁ ପତ୍ନୀ ରୂପେ ଗ୍ରହଣ କରିବା ପାଇଁ ରାଜି ହେଉନାହାନ୍ତି କି ତାଙ୍କ ପୁଅକୁ ବାପାର ପରିଚୟ ଦେବାକୁ ମଧ୍ୟ ଚାହୁଁନାହାନ୍ତି । ଯେଉଁଥି ପାଇଁ ଆଇନର ଆଶ୍ରୟ ନେବା ପରେ ଦୀପିକା ଦିନେଶଙ୍କ ଘର ଆଗରେ ଧାରଣାରେ ବସିବା ଭଳି ପଦକ୍ଷେପ ନେଇଥିଲେ । ତାଙ୍କୁ ନ୍ୟାୟ ନ ମିଳିବା ଯାଏଁ ସେ ଦିନେଶଙ୍କ ଘର ଆଗରେ ବସି ରହିବେ ବୋଲି କହିଛନ୍ତି । ଦୀପିକାଙ୍କ ଏହି ଲଢେଇରେ ତାଙ୍କର ମେରୁଦଣ୍ଡ ସାଜିଛନ୍ତି ସାମାଜସେବୀ ପ୍ରମିଳା ତ୍ରିପାଠୀ ।

ଯିଏକି ବହୁଚର୍ଚ୍ଚିତ ତପସ୍ଵିନୀ ଓ ସୁମିତଙ୍କ ମାମଲାରେ ମଧ୍ୟ ଶେଷ ପର୍ଯ୍ୟନ୍ତ ତପସ୍ଵିନୀଙ୍କ ସାଥ୍ ଦେଇଥିଲେ । ତେବେ ଦୀପିକା ଓ ପ୍ରମିଳା ମା’ଙ୍କ ନାମରେ କେଉଁ ଦିନେଶଙ୍କ ଘର ଆଗରେ ବସିବା ଯୋଗୁଁ ଯେଉଁ ମାମଲା ରୁଜୁ କରା ଯାଇଥିଲା ସେନେଇ କୋର୍ଟ ତାଙ୍କୁ ବେଲ୍ ପ୍ରଦାନ କରିଛନ୍ତି ଓ ଶାନ୍ତିପୂର୍ଣ୍ଣ ଭାବେ ଧାରଣା ଦେବାକୁ କହିଛନ୍ତି ।

ଏନେଇ ପ୍ରମିଳା ମା ନିଜେ ମିଡିଆ ଆଗରେ ଜଣାଇଛନ୍ତି । ସେ କହିଛନ୍ତି ଆମେ ନ୍ୟାୟ ପାଇଁ ଲଢେଇ କରୁଛୁ ଓ ଶାନ୍ତିପୂର୍ଣ୍ଣ ଭାବେ ହିଁ ଆମ ଲଢେଇ ଜାରି ରଖିଛୁ । ଏହାସହ ତାଙ୍କ ଓକିଲମାନେ ମଧ୍ୟ ସବୁକିଛି ଆଇନ କଥା ବୁଝାବୁଝି କରୁଛନ୍ତି ଓ ତାଙ୍କୁ ସାହାଯ୍ୟ କରୁଛନ୍ତି । ଏହାସହ ପ୍ରମିଳା ମା’ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି କି ଦୀପିକାଙ୍କୁ ସ୍ତ୍ରୀର ଅଧିକାର ଓ ତାଙ୍କ ପୁଅକୁ ବାପାର ପରିଚୟ ଦେବା ପାଇଁ କୋର୍ଟରୁ ଅର୍ଡର ଆସିଛି ।

ତେଣୁ ଦିନେଶ ଏବଂ ତାଙ୍କ ପିତାମାତା ଶୀଘ୍ର ଆସି ଏକଥା ସମାଧାନ କଲେ ସେମାନଙ୍କ ପାଇଁ ଉଚିତ ହେବ । ନଚେତ ସେମାନେ ଜେଲ୍ ଯିବେ ବୋଲି କହିଛନ୍ତି ପ୍ରମିଳା ମାଆ । ତେବେ ଏନେଇ ଦୀପିକା ଓ ତାଙ୍କ ସହ ଲଢେଇରେ ସାମିଲ ଥିବା ସମସ୍ତେ ବେଶ ଖୁସି ଅଛନ୍ତି । ତେବେ ଦେଖାଯାଉ ଦିନେଶ ଓ ତାଙ୍କ ପରିବାର କଣ ପଦକ୍ଷେପ ନେଉଛନ୍ତି ।